ETV Bharat / bharat

Pragya Thakur Statement: ଲଭ ଜିହାଦକୁ ବିଜେପି ନେତ୍ରୀଙ୍କ ଟାର୍ଗେଟ, କହିଲେ ଘରେ ରଖ ଧାରୁଆ ଅସ୍ତ୍ର

author img

By

Published : Dec 26, 2022, 6:10 PM IST

Updated : Dec 26, 2022, 6:27 PM IST

ବିଜେପି ନେତ୍ରୀ ପ୍ରଜ୍ଞା ସିଂ ଠାକୁରଙ୍କ ବିବାଦୀୟ ବୟାନ (Pragya Thakur Controversial Statement) । ନିଜ ସୁରକ୍ଷା ଲାଗି ଘରେ ପରିବା କାଟୁଥିବା ଛୁରୀକୁ ଧାରୁଆ ରଖ ବୋଲି ସେ କହିଛନ୍ତି । ଏହାସହିତ ନିଜ ସନ୍ତାନମାନଙ୍କୁ ହିନ୍ଦୁ ଧର୍ମର ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦେବା ଲାଗି ଦେଇଛନ୍ତି ପରାମର୍ଶ । ଅଧିକ ପଢନ୍ତୁ

Etv Bharat
Etv Bharat

ଲଭ ଜିହାଦକୁ ବିଜେପି ନେତ୍ରୀ ପ୍ରଜ୍ଞାଙ୍କ ଟାର୍ଗେଟ

ବେଙ୍ଗାଲୁରୁ: ବିଜେପି ନେତ୍ରୀ ତଥା ସାଂସଦ ପ୍ରଜ୍ଞା ସିଂଙ୍କ ସବୁବେଳେ ନିଜ ବିବାଦୀୟ ବୟାନ (Pragya Thakur Controversial Statement) ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ସୋମବାର ପୁନଃ ଏଭଳି ଏକ ବୟାନ ପାଇଁ ସେ ଆଲୋଚନାର ସରବ୍ୟରେ ରହିଛନ୍ତି । ହିନ୍ଦୁ କର୍ମୀଙ୍କ ହତ୍ୟାକାଣ୍ଡ ଉପରେ ପ୍ରତିକ୍ରିୟା ରଖି ପ୍ରଜ୍ଞା କହିଛନ୍ତି ଯେ ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ଉପରେ ହେଉଥିବା ଆକ୍ରମଣ ଉପରେ ସେମାନଙ୍କୁ ଜବାବ ଦେବାର ଆବଶ୍ୟକ ରହିଛି । ସମସ୍ତଙ୍କୁ ନିଜର ରକ୍ଷା କରିବାର ଅଧିକାର ରହିଛି । ଏଣୁ ଅତିକମରେ ନିଜ ଘରେ ଅସ୍ତ୍ରଶସ୍ତ୍ରକୁ ପ୍ରସ୍ତୁତ ରଖିବା ଦରକାର । ସାଂସଦ ପ୍ରଜ୍ଞା 'ହିନ୍ଦୁ ଜାଗରଣ ବେଦିକା'ର ବାର୍ଷିକ ମହୋତ୍ସବରେ ଯୋଗଦେଇ ଏପରି ବିବାଦୀୟ ବୟାନ ଦେଇଛନ୍ତି ।

