ETV Bharat / bharat

Nadda Rajasthan Visit: UPAର ଅର୍ଥ ଉତ୍ପୀଡନ, ପକ୍ଷପାତିତା, ଅତ୍ୟାଚାର କହିଲେ ନଡ୍ଡା

author img

By

Published : Jul 16, 2023, 8:17 PM IST

Etv Bharat
Etv Bharat

ରାଜସ୍ଥାନରେ ଜନସଭାରେ କଂଗ୍ରେସ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା । ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟରେ ଲୁଟ୍‌ର ଶାସନ ଚଲାଇଥିବା କହିଛନ୍ତି । ଅଧିକ ପଢନ୍ତୁ

ଜୟପୁର: ବିରୋଧୀ କଂଗ୍ରେସ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରର ଅର୍ଥ ହେଉଛି ଉତ୍ପୀଡନ, ପକ୍ଷପାତିତା, ଅତ୍ୟାଚାର ବୋଲି ସେ କହିଛନ୍ତି । ତାଙ୍କ ଦଳ (ବିଜେପି) ଦେଶର ସଂସ୍କୃତିର ପ୍ରଚାର ପ୍ରସାର ଲାଗି ଉଦ୍ୟମ କରୁଥିବା ବେଳେ ଏହାକୁ କଂଗ୍ରେସ କ୍ଷୁର୍ଣ୍ଣ କରିବାରେ ଲାଗିଛି ବୋଲି ନଡ୍ଡା ରାଜସ୍ଥାନ ରାଜଧାନୀ ଜୟପୁରରେ ଏକ ଜନସଭାକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି ।

ଜୟପୁରରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ କଂଗ୍ରେସ ନେତୃତ୍ବାଧୀନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ନଡ୍ଡା । ଏହି ଅବସରରେ ସେ କହିଛନ୍ତି, "ଭାରତୀୟ ଜନତା ପାର୍ଟି ଦେଶର ସଂସ୍କୃତିକୁ ବଜାୟ ରଖିବା ସହ ଏହାର ପ୍ରଚାର ପ୍ରସାର ଲାଗି ନିରନ୍ତର ଉଦ୍ୟମ ଜାରି ରଖିଛି । ଏଥିଲାଗି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛି । ହେଲେ ଏଥିରେ ବାଧା ସାଜୁଛି କଂଗ୍ରେସ । UPAରେ 'ୟୁ'ର ଅର୍ଥ ଉତ୍ପୀଡନ, 'ପି'ର ଅର୍ଥ ପକ୍ଷପାତିତା ଓ 'ଏ'ର ଅର୍ଥ ଅତ୍ୟାଚାର । " ନଡ୍ଡା ରାଜସ୍ଥାନରେ ବିଜେପିର 'ନେହିଁ ସହେଗା ରାଜସ୍ଥାନ' କ୍ୟାମ୍ପେନ୍‌ ଲଞ୍ଚ କରିବା ସହ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା ଲୁଟ୍‌ର ଶାସନ ଚାଲିଛି ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- ଆଗାମୀ ନିର୍ବାଚନରେ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଶିକ୍ଷା ପାଇବ ବିଜେପି: ଗେହେଲଟ

ନଡ୍ଡା ଆହୁରି କହିଛନ୍ତି, " ରାଜସ୍ଥାନ ସରକାର ଲୋକଙ୍କଠାରୁ ଲୁଟ କରିବା ସହ ସେମାନଙ୍କୁ ଯନ୍ତ୍ରଣା ଦେଇଆସୁଛି । ଦଳିତ, ଆଦିବାସୀ, ମହିଳା, ଶିଶୁ ଓ ଗରିବଙ୍କୁ ନିର୍ଯାତନା ଦେବାରେ ସମସ୍ତ ରେକର୍ଡ ଭାଙ୍ଗିଛି । ରାଜସ୍ଥାନର ସରକାର ହେଉଛନ୍ତି ଲୁଟ ଓ ଅରାଜକତାର ସରକାର । ଗତ 2022 ମସିହାରେ ଦଳିତଙ୍କ ବିରୋଧରେ ରାଜ୍ୟରେ ମୋଟ 8000ଟି ମାମଲା ରୁଜୁ ହୋଇଛି । ଭୋଟ ବ୍ୟାଙ୍କ ଲାଗି ପାକିସ୍ତାନ ଶରଣାର୍ଥୀଙ୍କ ଘର ଉପରେ ବୁଲ୍‌ଡୋଜର ଚଢାଇଛି । ସେପଟେ କିନ୍ତୁ ରୋହିଙ୍ଗ୍ୟାଙ୍କ ରହଣି ଲାଗି କାମ କରୁଛି । ଏଣୁ ଏହି ସରକାର ଶାସନ କ୍ଷମତାରେ ଗୋଟିଏ ମିନିଟ ବି ରହିବା ପାଇଁ ଯୋଗ୍ୟ ନୁହେଁ ।"

ନଡ୍ଡା ଆହୁରି କହିଛନ୍ତି, "ଗତ କିଛି ଦିନ ଧରି ବିରୋଧୀ ଦଳମାନେ ଏକ ନୂଆ ପ୍ରକାରର ଠକେଇ ଆରମ୍ଭ କରିଛନ୍ତି । ଯାହାର ନାମ ରଖାଯାଇଛି ପିଡିଏ (ଦେଶଭକ୍ତ ଗଣତାନ୍ତ୍ରିକ ମେଣ୍ଟ) । ହେଲେ ମୋ ମତରେ ଏହାର ପ୍ରକୃତ ହେଉଛି ବଂଶବାଦକୁ ସୁରକ୍ଷା ଦେବା ଲାଗି ମହାମେଣ୍ଟ । ଏହି ଉପାୟରେ କିପରି ପରିବାରବାଦକୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ । ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଶାସନ କ୍ଷମତାକୁ ଆସିବ ଓ ରାଜ୍ୟରେ ବିକାଶ ହେବ ବୋଲି କହିଛନ୍ତି ନଡ୍ଡା । ବିଜେପି ଦ୍ବାରା ଆରମ୍ଭ କରାଯାଇଥିବା 'ନେହିଁ ସହେଗା ରାଜସ୍ଥାନ' କ୍ୟାମ୍ପେନ ଦ୍ବାରା ବିଜେପି 2 କୋଟି ଜନତାଙ୍କ ନିକଟରେ ପହଞ୍ଚିବା ଲାଗି ଉଦ୍ୟମ କରିବ । ଲୋକଙ୍କୁ ଦୁର୍ନୀତିମୁକ୍ତ, ବିକାଶ ଉପଯୋଗୀ ସରକାର ଚୟନ କରିବା ଲାଗି ବାର୍ତ୍ତା ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.