ETV Bharat / bharat

G20 Summit 2023: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୋଲିବ ସ୍ବତନ୍ତ୍ର ପାଭିଲିୟନ

author img

By ETV Bharat Odisha Team

Published : Sep 5, 2023, 10:53 PM IST

ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ପ୍ରଦର୍ଶନୀ ପାଭିଲିୟନରେ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଏଥିରେ ଆରବିଆଇର ଡିଜିଟାଲ ରୂପୀ ଓ ଏହାର ଯାତ୍ରା ସମ୍ପର୍କରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ ହେବ । ପରୀକ୍ଷାମୂଳକ ଭିତ୍ତିରେ ଡିଜିଟାଲ ମୁଦ୍ରା ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କମାନେ ପ୍ରଦର୍ଶନୀ ପରିସରରେ ଡିଜିଟାଲ ମୁଦ୍ରା କାରବାର ଦେଖାଇବେ । ଅଧିକ ପଢନ୍ତୁ

G20 Summit 2023: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୋଲିବ ସ୍ବତନ୍ତ୍ର ପାଭିଲିୟନ
G20 Summit 2023: ଭାରତୀୟ ରିଜର୍ଭ ବ୍ୟାଙ୍କ ଖୋଲିବ ସ୍ବତନ୍ତ୍ର ପାଭିଲିୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରଦର୍ଶନୀ ପାଭିଲିୟନ ଖୋଲାଯିବ । ଏଥିରେ ଆର୍ଥିକ ଅନ୍ତର୍ଭୂକ୍ତିକରଣ ଏବଂ ଡିଜିଟାଲ ଅର୍ଥ କାରବାର କ୍ଷେତ୍ରରେ ଆରବିଆଇର ବିଭିନ୍ନ ସଫଳତାକୁ ପ୍ରଦର୍ଶିତ କରାଯିବ ।

ଏହାବି ପଢନ୍ତୁ- G20 Summit2023: ସଜେଇ ହୋଇଛି ରାଷ୍ଟ୍ରୀୟ ରାଜଧାନୀ, ଦେଖନ୍ତୁ ଝଲକ

ଆରବିଆଇ ପାଭିଲିୟନରେ ସମସ୍ୟାମୁକ୍ତ ଋଣ ଯୋଗାଣ ପାଇଁ ସାର୍ବଜନୀନ ପ୍ରଯୁକ୍ତି ପ୍ଲାଟଫର୍ମ (ପିଟିପି)କୁ ପ୍ରଦର୍ଶିତ କରାଯିବ । ଅନ୍ତର୍ଜାତୀୟ ଅତିଥି, ଗଣମାଧ୍ୟମ ପ୍ରତିନିଧି ଓ ଆଗନ୍ତୁକମାନେ ଇଣ୍ଟରଆକ୍ଟିଭ ପ୍ରଦର୍ଶନୀ ଜରିଆରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ହାସଲ କରିପାରିବେ । ସହଜ ଋଣ ଲଗାଣ ପାଇଁ କେନ୍ଦ୍ର ସରକାର ପିଟିପି ବ୍ୟବସ୍ଥା ଆରମ୍ଭ କରିଛନ୍ତି । କିଷାନ କ୍ରେଡିଟ କାର୍ଡ ମାଧ୍ୟମରେ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ସହଜରେ ଋଣ ଯୋଗାଇ ଦେବା ଲାଗି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ କିଭଳି ଡିଜିଟାଲକରଣ କରାଯାଇଛି । ଏହା ଦ୍ବାରା ଗ୍ରାମାଞ୍ଚଳର ଲୋକମାନେ ମାତ୍ର କିଛି ମିନିଟ ମଧ୍ୟରେ କିଭଳି ଋଣ ପାଇପାରୁଛନ୍ତି ତାହା ପ୍ରଦର୍ଶନୀରେ ଦେଖିବାର ସୁଯୋଗ ମିଳିଛି । ସରକାରଙ୍କ ପିଟିପି ପ୍ଲାଟଫର୍ମ ଗ୍ରାମାଞ୍ଚଳରେ ଋଣ ବଣ୍ଟନ ବ୍ୟବସ୍ଥାରେ ବିପ୍ଳବ ଆଣିଛି।

