ETV Bharat / bharat

Same-sex marriage: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା, ସଂସଦ ଉପରେ ନିଷ୍ପତ୍ତି ଛାଡିଲେ

author img

By ETV Bharat Odisha Team

Published : Oct 17, 2023, 11:51 AM IST

Updated : Oct 17, 2023, 1:16 PM IST

Same sex marriage
Supreme Court on Same sex marriage

ଦେଶରେ ସମଲିଙ୍ଗୀ ବିବାହ ଆଇନ ସମ୍ମତ ଦେବା ଉଚିତ କି ନାହିଁ ତାକୁ ନେଇ ସୁପ୍ରିମକୋର୍ଟ ଚୂଡାନ୍ତ ରାୟ ପ୍ରକାଶ କରି ସଂସଦ ଉପରେ ନିଷ୍ପତ୍ତି ଛାଡିଛନ୍ତି । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟଙ୍କ ନା । ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଲେ ନାହିଁ ସର୍ବୋଚ୍ଚ ନ୍ୟାୟାଳୟ । ସଂସଦ ଉପରେ ଛାଡିଲେ ନିଷ୍ପତ୍ତି । ସଂସଦ ଆଇନ ନ ଆଣିବା ଯାଏ ସ୍ବୀକୃତି ମିଳିବ ନାହିଁ । ସମଲିଙ୍ଗୀ ବିବାହ ନେଇ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସମଲିଙ୍ଗୀ ବିବାହ ମୌଳିକ ଅଧିକାର ନୁହେଁ । ଜୀବନସାଥୀ ବାଛିବା ଜୀବନରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ନିଜ ସାଥୀ ଖୋଜିବାରେ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ଦେଶରେ ସମଲିଙ୍ଗୀ ସମ୍ପର୍କରେ ଗ୍ରହଣୀୟତା ବଢିଛି । ସ୍ବତନ୍ତ୍ର ବିବାହ ଆଇନରେ ପରିବର୍ତ୍ତନ ନେଇ ସଂସଦ ନିଷ୍ପତ୍ତି ନେବ । କେନ୍ଦ୍ର ଓ ରାଜ୍ୟ ସରକାର ସମଲିଙ୍ଗୀ ବିଷୟରେ ଲୋକଙ୍କୁ ବୁଝାଇବେ । ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 5ଜଣିଆ ଖଣ୍ଡପୀଠ ଏହି ଐତିହାସିକ ରାୟ ଶୁଣାଇଛନ୍ତି । 18 ସମଲିଙ୍ଗୀ ଯୋଡ଼ିଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।

  • Same-sex marriage | CJI DY Chandrachud says he has dealt with the issue of judicial review and separation of powers.

    "The doctrine of separation of powers means that each of the three organs of the State perform distinct functions. No branch can function any others' function.… pic.twitter.com/HiaulENmhN

    — ANI (@ANI) October 17, 2023 " class="align-text-top noRightClick twitterSection" data=" ">

ସୁପ୍ରିମକୋର୍ଟ ପ୍ରଧାନବିଚାରପତି ସମଲିଙ୍ଗୀ ବିବାହକୁ ନେଇ ରାୟ ପ୍ରକାଶ କରି କହିଛନ୍ତି, "ଏହି ମାମଲାରେ 4ଟି ନିଷ୍ପତ୍ତି ହୋଇଛି । କିଛି ସହମତି ମିଳିଛି କିଛି ଅସହମତି ପ୍ରକାଶ କରିଛନ୍ତି । ମଣିଷ ସ୍ବାଭାବିକ ଭାବେ ସାଥୀ ଖୋଜିଥାଏ । ପ୍ରେମ ମଣିଷର ସ୍ବଭାବିକ ପ୍ରକୃତି । ବିବାହ ଅଧିକାର ଉପରେ ସରକାର ଗଠନ କରନ୍ତୁ । ଆଇନର ବାଖ୍ୟା କୋର୍ଟର କାମ ତିଆରି କରିବା ନୁହେଁ । ପାର୍ଲାମେଣ୍ଟ୍‌ ଅଧିକାରରେ କୋର୍ଟ ପ୍ରବେଶ କରିପାରିବେ ନାହିଁ । ଜୀବନ ସାଥୀ ବାଛିବାକୁ ସମସ୍ତଙ୍କୁ ସ୍ବାଧୀନତା ମିଳୁ । ସାଥୀ ବାଛିବା ଓ ତାଙ୍କ ସହ ଜୀବନ ବିତାଇବାକୁ ସ୍ବତନ୍ତ୍ରତା ମିଳୁ ।"

