ETV Bharat / bharat

Rajasthan: ହନିଟ୍ରାପରେ IPS ଅଧିକାରୀ, ମହିଳା ଡାକ୍ତର କରୁଥିଲେ ବ୍ଲାକମେଲ !

author img

By

Published : Aug 21, 2023, 9:48 PM IST

ମହିଳା ଡାକ୍ତରଙ୍କ ଦ୍ବାରା IPS ଅଧିକାରୀ ହନିଟ୍ରାପର ଶିକାର ହୋଇଥିବା ଅଭିଯୋଗ । ପାଲଟା ଅଭିଯୋଗରେ ମହିଳା କହିଲେ ବିବାହ ପ୍ରତିଶୃତି ଦେଇ ପୋଲିସ ଅଧିକାରୀ ରଖିଥିଲେ ଶାରୀରିକ ସମ୍ପର୍କ । ଅଧିକ ପଢନ୍ତୁ

ହନିଟ୍ରାପରେ IPS ଅଧିକାରୀ, ମହିଳା ଡାକ୍ତର କରୁଥିଲେ ବ୍ଲାକମେଲ !
ହନିଟ୍ରାପରେ IPS ଅଧିକାରୀ, ମହିଳା ଡାକ୍ତର କରୁଥିଲେ ବ୍ଲାକମେଲ !

ଜୟପୁର: ମହିଳା ଡାକ୍ତରଙ୍କ ଦ୍ବାରା ହନିଟ୍ରାପରେ ଶିକାର ହେଲେ ଜଣେ ଆଇପିଏସ ଅଧିକାରୀ । ସମ୍ପର୍କ ଆଗକୁ ବଢିଲା । କ୍ରମଶଃ ମହିଳା ଡାକ୍ତରଜଣଙ୍କ ଏହି ପୋଲିସ ଅଧିକାରୀଙ୍କୁ ନିଜ ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରିବାକୁ ଚାପ ପକାଇଲେ । ଏଥିରେ ସଫଳ ନହେବାରୁ ସେ ବ୍ଲାକମେଲ କରିବା ମଧ୍ୟ ଆରମ୍ଭ କଲେ । ବିବାହ ନକଲେ 50 ଲକ୍ଷ ଟଙ୍କା ମଧ୍ୟ ମାଗିଲେ । ଗତ 4 ମାସ ଧରି ମହିଳା ଡାକ୍ତରଙ୍କ ବ୍ଲାକମେଲର ଶିକାର ହେବା ପରେ ଏବେ ଏହି ଆଇପିଏସ ଅଧିକାରୀ ଏବେ ବାଧ୍ୟ ହୋଇ ପୋଲିସରେ ଅଭିଯୋଗ କରିଛନ୍ତି ।

ରାଜସ୍ଥାନ ରାଜଧାନୀ ଜୟପୁରରେ ଜଣେ ସର୍ବଭାରତୀୟ ପୋଲିସ ଅଧିକାରୀ ବ୍ଲାକମେଲର ଶିକାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜୟପୁରର ଜବାହର ସର୍କଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଅନ୍ୟପଟେ ସମ୍ପୃକ୍ତ ମହିଳା ଡାକ୍ତର ମଧ୍ୟ ବିବାହର ପ୍ରତିଶୃତି ଦେଇ ଏହି ଆଇପିଏସ ଅଧିକାରୀ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ପରେ ବିବାହ ପାଇଁ ମନା କରିଥିବା ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଉଭୟଙ୍କ ଏତଲା ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଜବାହର ସର୍କଲ ଷ୍ଟେସନ ଅଧିକାରୀ ଅରବିନ୍ଦ କୁମାର ଚରଣଙ୍କ ଅନୁଯାୟୀ ଆଇପିଏସ ଅଧିକାରୀ ରାଜେଶ କୁମାର ମୀନା ଗତ ଗୁରୁବାର ଜଣେ ମହିଳା ଡାକ୍ତରଙ୍କ ବିରୋଧରେ ଏହି ଅଭିଯୋଗ ଦାଏର କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, 2020 ମସିହାରେ ସେ ଡଙ୍ଗରପୁରରେ ନିଯୁକ୍ତ ଥିବା ସମୟରେ କୋଭିଡ ଦାୟିତ୍ବରେ ଥିବା ଜଣେ ମହିଳା ଡାକ୍ତରଙ୍କ ସହ ସମ୍ପର୍କରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢି ଘନିଷ୍ଠତାରେ ପରିଣତ ହୋଇଥିଲା । କୌଣସି ଏକ ଆବଶ୍ୟକତା ପାଇଁ ସେ ମହିଳାଙ୍କଠାରୁ 3 ଲକ୍ଷ ଟଙ୍କା ଉଧାର ମଧ୍ୟ ନେଇଥିଲେ ।

ହେଲେ ଅଭିଯୋଗକାରୀ ପୋଲିସ ଅଧିକାରୀଙ୍କ ଅନୁସାରେ, ମହିଳା ଡାକ୍ତର ପୂର୍ବରୁ ବିବାହିତ ଥିଲେ । ଏହି ଅଧିକାରୀଜଣଙ୍କ ମଧ୍ୟ 2023 ରେ ବିବାହ କରିଥିଲେ । ବିବାହ ପରେ ସେ ମହିଳା ଡାକ୍ତରଙ୍କ ସହ ଦୂରତା ବଜାୟ ରଖିବା ଆରମ୍ଭ କଲେ । ହେଲେ ମହିଳା ଡାକ୍ତରଜଣଙ୍କ ତାଙ୍କ ବନ୍ଧୁତାକୁ ନେଇ ବ୍ଲାକମେଲ କରିବା ଆରମ୍ଭ କଲେ ।

ଏହା ମଧ୍ୟ ପଢନ୍ତୁ :- Delhi: ନାବାଳିକାକୁ ଦୁଷ୍କର୍ମ କରି ଶିଶୁ ବିକାଶ ଅଧିକାରୀ ଗିରଫ, ପତ୍ନୀ କରୁଥିଲେ ସହଯୋଗ

ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରିବାକୁ ଚାପ ପକାଇବା ସହ ଏପରି ନକଲେ ବ୍ଲାକମେଲ କରିବା ପାଇଁ ଧମକ ଦେଲେ । ପରେ ସେ ଏହା ବଦଳରେ 50 ଲକ୍ଷ ଟଙ୍କା ମଧ୍ୟ ଦାବି କଲେ । ଏବେ ସେ ଏପରି ଜାରି ରଖିଥିବା ବେଳେ ସେ ଅତିଷ୍ଠ ହୋଇ ଅଭିଯୋଗ କରିଛନ୍ତି । ଅନ୍ୟପଟେ ମହିଳା ଡାକ୍ତର ମଧ୍ୟ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ଏହି ଅଧିକାରୀଜଣଙ୍କ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ପୋଲିସରେ ଦ୍ବାରସ୍ଥ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.