ETV Bharat / bharat

Road Rage Case: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ୍‌ ଦଣ୍ଡାଦେଶ

author img

By

Published : May 19, 2022, 2:32 PM IST

Updated : May 19, 2022, 3:34 PM IST

ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ
ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ

କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । ୧୯୮୮ ରୋଡ୍‌ ରୋଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ । ଟ୍ୱିଟ୍ କରି ସିଦ୍ଧୁ କହିଲେ, ଆଇନ ଆଗରେ ନିଜକୁ ସମର୍ପଣ କରିବେ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ । 3 ଦଶନ୍ଧି ପୁରୁଣା ଅର୍ଥାତ ୧୯୮୮ ମସିହା ରୋଡ ରେଜ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ସଶ୍ରମ କାରାଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ । ଜଷ୍ଟିସ ଏ ଏମ.ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । 2018 ମହିହା ମେ’ 15ରେ ସିଦ୍ଧୁଙ୍କୁ କେବଳ ଜୋରିମାନ ଦଣ୍ଡାଦେଶ ଶୁଣାଇଥିବା ସୁପ୍ରିମକୋର୍ଟ ଆଜି ଶୁଣାଣିରେ ରାୟରେ ପରିବର୍ତ୍ତନ କରିଛନ୍ତି ।

ପୀଡିତଙ୍କ ପରିବାର ମାମଲାର ପୁନଃ ବିଚାର ତଥା ଦଣ୍ଡାଦେଶ ବଢାଇବା ପାଇଁ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ 25ରେ ସୁପ୍ରିମକୋର୍ଟ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ନିଷ୍ପତ୍ତି ସଂରକ୍ଷିତ କରାଯାଇଥିଲା । ତେବେ ଆଜି ଏହି ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ କୋର୍ଟ ।

ସିଦ୍ଧୁଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ତଥା ଦଳର ବରିଷ୍ଠ ନେତା ପି.ଚିଦାମ୍ବରମ୍ ପକ୍ଷ ରଖିଥିଲେ । ଏହି ମାମଲା IPCର ଧାରା 323 ଅଧୀନରେ ଆସୁଛି ଏବଂ ଆବେଦନକାରୀ ପକ୍ଷ ଏହାକୁ ଏକ ଭିନ୍ନ ମୋଡ ଦେବା ପାଇଁ ଚେଷ୍ଟା କରୁଛିନ୍ତି ବୋଲି ଯୁକ୍ତି ଦର୍ଶାଇଥିଲେ ଚିଦାମ୍ବରମ । ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ଏକ ହଜାର ଟଙ୍କା ଜୋରିମାନା ଦେଇଥିବା ବେଳେ ଆଜି ତାଙ୍କୁ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସର୍ବୋଚ୍ଚ କୋର୍ଟ । ତେବେ ସିଦ୍ଧୁ ମାମଲାର ପୁନଃ ବିଚାର (କ୍ୟୁରୋଟିଭ୍ ପିଟିସନ୍) କରିବା ପାଇଁ ଆବେଦନ ମଧ୍ୟ କରିପାରନ୍ତି ।

  • #WATCH | Chandigarh: "No comment," says Congress leader Navjot Singh Sidhu upon being asked about Supreme Court sentencing him to one-year rigorous imprisonment in a three-decade-old road rage case. pic.twitter.com/tzhDo99kO0

    — ANI (@ANI) May 19, 2022 " class="align-text-top noRightClick twitterSection" data=" ">

ଏପଟେ ଦଣ୍ଡାଦେଶ ଶୁଣିବା ପରେ ଟ୍ୱିଟ କରିଛନ୍ତି ସିଦ୍ଧୁ । ଆଇନକୁ ସମ୍ନାନ ଜଣାଇ ଦଣ୍ଡାଦେଶକୁ ଗ୍ରହଣ କରିବେ ବୋଲି ଟ୍ୱିଟ୍ କରିଛନ୍ତି । ଏପରିକି ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ଉତ୍ତର ଦେବାକୁ ଏଡାଇଯାଇଥିଲେ ସିଦ୍ଧୁ ।

  • Will submit to the majesty of law ….

