ETV Bharat / bharat

Same-sex marriage: ସମଲିଙ୍ଗୀ ବିବାହକୁ ମିଳିବ କି ମାନ୍ୟତା ? ଆଜି ଆସିବ ସୁପ୍ରିମ ରାୟ

author img

By ETV Bharat Odisha Team

Published : Oct 17, 2023, 8:22 AM IST

Same Sex Marriage
Same Sex Marriage

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଆବେଦନ ଉପରେ ଆଜି ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ବିବାହକୁ ମାନ୍ୟତା ମିଳିବ କି ନାହିଁ ସେନେଇ ଆଜି ଆସିବ ସୁପ୍ରିମ ରାୟ । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମାଗିଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ 10 ଦିନ ଧରି ଏହି ମାମଲାରେ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ମେ 11 ତାରିଖରେ ରାୟ ସରଂକ୍ଷିତ ରଖିଥିଲେ । ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ସଞ୍ଜୟ କିଶାନ କୌଲ, ଜଷ୍ଟିସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା ଖୋଲି ଏବଂ ଜଷ୍ଟିସ୍‌ ପିଏସ୍‌ ନରସିଂହା ସାମିଲ ଥିଲେ ।

ବରିଷ୍ଠ ଓକିଲ ଏ ଏମ୍‌ ସିଂଘଭି, ରାଜୁ ରାମଚନ୍ଦ୍ରନ୍, କେ ଭି ବିଶ୍ୱନାଥନ୍, ଆନନ୍ଦ ଗ୍ରୋଭେର ଏବଂ ସୌରଭ କିର୍ପାଲ ଏହି ମାମଲାରେ 21 ଆବେଦନକାରୀଙ୍କ ନାମରେ ଯୁକ୍ତି ବାଢ଼ିଥିଲେ । ଆବେଦନକାରୀ ଏହାକୁ ସ୍ବତନ୍ତ୍ର ବିବାହ ଆଇନରେ ପରିଣତ କରିବାକୁ ଦାବି କରିଥିଲେ । କିନ୍ତୁ ଏହି ବିବାହକୁ ଆଇନ ମାନ୍ୟତା ପ୍ରଦାନ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରାକାର ଯୁକ୍ତି ବାଢ଼ିଥିଲେ । ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ଏହି ଆବେଦନକୁ ବିରୋଧ କରି କହିଛି ଯେ, ଆବେଦନକାରୀଙ୍କ ଆବେଦନକୁ ଅନୁମତି ଦେବା ବ୍ୟକ୍ତିଗତ ଆଇନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି କରିବ । ଏହି ପ୍ରସଙ୍ଗ କେବଳ ଆଇନ ଦ୍ୱାରା ପରିଚାଳିତ ହୋଇପାରିବ, ଯାହା ଦ୍ବାରା ଏହାର ବ୍ୟାପକ ପ୍ରଭାବ ରହିବ ।

ଏହା ମଧ୍ୟ ପଢନ୍ତୁ-Same-sex marriage: କାଲିଠୁ ଶୁଣାଣି, ସମ୍ଭ୍ରାନ୍ତ ମାନସିକତାକୁ ପ୍ରତିଫଳିତ କରୁଛି କହିଲା କେନ୍ଦ୍ର

ସମଲିଙ୍ଗୀ ବିବାହ ସହରରେ ରହୁଥିବା ସମ୍ଭ୍ରାନ୍ତ ବର୍ଗର ମାନସିକତାର ପ୍ରତିଫଳନ, ହେଲେ ଏହା ଗ୍ରାମୀଣ କ୍ଷେତ୍ରରେ କେବେ ହେଲେ ଗ୍ରହଣୀୟ ନୁହେଁ ବୋଲି କେନ୍ଦ୍ର ନୂତନ ଆବେଦନରେ ଉଲ୍ଲେଖ କରିଛି । ସହରରେ ରହୁଥିବା ଆଭିଜାତ୍ୟ ସମ୍ପନ୍ନ ଲୋକେ ଏହି ପ୍ରକାର ସମ୍ପର୍କକୁ ମାନ୍ୟତା ଦାବି କରୁଛନ୍ତି । ହେଲେ ଭାରତୀୟ ସମାଜର ଅଧିକାଂଶ ଗ୍ରାମାଞ୍ଚଳ । ସେଠାରେ ଏହାକୁ କେବେ ହେଲେ ଗ୍ରହଣ କରାଯାଇ ପାରିବ ନାହିଁ । ତେଣୁ ଏହି ସମଲିଙ୍ଗୀ ବିବାହକୁ ଅନୁମତି ଦେଲେ ଏହା ସମସ୍ତ ବର୍ଗ ଉପରେ ପ୍ରଭାବ ପକାଇବ । ସେହିପରି କୌଣସି ପ୍ରସଙ୍ଗ ଉପରେ ସମସ୍ତ ଦିଗରୁ ବିଚାର ବିମର୍ଶ କରି ନିୟମ ପ୍ରଣୟନ କରିବା ସଂସଦର କାମ, ନ୍ୟାୟପାଳିକାର ନୁହେଁ ବୋଲି ଆବେଦନରେ କହିଥିଲା କେନ୍ଦ୍ର ।

ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟଚା ମାଗୁଥିବା ଆବେଦନକାରୀଙ୍କ ଯୁକ୍ତିକୁ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ କୋର୍ଟ ବିରୋଧ କରିଛନ୍ତି । ଆବେଦନକାରୀଙ୍କ ଯୁକ୍ତି ହେଉଛି ଯେ, ସମଲିଙ୍ଗୀ ବିବାହକୁ ସାମାଜିକ ଓ ଆଇନଗତ ସ୍ୱୀକୃତି ପ୍ରଦାନ କରାଯାଉ । ଦେଶରେ ପରିଚାଳିତ ସ୍ପେଶାଲ୍ ମ୍ୟାରେଜ୍ ଆକ୍ଟ (SMA) 1954ରେ ସମଲିଙ୍ଗୀ ବିବାହକୁ ସାମିଲ କରାଯାଉ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.