ETV Bharat / bharat

14 ବର୍ଷୀୟା ନାବାଳିକା ଝିଅ ସହ ଦୁଷ୍କର୍ମ: ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ତ

author img

By

Published : Aug 20, 2023, 6:47 PM IST

ଯୌନ ରାକ୍ଷସ ସାଜି ଝିଅକୁ ଦୁଷ୍କର୍ମ କଲା ସାବତ ବାପା । ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

୧୪ ବର୍ଷିୟା ଶିଶୁକୁ ଦୁଷ୍କର୍ମ କିରିଛି ନିଜର ଯୈନ ପିପାଷା ମେଣ୍ଟାଇଛି ସାବତ ବାପା : ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ତ
୧୪ ବର୍ଷିୟା ଶିଶୁକୁ ଦୁଷ୍କର୍ମ କିରିଛି ନିଜର ଯୈନ ପିପାଷା ମେଣ୍ଟାଇଛି ସାବତ ବାପା : ଅଭିଯୁକ୍ତ ବାପାକୁ ଆଜୀବନ କାରାଦଣ୍ତ

ଗାନ୍ଧିନଗର: ରକ୍ଷକ ସାଜିଲା ଭକ୍ଷକ । ଯେଉଁ ହାତରେ ବାପା ଝିଅକୁ ଚାଲି ଶିଖାଇ ଥିଲା । ସେହି ବାପା ଝିଅକୁ ଦୁଷ୍କର୍ମ କରିଥିଲା । ରାକ୍ଷସ ସାଜି ଝିଅ ସହ ଦୁଷ୍କର୍ମ କରି ନିଜର ଯୌନ ପିପାଷା ମେଣ୍ଟାଇଛି ସାବତ ବାପା । ଗୁଜରାଟର ସୁରଟରେ ଏଭଳି ଏକ ଘଟଣା ଘଟିଥିଲା । ଜଣେ ସାବତ ବାପା ତାର ସାବତ ଝିଅକୁ ଦୁଷ୍କର୍ମ କିରି ଗିରଫ ହୋଇଥିଲା । ଏହି ଦୁଷ୍କର୍ମ ମାମଲାରେ କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗତ ବର୍ଷ ସୁରଟର ଅନିଲ ରାଜପୁତ ନାମକ ଜଣେ ବ୍ୟକ୍ତି ତାଙ୍କର ୧୪ ବର୍ଷୀୟା ନାବାଳିକା ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖି ଆସଥିଲା । ନାବାଳିକା ଜଣକ ଗର୍ଭବତୀ ହୋଇ ଶରୀରରେ କିଛି ପରିବର୍ତ୍ତନ ଘଟିବାରୁ ସନ୍ଦେହ କରିଥିଲେ ମାଆ । ନାବାଳିକା ଜଣକଙ୍କୁ ହସ୍ପିଟାଲ୍‌ ନେଇ କିଛି ମେଡିସିନ ବି ଆଣିଥିଲେ । କିନ୍ତୁ ଏହାର କିଛି ସୁଫଳ ମିଳିନଥିଲା । ପୁନଃ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପରେ ନାବାଳିକା ଜଣକ 3 ମାସର ଗର୍ଭବତୀ ଥିବା ଜଣା ପଡିଥିଲା । ଏହା ପରେ ମାଆ ଜଣକ ନାବାଳିକାଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ । ନାବାଳିକା ଜଣକ ସହିଥିବା ନିର୍ଯାତନା ବିଷୟରେ ଅବଗତ କରାଇଥିଲେ । ଅଭିଯୁକ୍ତ ସାବତ ବାପା ଅନିଲ ରାଜପୁତ ତାର ଇଚ୍ଛା ବିରୁଦ୍ଧରେ ପ୍ରତିଦିନ ତା ସହ ଦୁଷ୍କର୍ମ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ...ମଧ୍ୟପ୍ରଦେଶରେ ଲଜ୍ଜା ୫ ବର୍ଷୀୟା ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୩୫ ବର୍ଷୀୟ ଜେଲ ଫେରନ୍ତା ଅଭିଯୁକ୍ତ

ଏହା ପରେ ପୀଡ଼ିତାଙ୍କ ମାଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ସାବତ ବାପାକୁ ଗିରଫ କରିଥିଲା । ଏହାପରେ ପୋକ୍ସୋ ଆକ୍ଟ ଲଗାଇ ନର୍ମଦା କୋର୍ଟରେ ଏକ ଚାର୍ଜସିଟ୍‌ ଦାଖଲ କରିଥିଲା । ଆଜି ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି କିଶୋର କୁମାର ହିରାପାରା ଏହି ମାମଲାରେ ଅଭିଯୁକ୍ତ ଅନିଲ ରାଜପୁତକୁ ୨୦ ବର୍ଷ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଅଭିଯୁକ୍ତ ଜଣକ ଝିଅର ସାବତ ବାପା । ତାଙ୍କ ହାତରେ ଝିଅର ସୁରକ୍ଷା ଦାୟିତ୍ବ ଥିଲା କିନ୍ତୁ ସେ ଭାରତୀୟ ସଂସ୍କୃତି, ସଂସ୍କାର, ସମାଜ ବିରୁଦ୍ଧରେ ଏକ ଘୃଣ୍ୟ କାର୍ଯ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.