କୋଲକାତାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା, ପଥରମାଡ ସହ ଗାଡି ଜଳାପୋଡା

By

Published : Mar 30, 2023, 8:44 PM IST

thumbnail

କୋଲକାତା: ପଶ୍ଚିମବଙ୍ଗର ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି । ଶୋଭାଯାତ୍ରା ଉପରେ ପଥରମାଡ ସହ ଏକାଧିକ ଗାଡି ଜଳାପୋଡା ହୋଇଛି । ପଥରମାଡ କରିବା ଫଳରେ କିଛି ଅଂଶଗ୍ରହଣକାରୀ ଆହତ ହୋଇଥିବା ସୂଚନା ମିଳିଛି । ହାଓ୍ବଡାରେ ପ୍ରବଳ ହିଂସା ଦେଖାଯିବା ପରେ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି । ଅପରାହ୍ନରେ ଗୁଜୁରାଟର ଭଦୋଦରାରେ ମଧ୍ୟ ରାମ ନବମୀ ଶୋଭାଯାତ୍ରାରେ ପଥରମାଡ ଓ ଉତ୍ତେଜନାର ଖବର ସାମ୍ନାକୁ ଆସିଛି । ଗତବର୍ଷ ମଧ୍ୟ ସମାନ ଧରଣର ହିଂସା ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଥିଲା । ପରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ସମେତ ଏକାଧିକ ରାଜ୍ୟରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ  

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.