ଗୁଜୁରାଟରେ ରାମ ନବମୀ ଶୋଭାଯାତ୍ରାରେ ଉତ୍ତେଜନା ସହ ପଥରମାଡ, ବ୍ୟାପକ ଫୋର୍ସ ମୁତୟନ

By

Published : Mar 30, 2023, 8:16 PM IST

thumbnail

ଗାନ୍ଧୀନଗର: ଗୁଜୁରାଟର ଭଦୋଦରାରେ ରାମ ନବମୀ ଶୋଭାଯାତ୍ରାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଶୋଭାଯାତ୍ରା ଉପରେ ପଥରମାଡ ହୋଇଥିବା ସୂଚନା ମିଳିଛି । ନିର୍ଦ୍ଦିଷ୍ଟ ଗୋଷ୍ଠୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ ପଥରମାଡ କରିବା ଫଳରେ କିଛି ଅଂଶଗ୍ରହଣକାରୀ ଆହତ ହୋଇଥିବା ସୂଚନା ମିଳିଛି । ପ୍ରବଳ ଉତ୍ତେଜନା ପ୍ରକାଶ ପାଇବା ପରେ ସମଗ୍ର ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭଦୋଦରାର ଫତେହପୁର ଏରିଆରେ ଏହି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ଫୋର୍ସ ଫ୍ଲାଗମାର୍ଚ୍ଚ ମଧ୍ୟ କରିଛି । ଗୁଜୁରାଟ ବ୍ୟତୀତ ଦେଶର ଅନ୍ୟ କିଛି ସ୍ଥାନରେ ମଧ୍ୟ ରାମ ନବମୀ ଶୋଭାଯାତ୍ରାରେ ପଥରମାଡ ଓ ଉତ୍ତେଜନାର ଖବର ସାମ୍ନାକୁ ଆସିଛି । ଗତବର୍ଷ ମଧ୍ୟ ସମାନ ଧରଣର ହିଂସା ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଥିଲା । ପରେ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଚଳିତବର୍ଷ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.