ETV Bharat / bharat

ଗୁଜୁରାଟ ବଙ୍ଗ ପରେ ବିହାରରେ ହିଂସାକାଣ୍ଡ, ୧୪୪ ଧାରା ଲାଗୁ

author img

By

Published : Mar 31, 2023, 5:05 PM IST

Section 144 imposed at Sasaram of bihar
Section 144 imposed at Sasaram of bihar

ଗୁଜୁରାଟ ପଶ୍ଚିମବଙ୍ଗ ପରେ ବିହାରରେ ମାତିଲେ ଦୁର୍ବୃତ୍ତ । ପଥରମାଡ, ଦୋକାନବଜାରରେ ନିଆଁ ଲଗାଇ ହିଂସାକାଣ୍ଡ ଭିଆଇବା ପରେ ସହରରେ ୧୪୪ ଧାରା ଲାଗୁ । ଅଧିକ ପଢନ୍ତୁ

ପାଟନା: ଗୁରୁବାର ଗୁଜୁରାଟ ଓ ପଶ୍ଚିମବଙ୍ଗ ପରେ ବିହାରରେ ହିଂସାକାଣ୍ଡ । ରାଜ୍ୟର ସାସାରାମଠାରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ପଥରମାଡ଼ ସାଙ୍ଗକୁ ଗାଡ଼ିରେ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ସହରର ଗୋଲା ବଜାର ସାଙ୍ଗକୁ ଅନେକ ଜନଗହଳିପୂର୍ଣ୍ଣ ସ୍ଥାନରେ ଇଟା ପଥର ମାଡ଼ ହେଉଥିବା ବେଳେ ଦୋକାନ ବଜାରରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଏହାପରେ ସ୍ଥାନୀୟ ପୋଲିସ ଉତ୍ତେଜନା ସ୍ଥଳଗୁଡ଼ିକରେ ୧୪୪ ଧାରା ଲାଗୁ କରିଛି ।

ସାସାରାମର ଗୋଲା ବଜାର, କାଦିରଗଞ୍ଜ, ମୁବାରକଗଞ୍ଜ, ଚୌଖଣ୍ଡୀ ଓ ନବରତ୍ନ ବଜାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି । ସ୍ଥିତିକୁ ନିୟନ୍ତ୍ରଣରେ ନେବା ଲାଗି ଡିଏମ ଧର୍ମେନ୍ଦ୍ର କୁମାର ଓ ଏସପି ବିନିତ କୁମାର ବ୍ୟାପକ ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ ଉପସ୍ଥିତ ରହିଛନ୍ତି । ତେବେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ଲାଗି ରହିଥିବା ନେଇ ପୋଲିସ ସୂଚନା ଦେଇଛି । ଏଭଳି ହିଂସାକାଣ୍ଡ ଉପୁଜିବା ପରେ ସ୍ଥିତି ଆହୁରି ବିଗିଡ଼ିବା ପୂର୍ବରୁ ଉକ୍ତ ସ୍ଥାନରେ ୧୪୪ ଧାରା ଲାଗୁ କରିଛି ପୋଲିସ ।

ଏହା ବି ପଢନ୍ତୁ- ଗୁଜୁରାଟରେ ରାମ ନବମୀ ଶୋଭାଯାତ୍ରାରେ ଉତ୍ତେଜନା ସହ ପଥରମାଡ, ବ୍ୟାପକ ଫୋର୍ସ ମୁତୟନ

ସୂଚନା ଥାଉ କି ଗୁରୁବାର ପବିତ୍ର ରାମ ନବମୀ ଅବସରରେ ଶ୍ରଦ୍ଧାଳୁମାନେ ଶୋଭାଯାତ୍ରାରେ ବାହାରିଥିଲେ । ଏହି ସମୟରେ ଦେଶର ଅନେକ ସ୍ଥାନରେ ହିଂସାକାଣ୍ଡ ଘଟିଛି । ଗୁରୁବାର ଅପରାହ୍ନରେ ଗୁଜୁରାଟ ଭଦୋଦରାରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ବେଳେ ସନ୍ଧ୍ୟାରେ ପଶ୍ଚିମବଙ୍ଗର ହାୱଡାରେ ମଧ୍ୟ ହିଂସାକାଣ୍ଡ ଘଟିଥିଲା । ସେହିପରି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ୟୁନିଭର୍ସିଟିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ରାମନବମୀର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ର ୨ ଜିଲ୍ଲା ସମ୍ଭାଜୀ ନଗର ଓ ଜଲଗାଓଁରେ ମଧ୍ୟ ହିଂସାକାଣ୍ଡ ଘଟିଥିଲା ।

ଏହା ବି ପଢନ୍ତୁ- କୋଲକାତାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା, ପଥରମାଡ ସହ ଗାଡି ଜଳାପୋଡା

ଦୃବୃର୍ତ୍ତମାନେ ଉତ୍ତେଜନା ସ୍ଥଳରେ ରହିଥିବା ଏକାଧିକ ଗାଡ଼ିରେ ନିଆଁ ଲଗାଇବା ସହିତ ପଥରମାଡ଼ କରିଥିଲେ । ଦୋକାନ ବଜାରରେ ମଧ୍ୟ ଭଙ୍ଗାରୁଜା କରିଥିଲେ । ହାୱଡାରେ ଘଟିଥିବା ଏହି ହିଂସାକାଣ୍ଡ ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଓ ବାମପନ୍ଥୀ ସଂଗଠନକୁ ଦାୟୀ କରିଛନ୍ତି । ସେପଟେ ଗୁଜୁରାଟ ଭଦୋଦରା ହିଂସାକାଣ୍ଡକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ହର୍ଷ ସଂଘବୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ବ୍ୟକ୍ତି ଯେପରି ଆଗକୁ ହାତରେ ପଥର ଧରିବାକୁ ବି ଭୟ କରିବେ, ସେପରି ଦଣ୍ଡ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.