ETV Bharat / bharat

ବୁଲା କୁକୁର ଆକ୍ରମଣରେ ଗୁରୁତର କୁନିଝିଅ, ଫୁସଫୁସରେ ଆଘାତ ଲାଗିଥିବା କହିଲେ ଡାକ୍ତର

author img

By

Published : Dec 26, 2022, 6:45 PM IST

Stray dog injured girl in Jaipur
Stray dog injured girl in Jaipur

ରାଜସ୍ଥାନ ଜୟପୁରରେ ଏକ ୫ବର୍ଷର କୁନିଝିଅକୁ ଆକ୍ରମଣ କରିଛି ବୁଲା କୁକୁର (Stray dog injured girl in Jaipur) । ଏହି ଆକ୍ରମଣରେ ଶିଶୁଟିର ଫୁସଫୁସରେ ଆଘାତ ଲାଗିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁର ଓ ଏହାର ଆଖପାଖ ଅଞ୍ଚଳରେ କୁକୁର କାମୁଡା ଘଟଣା ଧୀରେଧୀରେ ବଢିବାରେ ଲାଗିଛି (Attack of Stray dog in Rajasthan)। ରବିବାର ମଧ୍ୟ ଏପରି ଆଉ ଏକ ଘଟଣା ସାମନାକୁ ଆସିଛି । ଶାହପୁରାର ଖୋରାଲାଡଖାନିରେ ଜଣେ ୫ବର୍ଷର ଝିଅକୁ ବୁଲା କୁକୁର ଶରୀରର ଅନେକ ସ୍ଥାନରେ ଆକ୍ରମଣ କରିଛି (Stray dog injured girl in Jaipur) । ଏହି ଆକ୍ରମଣରେ ଝିଅଟିର ଫୁସଫୁସରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ ତାର ଚିକିତ୍ସା ଜାରି ରହିଛି ।

ଏହି ଘଟଣା ସମ୍ପର୍କରେ ଜେକେ ଲୋନ ହସ୍ପିଟାଲର ଅତିରିକ୍ତ ଅଧୀକ୍ଷକ ଡକ୍ଟର ମନୀଷ ଶର୍ମା କହିଛନ୍ତି,"ଏହି ଘଟଣା ଏସଏମଏସ ହସ୍ପିଟାଲରୁ ରେଫର ହୋଇ ଏଠାକୁ ଆସିଛି । କୁନିଝିଅଟିର ଛାତିରେ କୁକୁର କାମୁଡ଼ାର ଅନେକ ଦାଗ ରହିଛି । ଏଥିରେ କିଛି ଦାଗ ଗମ୍ଭୀର ମଧ୍ୟ ରହିଛି । ଫଳରେ ଝିଅଟିକୁ ନ୍ୟୁମୋଥୋରେକ୍ସ ନାମରେ ଏକ ରୋଗ ହୋଇଯାଇଛି । ଯାହାଦ୍ବାରା ଫୁସଫୁସ ଉପରେ ଥିବା ଏକ ଆସ୍ତରଣରେ ଶ୍ବାସକ୍ରିୟାରେ ଯାଉଥିବା ପବନ ଭରିଯାଏ । ଯାହା ଦ୍ବାରା ଫୁସଫୁସ ଉପରେ ପ୍ରଭାବ ପଡ଼ିଥାଏ ।

ଏହା ବି ପଢନ୍ତୁ-Pragya Thakur Statement: ଲଭ ଜିହାଦକୁ ବିଜେପି ନେତ୍ରୀ ପ୍ରଜ୍ଞାଙ୍କ ଟାର୍ଗେଟ, କହିଲେ ଘରେ ରଖ ଧାରୁଆ ଅସ୍ତ୍ର

ଏ ନେଇ ଆଉ ଜଣେ ଡାକ୍ତର ଅରବିନ୍ଦ ଶୁକ୍ଲା କହିଛନ୍ତି ଯେ, କୁକୁର କାମୁଡାରେ ଶିଶୁଟିର ଫୁସଫୁସରେ ଆଘାତ ଲାଗିଛି । ଫୁସଫୁସରେ ଯେଉଁଠାରୁ ପବନ ଲିକ୍‌ ହେଉଥିଲା ତାହାକୁ ସିଲ୍‌ କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଶିଶୁଟି କେତେ ଦିନ ମଧ୍ୟରେ ରିକଭରି କରିବ ତାହା କହିବା କଷ୍ଟକର । ଶିଶୁଟିର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ସେ ଖୁବଶୀଘ୍ର ସୁସ୍ଥ ହୋଇପାରିବ । ସୂଚନା ଥାଉ କି ସର୍ଜରୀ ପୂର୍ବରୁ କୁନିଝିଅକୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହେଉଥିଲା । ସର୍ଜରୀ ପରେ ଏଥିରେ ସୁଧାର ଆସିଛି । ଅନ୍ୟପଟେ ଏହି ଝିଅଟି ଉପରେ ଆକ୍ରମଣ କରିଥିବା କୁକୁରଟି ପୂର୍ବରୁ ମଧ୍ୟ ପ୍ରାୟ ୧୦ଜଣଙ୍କୁ ଆକ୍ରମଣ କରିସାରିଛି । ଫଳରେ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.