ଏହାବି ପଢନ୍ତୁ- G20 Summit: ସମ୍ପୂର୍ଣ୍ଣ ପ୍ରସ୍ତୁତ ଇଣ୍ଟରନ୍ୟାସନାଲ ମିଡିଆ ସେଣ୍ଟର, 2ଦିନ ଚାଲିବ ପ୍ରେସ୍ ବ୍ରିଫିଂ

ରିଜର୍ଭ ବ୍ୟାଙ୍କର ଡିଜିଟାଲ କରେନ୍ସି ବା ମୁଦ୍ରା ଉପରେ ପ୍ରଦର୍ଶନୀ ପାଭିଲିୟନରେ ସ୍ବତନ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯିବ । ଏଥିରେ ଆରବିଆଇର ଡିଜିଟାଲ ରୂପୀ ଓ ଏହାର ଯାତ୍ରା ସମ୍ପର୍କରେ ସୂଚନାମୂଳକ ଭିଡିଓ ପ୍ରଦର୍ଶିତ ହେବ । ପରୀକ୍ଷାମୂଳକ ଭିତ୍ତିରେ ଡିଜିଟାଲ ମୁଦ୍ରା ଆରମ୍ଭ କରିଥିବା ନିର୍ଦ୍ଦିଷ୍ଟ ବ୍ୟାଙ୍କମାନେ ପ୍ରଦର୍ଶନୀ ପରିସରରେ ଡିଜିଟାଲ ମୁଦ୍ରା କାରବାର ଦେଖାଇବେ ।

ୟୁପିଆଇ ୱାନ ୱାର୍ଲ୍ଡ ଅତିଥିମାନେ ୟୁପିଆଇ ମାଧ୍ୟମରେ ଡିଜିଟାଲ କାରବାରର ସୁବିଧା ଦେଖିପାରିବେ । ଭାରତରେ ବ୍ୟାଙ୍କ ଏକାଉଣ୍ଟ ଥିଲେ ୟୁପିଆଇ ମାଧ୍ୟମରେ କିଭଳି ତୁରନ୍ତ ଡିଜିଟାଲ ଅର୍ଥ କାରବାର ହୋଇପାରିବ ତାହା ଏହି ପ୍ରଦର୍ଶନୀରେ ବିଦେଶାଗତ ଅତିଥିମାନେ ଦେଖିବାକୁ ପାଇପାରିବେ।

ରୂପେ ଅନ ଦ ଗୋ ପ୍ରଦର୍ଶନୀରେ ଗ୍ରାହକମାନେ ପିନ୍ଧିଥିବା ଘଣ୍ଟା, ମୁଦି, ଚାବି ଚେନ ଆଦି ଜରିଆରେ ସ୍ପର୍ଶମୁକ୍ତ ଅର୍ଥ ପଇଠ କରିବାର ସୁବିଧାକୁ ଅନୁଭବ କରିପାରିବେ। ଏହା ବିଶ୍ବସ୍ତରୀୟ ଉତ୍ପାଦ ସହିତ ଘରୋଇ କାର୍ଡ ଯୋଜନାର ଗ୍ରହଣୀୟତାକୁ ପ୍ରଦର୍ଶିତ କରିବ ।

ସୀମାପାର ବିଲ ପଇଠ ଲାଗି ଭାରତ ବିଲ ପେମେଣ୍ଟ ବ୍ୟବସ୍ଥା (ବିବିପିଏସ) ଆରବିଆଇ ପାଭିଲିୟନରେ ପ୍ରଦର୍ଶିତ ହେବ । ଘରୋଇ ଏବଂ ସୀମାପାର ଅର୍ଥ କାରବାର ସୁବିଧା ଦେବା ପାଇଁ ଫିନଟେକ ଓ ପାରମ୍ପରିକ ଉଦ୍ୟୋଗ ସହିତ ଯୋଡ଼ି ହେବା ଲାଗି ବିବିପିଏସ ପ୍ଲାଟଫର୍ମର ଗ୍ରହଣୀୟତା ଏଥିରେ ପ୍ରଦର୍ଶିତ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.