    — Navjot Singh Sidhu (@sherryontopp) May 19, 2022 " class="align-text-top noRightClick twitterSection" data=" ">

ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାକ୍ରମ-

୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଙ୍ଗକୁ ନେଇ ପଟିଆଲରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁ ବିରୋଧରୋ ମାମଲା ରୁଜୁ ହୋଇଥିଲା । ତେବେ ୩୩ ବର୍ଷ ପରେ ଏହି ଘଟଣାର ରାୟ ସଂରକ୍ଷିତ ରଖିଥିନ୍ତି ସୁପ୍ରିମକୋର୍ଟ ।

33 ବର୍ଷ ଧରି ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଥିଲା । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ମାମଲା ହୋଇଥିଲା । ୧୯୮୮ର ରୋଡ୍ ରେଜ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା । ବିଚାରପତି ଏଏମ ଖାନଓ୍ଵିଲକବଂ ବିଚାରପତି କିଶନ କୌଲଙ୍କ ପୀଠ ୨୦୧୮ରେ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ । ତେବେ ରୋଡ୍ ରେଜ୍ ଘଟଣାରେ ପ୍ରାଣ ହରାଇଥିବା ପଟିଆଲା ବାସିନ୍ଦାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଦାଖଲ ସମୀକ୍ଷା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି । ଏତେ ବଡ ଅପରାଧ ଅଭିଯୋଗ ବିରୋଧରେ ଏତେ କମ ଦଣ୍ଡ ବିଧାନ କେମିତ ସମ୍ଭବପର ହେଲା ସେନେଇ ଶୁଣାଣୀ କରିବେ ସୁପ୍ରିମ କୋର୍ଟ ।

ସେହିଭଳି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅପ୍ରେଲ ୧୨ ତାରିଖରେ ହେବ । ଏପଟେ କିଛି ଦିନ ତଳେ ସିଦ୍ଧୁ ଏହି ମାମଲାକୁ ଖାରଜ କରିବାକୁ ସୁପ୍ରିମକୋର୍ଟକୁ ନିବେଦନ କରିଥିଲେ । ଏଥିସହ କରାଯାଇଥିବା ସମୀକ୍ଷା ପିଟିସନର ଜବାବରେ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସିଦ୍ଧୁ କହିବା ସହ ଏହା ୩୩ ବର୍ଷ ପୁରୁଣା ଘଟଣା ବୋଲି କହିଥିଲେ । ମାତ୍ର ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଟିଆଲରେ ପାର୍କିଙ୍ଗ୍‌କୁ ନେଇ ସିଦ୍ଧୁଙ୍କର ଜଣେ ଲୋକ ସହ ବଚସା ହୋଇଥିଲା ।

ଏତଦ୍‌ବ୍ୟତିତ୍‌ ପାର୍କିଙ୍ଗ୍‌କୁ ନେଇ ବଚସା ଭୟଙ୍କର ହେବା ସହ ସିଦ୍ଧୁ ଓ ତାଙ୍କର ଜଣେ ବନ୍ଧୁ ଘଟଣାସ୍ଥଳରେ ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଏପଟେ ପଞ୍ଜାବ ହାଇକୋର୍ଟ ୨୦୦୬ରେ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।


ଅନ୍ୟପଟେ ଏହି ଘଟଣାରେ ପୁଣି ୨୦୧୮ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ମାତ୍ର ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ସିଦ୍ଧୁ ଜରିମାନା ଦେବା ସହ ମୁକୁଳି ଥିଲେ । ତେବେ ଏହି ରାୟର ଠିକ୍‌ ଏକ ବର୍ଷ ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିବା ସହ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :May 19, 2022, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.