ETV Bharat / bharat

UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ, ଅଖିଳେଶଙ୍କୁ ମଧ୍ୟ ଚେତାବନୀ ଦେଲେ ପୂଜାରୀ

author img

By

Published : Aug 21, 2023, 10:53 PM IST

UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ
UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ

ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ । ପୁରୋହିତ ରାଜୁ ଦାସ କହିଲେ ସନାତନ ଧର୍ମକୁ ଅସମ୍ମାନ କଲେ ଏପରି ହେବ । ଅଖିଳେଶ ଯାଦବଙ୍କ ଉପରେ ଜୋତାମାଡ ହେବା ବାକି ଅଛି । ଅଧିକ ପଢନ୍ତୁ

UP: ସପା ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଜୋତାମାଡ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (SP) ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ । ଆଜି (ସୋମବାର) ରାଜଧାନୀ ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ଯୁବକଜଣଙ୍କ ଜୋତାମାଡ କରିଛନ୍ତି । ସ୍ବାମୀ ପ୍ରସାଦଙ୍କ ସମର୍ଥକ ଅଭିଯୁକ୍ତକୁ କାବୁ କରିଥିଲେ । ପରେ ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ସ୍ଥାନୀୟ ଥାନାରେ ଜେରା କରିଛି ।

ସୂଚନା ଅନୁସାରେ, ଆଜି ଇନ୍ଧିରା ଗାନ୍ଧୀ ପ୍ରତିଷ୍ଠାନରେ ପଛୁଆ ବର୍ଗ ସମ୍ମିଳନୀ ଆୟୋଜନ ବେଳେ ଏପରି ଘଟଣା ଘଟିଛି । ଏସପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ସମୟରେ ଜଣେ ଯୁବକ ଅତର୍କିତ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ସ୍ବାମୀଙ୍କ ସମର୍ଥକମାନେ ଯୁବକକୁ କାବୁ କରି ମାଡ ମାରିଥିଲେ । ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଭିଯୁକ୍ତକୁ ହେପାଜତକୁ ନେଇଛି । ସ୍ଥାନୀୟ ଥାନାରେ ତାକୁ ଜେରା କରାଯାଇଛି । ତାର ନାମ ଆକାଶ ସାଇନି ବୋଲି ପୋଲିସ କହିଛି । ହେଲେ ସେ ଜୋତାମାଡ କରିଥିବା କାରଣ ସମ୍ପର୍କରେ କିଛି ଜଣାପଡିନି ।

ଅନ୍ୟପଟେ ଏହି ଘଟଣା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଅଯୋଧ୍ୟାର ପ୍ରସିଦ୍ଧ ହନୁମାନଗଡି ମନ୍ଦିରର ପୂଜକ ରାଜୁ ଦାସ ଏହି ଘଟଣାକୁ ସମର୍ଥନ କରିବା ସହ ନେଇ ସମାଜବାଦୀ ପାର୍ଟିକୁ ସିଧା ଟାର୍ଗେଟ କରିଛନ୍ତି । ପୁରୋହିତ ରାଜୁ ଦାସ ଭିଡିଓ ରିଲିଜ କରି କହିଛନ୍ତି, ଯେଉଁମାନେ ସନାତନ ଧର୍ମର ଅପବ୍ୟବହାର କରି ନିଜକୁ ମହାନ ବୋଲି ଭାବନ୍ତି, ସେମାନଙ୍କ ସହ ଏପରି ଘଟଣା ଘଟିବ । ଏପରିକି ସପା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଉପରେ ମଧ୍ୟ ଜୋତାମାଡ ହେବା ବାକି ଅଛି ବୋଲି ରାଜୁ ଦାସ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-Rajasthan: ହନିଟ୍ରାପରେ IPS ଅଧିକାରୀ, ମହିଳା ଡାକ୍ତର କରୁଥିଲେ ବ୍ଲାକମେଲ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବାମୀ ପ୍ରସାଦ ମୌର୍ଯ୍ୟ କିଛି ମାସ ପୂର୍ବରୁ ରାମ ଚରିତ ମାନସ ସମ୍ପର୍କରେ ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଥିଲେ । ବିଜେପି ସମେତ ଏକାଧିକ ଧାର୍ମିକ ସଂଗଠନ ସ୍ବାମୀ ପ୍ରସାଦଙ୍କ ବିରୋଧରେ ପ୍ରତିବାଦ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ସେହି ଘଟଣାକୁ ନେଇ ଏବେ ପୁରୋହିତ ରାଜୁ ଦାସ ତାଙ୍କ ଉପରେ ଓ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.