ଆଗାମୀ ନିର୍ବାଚନରେ ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ମଧ୍ୟ ଶିକ୍ଷା ପାଇବ ବିଜେପି: ଗେହେଲଟ

By

Published : May 13, 2023, 5:20 PM IST

thumbnail

ଜୟପୁର: କର୍ଣ୍ଣାଟକରେ କଂଗ୍ରେସର ଐତିହାସିକ ବହୁମତ ପରେ ବିଭିନ୍ନ ସ୍ଥାନରେ ନେତା ଠାରୁ କର୍ମୀ ସମସ୍ତେ ଉତ୍ସାହିତ । କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କଂଗ୍ରେସର ବିଜୟକୁ ନେଇ ବିଜେପି ଉପରେ ବର୍ଷିଛନ୍ତି । କର୍ଣ୍ଣାଟକରେ ଲୋକେ ବିଜେପିକୁ ଏକ ଶିକ୍ଷା ଦେଇଛନ୍ତି । ଆଗାମୀ ଦିନରେ ମଧ୍ୟ କଂଗ୍ରେସ ଅନ୍ୟ ରାଜ୍ୟଗୁଡିକରେ ଭଲ ପ୍ରଦର୍ଶନ କରିବ । ଆଗକୁ ହେବାକୁ ଥିବା ଛତିଶଗଡ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନରେ ମଧ୍ୟ ଲୋକେ ବିଜେପିକୁ ଏହିପରି ଶିକ୍ଷା ଦେବେ ବୋଲି ଗେହେଲଟ କହିଛନ୍ତି । କଂଗ୍ରେସକୁ 136 ଆସନ ମିଳିଥିବା ବେଳେ ବିଜେପିକୁ 64 ଆସନ ମିଳିଛି । କଂଗ୍ରେସର ବୃହତ୍ତ ବିଜୟ ପରେ ଏବେ ସାରା ଦେଶର କଂଗ୍ରେସ ଶିବିରରେ ଚାଲିଛି ଜୋରଦାର ସେଲିବ୍ରେସନ । ଆଗାମୀ ନିର୍ବାଚନ ଗୁଡିକରେ ବିଜେପିକୁ ପରାସ୍ତ କରିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି କଂଗ୍ରେସ ନେତା । ଆସନ୍ତାକାଲି(ରବିବାର) କଂଗ୍ରେସ ବିଧାୟକ ଦଳ ମୁଖ୍ୟମନ୍ତ୍ରୀ ଚୟନ କରିବ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.