ETV Bharat / bharat

ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ; ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ, ୨୦ବର୍ଷ ସଜ୍ଜା ଶୁଣାଇଲେ କୋର୍ଟ

author img

By ETV Bharat Odisha Team

Published : Jan 5, 2024, 8:59 PM IST

Teacher raped student: ଗୁଜୁରାଟରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ । ଅଭିଯୁକ୍ତ ଶିକ୍ଷକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ସୁରଟ କୋର୍ଟ । ଅଧିକ ପଢନ୍ତୁ

Teacher raped student
Teacher raped student

ଗାନ୍ଧୀନଗର: ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ । ଶିଷ୍ୟକୁ ଭୁଲ ଠିକ୍‌ର ରାସ୍ତା ଦେଖାଉଥିବା ଗୁରୁ ଜଣକ ନିଜେ ପାଲଟିଛି ଅମଣିଷ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ନିନ୍ଦନୀୟ କାଣ୍ଡ ଭିଆଇଛି । ଏଭଳି ଏକ ଘଟଣା ଗୁଜୁରାଟ ସୁରଟ ଜିଲ୍ଲାରେ ଘଟିଥିବା ବେଳେ ସୁରଟ କୋର୍ଟ ଅଭିଯୁକ୍ତ ଶିକ୍ଷକକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ୨୦୨୨ ମସିହାରେ ଘଟିଥିଲା । କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ସମୟରେ କହିଥିଲେ ଯେ ଅଭିଯୁକ୍ତ ଜଣକ ଜଣେ ଶିକ୍ଷକ । ସେ ଏଭଳି କାଣ୍ଡ କରି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲଗାଇଛନ୍ତି । ଏହି ଘଟଣାକୁ କୋର୍ଟ କେବେ ବି ହାଲୁକାରେ ନେଇ ପାରିବେ ନାହିଁ । ସରକାରୀ ଓକିଲ ଦୀପେଶ ଦାବେ କୋର୍ଟରେ ଯୁକ୍ତି ବାଢିଥିବା ସମୟରେ ଅଭିଯୁକ୍ତ ଶିକ୍ଷକକୁ ଆହୁରି କଡ଼ା ସଜ୍ଜା ଦେବା ଲାଗି କୋର୍ଟଙ୍କୁ ଅନୁରୋଧ କରିଥିଲେ । ତେବେ କୋର୍ଟ ଶୁଣାଣି କରି ଅଭିଯୁକ୍ତ ଶିକ୍ଷକ ପାପୁରାମକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜୋରିମାନା ଭରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ପୀଡ଼ିତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ଦେବା ଲାଗି ଜିଲ୍ଲା ଆଇନ ସେବା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ବି ପଢନ୍ତୁ- ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଶିକ୍ଷୟିତ୍ରୀ, ଶାରୀରିକ ସମ୍ପର୍କ ପାଇଁ କରୁଥିଲେ ବାଧ୍ୟ !

ଏମିତି ଥିଲା ଘଟଣା ? :- ମିଳିଥିବା ସୂଚନା ଅନୁସାରେ ୨୦୨୨ ଅକ୍ଟୋବର ୨୭ ତାରିଖରେ ପୀଡ଼ିତା ଜଣକ ନିଜ ପରିବାର ସହିତ ଟ୍ରେନରେ ଉତ୍ତର ପ୍ରଦେଶ ଯାଉଥିଲେ । ହେଲେ ଛାତ୍ରୀ ଜଣକ ସନାତନ ରେଲୱେ ଷ୍ଟେସନରେ ଓହ୍ଲାଇବା ପରେ ନିଖୋଜ ହୋଇଯାଇଥିଲେ । ଏହାପରେ ସେହି ଦିନ ରାତିରେ ଅଭିଯୁକ୍ତ ଶିକ୍ଷକ ଜଣକ ଛାତ୍ରୀଙ୍କ ପିତାଙ୍କୁ ଯୋଗାଯୋଗ କରିଥିଲେ । ଛାତ୍ରୀ ଜଣକ ତାଙ୍କ ସହିତ ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା କହିଥିଲେ । ଏହାପରେ ଛାତ୍ରୀ ଜଣଙ୍କୁ ସେ ତାଙ୍କ ପରିବାର ନିକଟରେ ଛାଡ଼ିଥିଲେ ।

ଘରେ ପହଞ୍ଚିବା ପରେ ଛାତ୍ରୀ ଜଣକ ପରିବାରକୁ ସବୁ କଥା କହିଥିଲେ । ଶିକ୍ଷକ ପାପୁରାମ ଛାତ୍ରୀଙ୍କୁ ବିବାହ ପ୍ରତିଶୃତି ଦେଇ ରେଲୱେ ଷ୍ଟେସନରୁ ନେଇଯାଇଥିଲେ । ଏହାପରେ ପାପୁରାମ ଛାତ୍ରୀଙ୍କୁ ଏକ ଫାର୍ମ ହାଉସକୁ ନେଇ ଦୁଷ୍କର୍ମ କରିଥିଲେ । ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ଜେଲରୁ ରହୁଥିବା ବେଳେ ଗୁରୁବାର ସୁରଟ କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଜେଲ ଦଣ୍ଡ ଶୁଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.