ଏନେଇ ପ୍ରଜ୍ଞା କହିଛନ୍ତି, "ସେମାନଙ୍କ ନିକଟରେ ଲଭ ଜିହାଦ ଲାଗି ଜିହାଦି ପରମ୍ପରା ରହିଛି । ଯଦି ସେମାନେ ପ୍ରେମ କରୁଛନ୍ତି ତ ସେଥିରେ ଜିହାଦ କରୁଛନ୍ତି । ଆମେ (ହିନ୍ଦୁ) ମଧ୍ୟ ପ୍ରେମ କରୁ । ଭଗବାନଙ୍କୁ ପ୍ରେମ କରିଥାଉ । ଲଭ ଜିହାଦ କରୁଥିବା ଲୋକଙ୍କୁ ସେମାନଙ୍କ ଢଙ୍ଗରେ ଜବାବ ଦେବା ଉଚିତ । ନିଜ ଘରର ଝିଅଙ୍କୁ ରକ୍ଷା କର ଏବଂ ସେମାନଙ୍କୁ ସଠିକ କେଉଁଟା ଶିଖାଇବା ଆବଶ୍ୟକ ।" ଏହାସହିତ ସେ କର୍ଣ୍ଣାଟକ ଶିବମୋଗ୍ଗାର ହିନ୍ଦୁ କର୍ମୀଙ୍କ ହତ୍ୟା ପ୍ରସଙ୍ଗକୁ ନେଇ କହିଛନ୍ତି ଯେ, ସମସ୍ତଙ୍କୁ ନିଜର ରକ୍ଷା କରିବାର ଅଧିକାର ରହିଛି । ଲୋକେ ନିଜ ଆତ୍ମରକ୍ଷା କରିବା ଲାଗି ଘରେ ଧାରୁଆ ଅସ୍ତ୍ରକୁ ରଖିବା ଆବଶ୍ୟକ ।

ଏହା ବି ପଢନ୍ତୁ- J-K: ଉଧମପୁରରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ, ଜଣେ ସନ୍ଦିଗ୍ଦ ଅଟକ

ସାଂସଦ ପ୍ରଜ୍ଞା କହିଛନ୍ତି, "ନିଜ ଘରେ ଅସ୍ତ୍ରଶସ୍ତ୍ର ରଖିବା ଆବଶ୍ୟକ । ଅତିକମରେ ଘରର ଛୁରୀକୁ ଧାରୁଆ ରଖ । ଯେଉଁ ଛୁରୀକୁ ପରିବା କାଟିବା ଲାଗି ବ୍ୟବହାର କରାଯାଏ । କେଉଁ ମୁହୂର୍ତ୍ତରେ କେଉଁ ପରିସ୍ଥିତି ସୃଷ୍ଟି ହେବ ତାହା ଜଣାନାହିଁ । ଏଣୁ ନିଜ ଆତ୍ମରକ୍ଷା ଲାଗି ପ୍ରସ୍ତୁତ ରହିବା ଆବଶ୍ୟକ । ଯଦି କେହି ଆମ ଘରେ ପଶି ଆମକୁ ଆକ୍ରମଣ କରୁଛି, ତେବେ ତାକୁ ଉଚିତ ଜବାବ ଦେବା ଆମର ଅଧିକାର । ଏହାସହିତ ନିଜ ସନ୍ତାନଙ୍କୁ ମିଶନାରୀ ସଂସ୍ଥାରେ ପାଠ ନ ପଢାଇବା ଲାଗି ପରାମର୍ଶ ଦେଇଛନ୍ତି । ଏ ନେଇ ସେ କହିଛନ୍ତି, "ପିତାମାତା ଏପରି କରି ନିଜ ପାଇଁ ବୃଦ୍ଧାଶ୍ରମର ଦ୍ବାର ଖୋଲୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ସଂସ୍ଥାରେ ପାଠ ପଢାଇବା ଦ୍ବାରା ସେମାନେ ହିନ୍ଦୁ ସଂସ୍କୃତି ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି । ପିଲାମାନେ ବୃଦ୍ଧାଶ୍ରମ ସଂସ୍କୃତିକୁ ଆପଣାଇବା ସହ ପରବର୍ତ୍ତୀ ସମୟରେ ସ୍ବାର୍ଥପର ହୋଇପଡନ୍ତି । ନିଜ ଘରେ ପୂଜା କରିବା ସହିତ ନିଜ ଧର୍ମ ସଂସ୍କୃତି ସମ୍ପର୍କରେ ଜ୍ଞାନ ଆହରଣ କରନ୍ତୁ । ଏହାସହିତ ନିଜ ସନ୍ତାନମାନଙ୍କୁ ଏ ସମ୍ପର୍କରେ ବୁଝାନ୍ତୁ । ଫଳରେ ସନ୍ତାନମାନେ ଆମ ହିନ୍ଦୁ ଧର୍ମର ସଂସ୍କୃତି ଓ ମୂଲ୍ୟବୋଧ ସମ୍ପର୍କରେ ଅବଗତ ହେବେ ।"

Last Updated :Dec 26, 2022, 6:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.