ETV Bharat / bharat

Delhi: ନାବାଳିକାକୁ ଦୁଷ୍କର୍ମ କରି ଶିଶୁ ବିକାଶ ଅଧିକାରୀ ଗିରଫ, ପତ୍ନୀ କରୁଥିଲେ ସହଯୋଗ

author img

By

Published : Aug 20, 2023, 9:18 PM IST

Delhi: ନାବାଳିକାକୁ ଦୁଷ୍କର୍ମ କଲେ ଶିଶୁ ସୁରକ୍ଷା ଅଧିକାରୀ, ପତ୍ନୀ କରୁଥିଲେ ସହଯୋଗ
Delhi: ନାବାଳିକାକୁ ଦୁଷ୍କର୍ମ କଲେ ଶିଶୁ ସୁରକ୍ଷା ଅଧିକାରୀ, ପତ୍ନୀ କରୁଥିଲେ ସହଯୋଗ

ନାବାଳିକାକୁ ଦୁଷ୍କର୍ମ କରି ମହିଳା ଓ ଶିଶୁ ବିକାଶ ଅଧିକାରୀ ଗିରଫ । ପତ୍ନୀ କରୁଥିଲେ ସହଯୋଗ । ଦମ୍ପତିଙ୍କୁ ପୋକ୍ସୋ ଆକ୍ଟରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶିଶୁମାନଙ୍କୁ ଯୌନ ଶୋଷଣରୁ ବଞ୍ଚାଇବା ଓ ସେମାନଙ୍କ ବିରୋଧରେ ଘଟୁଥିବା ହିଂସାକାଣ୍ଡର ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବ୍ଯବସ୍ଥା ପାଇଁ ସରକାର ପକ୍ସୋ ଆଇନ୍‌ ଆଣିଲେ । ଶିଶୁ ସୁରକ୍ଷା ଓ ବିକାଶ ପାଇଁ ସରକାରୀ ବ୍ୟବସ୍ଥାରେ ଏକାଧିକ ବିଭାଗ ମଧ୍ୟ କାର୍ଯ୍ୟ କରୁଛି । ହେଲେ ନିଜେ ସହକାରୀ ଅଧିକାରୀ ପାଲଟିଲେ ଯୌନପିପାଶୁ । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦିଲ୍ଲୀ ମହିଳା ଓ ବାଳ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ବାନ୍ଧିଛି ପୋଲିସ ।

ସମ୍ପୃକ୍ତ ଅଧିକାରୀଜଣଙ୍କ ନିଜର ଜଣେ ବନ୍ଧୁଙ୍କର ନାବାଳିକା କନ୍ୟାଙ୍କୁ 2020 ଓ 21 ମଧ୍ୟରେ ଏକାଧିକ ଥର ଦୁଷ୍କର୍ମ କରିଛନ୍ତି । ଆଶ୍ଚର୍ଯ୍ୟର କଥା ଏହି ଘୃଣ୍ୟ କାର୍ଯ୍ୟରେ ଅଭିଯୁକ୍ତ ଅଧିକାରୀଙ୍କ ପତ୍ନୀ ମଧ୍ୟ ସମ୍ପୃକ୍ତ ଓ ସେ ସହଯୋଗ ମଧ୍ୟ କରିଥିଲେ । ଏବେ ଅଭିଯୋଗ ହେବା ପରେ ଅଧିକାରୀ ଦମ୍ପତିଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀର ବୁରାରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ପୋଲିସ ଦମ୍ପତିଙ୍କୁ ଗିରଫ କରି ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଫରଓ୍ବାର୍ଡ କରିଛି ।

ପୋଲିସର ସୂଚନା ଅନୁସାରେ, ଏହି ଅଧିକାରୀ ଜଣଙ୍କ ଦିଲ୍ଲୀ ମହିଳା ଓ ବାଲ ବିକାଶ ବିଭାଗରେ ଉପନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି । ପୀଡ଼ିତା ନାବାଳିକା ଅଭିଯୁକ୍ତର ବନ୍ଧୁଙ୍କର କନ୍ୟା । ସେ ଏବେ ଦ୍ବାଦଶ ଶ୍ରେଣୀରେ ପାଠ ପଢୁଛନ୍ତି । ସେ ଅଭିଯୁକ୍ତ ସହ 2020ରେ ଏକ ଚର୍ଚ୍ଚରେ ପରିଚିତ ହୋଇଥିଲେ । ପରେ ଉଭୟଙ୍କ ସମ୍ପର୍କ ବଢିବା ସହ ଏହି ଅଧିକାରୀଜଣଙ୍କ ନାବାଳିକାକୁ ଘରକୁ ଡାକି ଦୁଷ୍କର୍ମ କରିଥିଲେ । ବାରମ୍ବାର ଏପରି କରିଥିଲେ ଏହି ଅଧିକାରୀ । ଏକଥା ତାଙ୍କ ପତ୍ନୀ ମଧ୍ୟ ଜାଣିଥିଲେ । ସେ ମଧ୍ୟ ବାରମ୍ବାର ଏପରି କୁକର୍ମରେ ସ୍ବାମୀଙ୍କୁ ସହଯୋଗ କରିଥିଲେ । ଏନେଇ କାହାକୁ ନକହିବା ପାଇଁ ଦମ୍ପତି ନାବାଳିକାକୁ ଧମକ ମଧ୍ୟ ଦେଇଥିଲେ । ହେଲେ ପରେ ନାବାଳିକାଜଣଙ୍କ ଗର୍ଭବତୀ ହୋଇଥିଲେ । ଅଭିଯୁକ୍ତ ଦମ୍ପତି ପୀଡିତାଙ୍କର ଗର୍ଭପାତ କରାଇବାକୁ ମଧ୍ୟ ପ୍ରୟାସ କରିଥିଲେ । ତେବେ ଏକଥା ପୀଡିତା ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ପ୍ରକାଶ କରିବା ପରେ ମାମଲା ଥାନାରେ ପହଞ୍ଚିଥିଲା ।

ଏହା ମଧ୍ୟ ପଢନ୍ତୁ :-14 ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ: ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ତ

ପୋଲିସ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଛି । ଉଭୟଙ୍କ ବିରୋଧରେ ପକ୍ସୋ ଆକ୍ଟ ସମେତ ଭାରତୀୟ ଦଣ୍ଡ ସଂହିତାର 376(2)(f), 506, 509, 323, 313, 120-B ଅନୁସାରେ ମାମଲା ରୁଜୁ କରିଛି ପୋଲିସ । ପୀଡ଼ିତା ନାବାଳିକାଜଣଙ୍କ ଏବେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ପୋଲିସ ମାଜିଷ୍ଟ୍ରେଟ୍‌ଙ୍କ ପସ୍ଥିତିରେ ତାଙ୍କ ବୟାନ ରେକର୍ଡ କରିବ । ତେବେ ମହିଳା ଓ ବାଳ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ଜଣେ ଅଧିକାରୀଙ୍କ ଏପରି ଘୃଣ୍ୟ କାର୍ଯ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । କଠୋର କାର୍ଯ୍ଯାନୁଷ୍ଠାନ ଦାବି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.