ETV Bharat / bharat

ଅଭିଷେକଙ୍କ ED କାର୍ଯ୍ୟାନୁଷ୍ଠାନ ବେଳେ ଦୂରରେ ରହିବ ଗଣମାଧ୍ୟମ, ରୋକ ଲଗାଇଲେ ହାଇକୋର୍ଟ

author img

By ETV Bharat Odisha Team

Published : Oct 17, 2023, 9:03 PM IST

Rujira plea: ଅଭିଷେକଙ୍କୁ ଜେରାର ଲାଇଭ ଷ୍ଟ୍ରିମିଂ କରିପାରିବେନି ଗଣମାଧ୍ୟମ, ରୋକ ଲଗାଇଲେ ହାଇକୋର୍ଟ
Rujira plea: ଅଭିଷେକଙ୍କୁ ଜେରାର ଲାଇଭ ଷ୍ଟ୍ରିମିଂ କରିପାରିବେନି ଗଣମାଧ୍ୟମ, ରୋକ ଲଗାଇଲେ ହାଇକୋର୍ଟ

ଅଭିଷେକ ବାନାର୍ଜୀଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନ ବେଳେ ଦୂରରେ ରହିବ ଗଣମାଧ୍ୟମ । ମିଡିଆ ସହ କୌଣସି ତଥ୍ୟ ସେୟାର କରିବନି ତଦନ୍ତକାରୀ ସଂସ୍ଥା । କୋଲକାତା ହାଇକୋର୍ଟ ଜାରି କଲେ ଗାଇଡଲାଇନ । ଅଧିକ ପଢନ୍ତୁ

କୋଲକାତା: ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନ ବେଳେ ଗଣମାଧ୍ୟମ ଲାଇଭ ଷ୍ଟ୍ରିମିଂ କରିପାରିବ ନାହିଁ । ଆଜି ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ କରିଥିବା ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଇଡି)କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ମାମଲାର ଶୁଣାଣି କରି କୋଲକାତା ହାଇକୋର୍ଟର ଜଷ୍ଟିସ ସବ୍ୟସାଚୀ ଭଟ୍ଟାଚାର୍ଯ୍ୟ ମିଡିଆ କଭରେଜ ଉପରେ ଏହି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ସହ ଗାଇଡଲାଇନ ଜାରି କରିଛନ୍ତି ।

କୋର୍ଟଙ୍କ ଗାଇଡଲାଇନ ଅନୁସାରେ, ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କେଉଁଠାରେ ଚଢାଉ କିମ୍ବା ସର୍ଚ୍ଚ ଅପରେସନ କରିବା ବେଳେ କୌଣସି ଗଣମାଧ୍ୟମ ସଂସ୍ଥା ଏହାର ଲାଇଭ କଭରେଜ କରିପାରିବେ ନାହିଁ । ଚଢାଉରେ ଜବତ ସାମଗ୍ରୀ ଓ ଅନ୍ୟ ସୂଚନା ଗଣମାଧ୍ୟମକୁ କେନ୍ଦ୍ରୀୟ ସଂସ୍ଥା ପ୍ରଦାନ କରିବା ଉପରେ ମଧ୍ୟ କଟକଣା ରହିବ । ସେହିପରି ଏହି ଚଢାଉ ସମୟରେ କୌଣସି ଗଣମାଧ୍ୟମ ଟିମ କେନ୍ଦ୍ରୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇପାରିବେ ନାହିଁ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କୌଣସି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାଠାରୁ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଦୂରରେ ରଖାଯିବ । ଅଭିଷେକଙ୍କ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ବେଳେ ତଦନ୍ତକାରୀ ସଂସ୍ଥା ଏହି ଗାଇଡଲାଇନ ଅନୁପାଳନ କରି ପ୍ରକ୍ରିୟା ଜାରି ରଖିବ ।

ସେହିପରି ମାମଲାର ଚାର୍ଜସିଟ ଅଦାଲତରେ ଦାଖଲ ନହେବା ଯାଏ, କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ଜବତ ସାମଗ୍ରୀ, ଦଲିଲ ସମ୍ପର୍କରେ କୌଣସି ତଥ୍ୟ ଗଣମାଧ୍ୟମ ସହିତ କେନ୍ଦ୍ରୀୟ ସଂସ୍ଥା ବିନିମୟ କରିପାରିବ ନାହିଁ । ସେହିପରି ଏହି ମାମଲା ସମ୍ପର୍କିତ କୌଣସି ଖବର ପ୍ରକାଶିତ କରିବା ବେଳେ ଅଭିଯୁକ୍ତଙ୍କ ଫଟୋ ମଧ୍ୟ କୌଣସି ଗଣମାଧ୍ୟମ ସଂସ୍ଥା ରିପୋର୍ଟରେ ପ୍ରକାଶିତ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି ।

ତେବେ ଆଜି କୋର୍ଟଙ୍କ ପ୍ରଦତ୍ତ ନିୟମାବଳୀକୁ ଉଲ୍ଲଙ୍ଘନ କରି କୌଣସି ଗଣମାଧ୍ୟମ ଖବର ପ୍ରାସାରିତ କିମ୍ବା ପ୍ରକାଶିତ କଲେ ଉଭୟ ଅଭିଷେକ ଓ ରୁଜିରା ସମ୍ପୃକ୍ତ ସଂସ୍ଥା ବିରୋଧରେ ଅଦାଲତ ଅବମାନନା ମାମଲା ମଧ୍ୟ ଦାଏର କରିପାରିବେ । ଆଜି ଏହି ନିର୍ଦ୍ଦେଶନାମା ସହ କୋର୍ଟ ଉଭୟ ପକ୍ଷଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାବର୍ଷ (2024) ଜାନୁଆରୀରେ ହେବା ନେଇ କୋର୍ଟ ତାରିଖ ସ୍ଥିର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Same-sex marriage: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା, ସଂସଦ ଉପରେ ନିଷ୍ପତ୍ତି ଛାଡିଲେ

ଏବେ ଘୋଟାଲା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରଭୁକ୍ତ ଅଛନ୍ତି । କେତେକ ଗଣମାଧ୍ୟମ ଏହି ମାମଲାରେ ମିଥ୍ୟା ରିପୋର୍ଟ ପ୍ରକାଶ କରିବା ସହ ଅଭିଷେକ ଓ ତାଙ୍କ ପରିବାର ସଦସ୍ୟଙ୍କ ସାମାଜିକ ପ୍ରତିଷ୍ଠା ଓ ଭାବମୂର୍ତ୍ତି କ୍ଷୂର୍ଣ୍ଣ କରୁଥିବା ଅଭିଷେକଙ୍କ ପତ୍ନୀ ରୁଜିରା ଅଭିଯୋଗ କରିଥିଲେ । ସେ ଏହି ମାମଲାରେ ମିଡିଆ କଭରେଜ ଉପରେ କଟକଣା ଲଗାଇବା ପାଇଁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଆଜି ମାମଲାର ଶୁଣାଣିରେ ଖଣ୍ଡପୀଠ ଇଡିକୁ ଏହି ନିର୍ଦ୍ଦେଶ ସହ ଗଣମାଧ୍ୟମ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.