ETV Bharat / bharat

ନୂଆ ଭାରିଆଣ୍ଟ ଭୟ, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିୟ

author img

By

Published : Dec 23, 2022, 9:00 AM IST

COVID 19 situation meeting
Union Health Minister Mansukh Mandaviya

ଦେଶରେ ପୁଣି କଡ ଲେଉଟାଇଛି କୋରୋନା । ଏନେଇ ସଜାଗ ରାଜ୍ୟଠୁ ନେଇ କେନ୍ଦ୍ର ସରକାର । ଏହାର ମୁକାବିଲା କରିବାକୁ ସରକାର ଘନ ଘନ ବୈଠକ କରୁଛନ୍ତି ( COVID 19 situation meeting )। ଆଜି (ଶୁକ୍ରବାର) ଅପରାହ୍ନରେ ସମସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଶ୍ବରେ କୋଭିଡର ନୂଆ ଭାରିଆଣ୍ଟ ପୁଣି ସଂକ୍ରମିତ ହେବାରେ ଲାଗିଛି । ନୂଆ ଭାରିଆଣ୍ଟ ପ୍ରଭାବରେ ଏକାଧିକ ସମୃଦ୍ଧ ଦେଶର ସ୍ଥିତି ଗମ୍ଭୀର ହୋଇଛି । ଚୀନ ସମେତ ବିଶ୍ବର ବିଭିନ୍ନ ଭାଗରେ କୋଭିଡ ମହାମାରୀ ପୁଣିଥରେ ଲେଉଟିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଘନ ଘନ ବୈଠକ କରୁଛନ୍ତି । ଏହି ପ୍ରରୀପେକ୍ଷୀରେ ଆଜି ସସସ୍ତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । କୋଭିଡ ସ୍ଥିତି ଓ ପ୍ରସ୍ତୁତି ସମୀକ୍ଷା କରାଯିବ । ଅପରହ୍ନ 3ଟାରେ ବସିବ ବୈଠକ ।

  • Union Health Minister Dr Mansukh Mandaviya will hold a meeting with State health ministers on the COVID-19 situation and preparedness at 3pm today: Sources

    (File pic) pic.twitter.com/gH89TAPR2w

    — ANI (@ANI) December 23, 2022 " class="align-text-top noRightClick twitterSection" data=" ">

ଏହା ପୂର୍ବରୁ ଡିସେମ୍ବର 21 ତାରିଥରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଜନ ଗହଳିପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟଙ୍କୁ ଜିନୋମ ସ୍ବକ୍ବେନ୍ସି ବଢାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଗତକାଲି (ଗୁରୁବାର) କୋଭିଡ ସ୍ଥିତି ନେଇ ରାଜ୍ୟସଭାରେ ବିବୃତ୍ତି ରଖିଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ମହାମାରୀ ମୁକାବିଲା ନେଇ ଭାରତ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି । ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି । ଦେଶବାସୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସବୁ ପଦକ୍ଷେପ ନେଉଛନ୍ତି ସରକାର । ରାଜ୍ୟସଭାରେ କୋଭିଡ ସମ୍ପର୍କିତ ଆଲୋଚନା ବେଳେ ଏହି ସୂଚନା ଦେଇଥିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

ଏହା ବି ପଢନ୍ତୁ....କୋରୋନା ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା, ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ ମୋଦି

ପ୍ରକାଶ ଥାଉ କି ନୂଆ ଭାରିଆଣ୍ଟ ଭୟ ଉପୁଜିଥିବାକୁ ଗତକାଲି (ଗୁରୁବାର) ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ । କୋଭିଡ ପରୀକ୍ଷା ବଢାଇବା ସହି ବୁଷ୍ଟର ଡୋଜ ଲାଗି ପ୍ରୋତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଦେଶରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନବନ୍ଦରଗୁ଼ଡିକରେ କଟକଣା ଜୋରଦାର କରିବାକୁ ପରାମର୍ଶ ଦେଇଥିଲେ । ସ୍ବାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି, ଲଜିଷ୍ଠିକ୍ସ, ଟୀକାକରଣ ଅଭିଯାନ ସ୍ଥିତି ଏବଂ ନୂଆ କୋଭିଡ ଭାରିଆଣ୍ଟ ଓ ଜନସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.