ETV Bharat / bharat

ଛାତ୍ରଙ୍କ ପ୍ରେମରେ ଉବୁଟୁବୁ ଶିକ୍ଷୟିତ୍ରୀ, ଶାରୀରିକ ସମ୍ପର୍କ ପାଇଁ କରୁଥିଲେ ବାଧ୍ୟ !

author img

By ETV Bharat Odisha Team

Published : Oct 12, 2023, 8:24 PM IST

ଉତ୍ତରପ୍ରଦେଶରେ ଛାତ୍ରଙ୍କ ପ୍ରେମରେ ଶିକ୍ଷୟିତ୍ରୀ । ଶାରୀରିକ ସମ୍ପର୍କ ରଖିବା ଲାଗି ଛାତ୍ରଙ୍କୁ ବାଧ୍ୟ କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

school teacher
school teacher

ଲକ୍ଷ୍ନୌ: ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରଙ୍କ ପ୍ରେମରେ ପଡ଼ିଲେ ଶିକ୍ଷୟିତ୍ରୀ । ଆଉ ଶାରୀରିକ ସମ୍ପର୍କ ରଖିବା ଲାଗି କରୁଥିଲେ ବାଧ୍ୟ । ଏଭଳି ଏକ ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶ କାନପୁର ଜିଲ୍ଲା କୈଣ୍ଟ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ସ୍କୁଲ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ ଅଶ୍ଳୀଳ ମେସେଜ ସହିତ ଯୌନ ସମ୍ପର୍କ ରଖିବା ଲାଗି ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଏହାପରେ ଛାତ୍ରଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କୈଣ୍ଟ ଥାନା ଅଧୀନସ୍ଥ ଦଶମ ଶ୍ରେଣୀ ଛାତ୍ରଙ୍କ ପିତା ଏକ ଘରୋଇ ସ୍କୁଲ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍କୁଲରେ ପାଠ ପଢାଉଥିବା ଜଣେ ଶିକ୍ଷୟିତ୍ରୀ ଜୋରଜବରଦସ୍ତ ପ୍ରେମ ଓ ଯୌନ ସମ୍ପର୍କ ରଖିବା ଲାଗି ଛାତ୍ରଙ୍କୁ ବାଧ୍ୟ କରୁଥିବା ବେଳେ ଅଶ୍ଳୀଳ ମେସେଜ ମଧ୍ୟ ପଠାଉଛନ୍ତି । ଖାଲି ସେତିକି ନୁହେଁ, ଯୌନ ସମ୍ପର୍କ ସହିତ ଶିକ୍ଷୟିତ୍ରୀ ଜଣକ ଧର୍ମ ପରିବର୍ତ୍ତନ କରିବା ଲାଗି ଛାତ୍ରଙ୍କ ଉପରେ ଚାପ ପକାଉଥିବା ହୋଇଛି ଅଭିଯୋଗ ।

ଏହା ବି ପଢନ୍ତୁ- ଗୁରୁ-ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଶିକ୍ଷକ ଗିରଫ

ସେପଟେ ଛାତ୍ରଙ୍କ ପିତା କହିଛନ୍ତି ଯେ ଯେତେବେଳେ ଏହି ଘଟଣା ନେଇ ସେ ଶିକ୍ଷୟିତ୍ରୀଙ୍କ ନିକଟକୁ ଯାଇଥିଲେ, ଶିକ୍ଷୟିତ୍ରୀ ଜଣକ ସମସ୍ତ ଅଭିଯୋଗକୁ ସ୍ବୀକାର ମଧ୍ୟ କରିଥିଲେ । ଯେତେବେଳେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ଭାଇଙ୍କୁ ଏ ନେଇ ଅବଗତ କରାଯାଇଥିଲା, ସେତେବେଳେ ଛାତ୍ରଙ୍କ ପରିବାରକୁ ସେମାନେ ଧମକ ଚମକ ଦେଇଥିଲେ । ଏ ନେଇ ମଧ୍ୟ ସେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି । ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ଭାଇ ମଧ୍ୟ ଉକ୍ତ ସ୍କୁଲରେ ଚାକିରି କରୁଥିବା ଛାତ୍ରଙ୍କ ପିତା କହିଛନ୍ତି ।

ଏହା ବି ପଢନ୍ତୁ- ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ମଦ ପିଆଇଦେଲେ ଶିକ୍ଷକ

ଏହି ଘଟଣା ନେଇ କୈଣ୍ଟ ପୋଲିସ ଷ୍ଟେସନର ଏସିପି ବୃଜ ନାରାୟଣ ସିଂ କହିଛନ୍ତି, "ଏହି ଘଟଣା ୩ ଦିନ ପୁରୁଣା । ଏହି ଘଟଣାରେ ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଘଟଣାକୁ ଗମ୍ଭୀରତା ସହକାରେ ପୋଲିସ ନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଯାଞ୍ଚ ସମୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ । ଏହାପରେ ଆଇନ ଅନୁଯାୟୀ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.