ETV Bharat / bharat

ପୁଣି ବଢିଲା ନ୍ୟାୟିକ ହାଜତ ଅବଧି, ଡିସେମ୍ବର 22 ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ସିସୋଦିଆ

author img

By ETV Bharat Odisha Team

Published : Nov 23, 2023, 8:58 AM IST

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଢ଼ିଲା ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି।ଡିସେମ୍ବର 22 ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ସିସୋଦିଆ । ଅଧିକ ପଢ଼ନ୍ତୁ

manish sisodia
manish sisodia

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା । ପୁଣି ବଢ଼ିଲା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି । ଆସନ୍ତା ମାସ ଡିସେମ୍ବର 22 ପର୍ଯ୍ୟନ୍ତ ଜେଲ୍‌ରେ ରହିବେ ସିସୋଦିଆ । ବୁଧବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହାଜତ ଅବଧି ଆଉ ଏକ ମାସ ବୃଦ୍ଧି କରିଛନ୍ତି । ପ୍ରଥମେ ସିବିଆଇ ଓ ପରେ ଇଡି ଦ୍ବାରା ଗିରଫ ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ବେଲ ପାଇବାରେ ସେ ସଫଳ ହୋଇନାହାନ୍ତି।

ବୁଧବାର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ ସିସୋଦିଆ । କୋର୍ଟରେ ଶୁଣାଣି ବେଳେ ସିବିଆଇ କହିଛି ଯେ, ଅଭିଯୁକ୍ତଙ୍କ ଓକିଲଙ୍କ ପକ୍ଷରୁ ଶୁଣାଣିରେ ବିଳମ୍ବ ହେଉଛି । ଏନେଇ ସିସୋଦିଆଙ୍କ ଓକିଲ କହିଛନ୍ତି ଯେ, ସିବିଆଇ ତଦନ୍ତ ସହ ଜଡିତ ସମସ୍ତ ଦସ୍ତାବିଜ ମିଳିନାହିଁ, ସେଥିପାଇଁ ଶୁଣାଣିରେ ବିଳମ୍ବ ହେଉଛି । କୋର୍ଟ ଉଭୟ ପକ୍ଷଙ୍କ ମତ ଶୁଣିବା ପରେ ଏ ସମ୍ପର୍କିତ ମାମଲାର ଶୁଣାଣି ଡିସେମ୍ବର 22 ତାରିଖକୁ ବୃଦ୍ଧି କରିଥିଲେ । ଏହାପୂର୍ବରୁ, ଇଡି ମାମଲାରେ ନଭେମ୍ବର 21 ତାରିଖରେ କୋର୍ଟ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଡିସେମ୍ବର 11 ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଅକ୍ଟୋବର 30 ତାରିଖରେ ସୁପ୍ରିମକୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ସିସୋଦିଆ, ଦ୍ବିତୀୟ ଥର ଲାଗି ମିଳିଲା ଅନୁମତି

ସିସୋଦିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ପାଇଁ ନଭେମ୍ବର 10 ତାରିଖରେ ରାଉସ୍ ଆଭେନ୍ୟୁ କୋର୍ଟ ଅନୁମତି ଦେଇଥିଲେ । ତାପର ଦିନ ସେ ମଥୁରା ରୋଡରେ ଥିବା ତାଙ୍କ ସରକାରୀ ବାସଭବନରେ ପହଞ୍ଚି ପତ୍ନୀଙ୍କୁ ଭେଟିଥିଲେ । ଏହି ସମୟରେ ସିସୋଦିଆ ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହ ଦୀପ ଜାଳିଥିଲେ। ସିସୋଦିଆ ତାଙ୍କ ପତ୍ନୀଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇପଡ଼ିଥିଲେ ।

ଅକ୍ଟୋବର 30 ତାରିଖରେ ସୁପ୍ରିମକୋର୍ଟରେ ସିସୋଦିଆଙ୍କ ବେଲ ଆବେଦନ ଉପରେ ଶୁଣାଣି ହୋଇଥିଲା । ସୁପ୍ରିମକୋର୍ଟ ବେଲ୍‌ ଆବେଦନକୁ ଖାରଜ କରିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଥିଲେ । ଏହି ମାମଲାର ଶୁଣାଣି 6ରୁ 8 ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଶୁଣାଣି ଯଦି ମନ୍ଥର ଗତିରେ ଚାଲେ ତେବେ ସିସୋଦିଆ ପରବର୍ତ୍ତୀ ପର୍ଯ୍ୟାୟରେ ପୁନର୍ବାର ଜାମିନ ଆବେଦନ କରିପାରିବେ ବୋଲି କହିଥିଲେ ସୁପ୍ରିମକୋର୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.