ସିଜେଇ ଡି ୱାଇ ଚନ୍ଦ୍ରଚୂଡ ଆହୁରି କହିଛନ୍ତି,"କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହା ସୁନିଶ୍ଚିନ୍ତ କରିବାକୁ ହେବ ସମଲିଙ୍ଗୀ ପିଲାଙ୍କୁ ତାଙ୍କ ବୟସ ଓ ଲିଙ୍ଗ ପରିବର୍ତ୍ତନ ଅପରେସନ୍‌ର ଅନୁମତି ଦିଆନଯାଉ ଯେପର୍ଯ୍ୟନ୍ତ ସେମାନେ ଏହାର ପରିଣାମ ଭଲରେ ନବୁଝିଛନ୍ତି । ବିବାହର ରୂପ ବଦଳିଛି । ବିବାହର ରୂପ କେବେ ସ୍ଥିର ନୁହେଁ । ସତୀ ପ୍ରଥାଠୁ ନେଇ ବାଲ୍ୟ ବିବାହ ବଦଳିଛି । ବିରୋଧ ପରେ ବିବାହର ରୂପ ବଦଳିଛି । ବିବାହ କରିବା କୌଣସି ମୌଳିକ ଅଧିକାର ନୁହେଁ ।

ଏହା ବି ପଢନ୍ତୁ...Same-sex marriage: ସମଲିଙ୍ଗୀ ବିବାହକୁ ମିଳିବ କି ମାନ୍ୟତା ? ଆଜି ଆସିବ ସୁପ୍ରିମ ରାୟ

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମ ନିଷ୍ପତ୍ତି:

  • ସମଲିଙ୍ଗୀ ଏକ ସାଧାରଣ ଘଟଣା ଯାହା ବହୁ ବର୍ଷରୁ ଭାରତରେ ରହିଛି । ଏହା ସହରୀ କିମ୍ବା ଗାଁରେ ହେଉଥିବା ଘଟଣା ନୁହେଁ ।
  • ବିବାହ ଏକ ସ୍ଥାୟୀ ସ୍ଥଂସା ନୁହେଁ ।
  • ଗୋଟିଏ କମିଟି ତିଆରି କରାଯବି ଯାହା ରାସନ କାର୍ଡରେ ସାମଲିଙ୍ଗୀ ଯୋଡ଼ିକୁ ପରିବାର ଭାବେ ଗ୍ରହଣ କରିବା, ସଂଯୁକ୍ତ ବ୍ୟାଙ୍କ ଖାତାରେ ନାମ ରହିବା, ପେନସନ ଆଦି ମାମଲାରେ ଅଧିକାର ସୁନିଶ୍ଚିନ୍ତ କରିବା ମାମଲାର ବିଚାର ହେବ ।
  • ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସକ୍ରିମିନେସନ୍‌ ଲ' ଅଣାଯାଉ
  • ସମଲିଙ୍ଗୀଙ୍କ ପାଇଁ 'ଗରିମା ଗୃହ' ବନାଇବେ ସରକାର ।
  • ସମଲିଙ୍ଗୀ ଯୋଡ଼ି ହିଂସାର ଶିକାର ହେଲେ 'ଗରିମା ଗୃହରେ' ରହିବେ ।
  • ସମଲିଙ୍ଗୀଙ୍କଠାରୁ ପୋଷ୍ୟ ସନ୍ତାନର ଅଧିକାର ଛଡ଼ାଇ ହେବ ନାହିଁ । ପୋଷ୍ୟ ସନ୍ତାନ ଅଧିକାର ଛଡ଼ାଇବା ଧାରା 15ର ଉଲଙ୍ଘନ ।

ପ୍ରକାଶ ଥାଉ କି, ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାଗୁଥିବା ଆବେଦନକାରୀଙ୍କ ଯୁକ୍ତିକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ କୋର୍ଟ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଉ । ଦେଶରେ ପରିଚାଳିତ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ (SMA) 1954ରେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଉ ବୋଲି ଆବେଦନକାରୀ ଦାବି କରିଥିଲେ । ଗତ ଏପ୍ରିଲ 18 ତାରିଖରେ ସାମ୍ବିଧାନିକ ଖଣ୍ଡପୀଠ ସମଲିଙ୍ଗୀ ବିବାହକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଗତ ମେ' 11 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 21ଟି ପିଟିସନର ଏକାଠି ଶୁଣାଣି କରିଥିଲେ ।

Last Updated :Oct 17, 2023, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.