G20 Summit2023: ସଜେଇ ହୋଇଛି ରାଷ୍ଟ୍ରୀୟ ରାଜଧାନୀ, ଦେଖନ୍ତୁ ଝଲକ

By ETV Bharat Odisha Team

Published : Sep 4, 2023, 5:27 PM IST

thumbnail

ନୂଆଦିଲ୍ଲୀ: ଜି-20 ଶିଖର ସମ୍ମିଳନୀ ପାଇଁ ନୂଆ ରୂପରେ ନୂଆଦିଲ୍ଲୀ ।  ନବବଧୂ ପରି ସଜେଇ ହୋଇଛି ରାଷ୍ଟ୍ରୀୟ ରାଜଧାନୀ । ଚକାଚକ ରାସ୍ତା,  ସୁଦୃଢ ଉନ୍ନତ ଭିତ୍ତିଭୂମି, ସହ  ସ୍ବଚ୍ଛ ସୁନ୍ଦର ପରିବେଶ କରାଯାଇଛି । ନୂଆଦିଲ୍ଲୀ ଅନ୍ତର୍ଜାତୀୟ  ବିମାନ ବନ୍ଦର ଠାରୁ ଆରମ୍ଭ  କରି ଭାରତ ମଣ୍ଡପମ ପୁଣି ରାଷ୍ଟ୍ରପତି ଭବନ ଠାରୁ ସଂସଦ  ଯାଏଁ ସବୁ ସ୍ଥାନକୁ  ନୂଆରୂପ ଦିଆଯାଇଛି । ଯାହାକୁ ନେଇ ଏବେ ନୂଆଦିଲ୍ଲୀ ପୁରା ରଙ୍ଗୀନ ଓ  ଭବ୍ୟ ଭାବେ ଝଲସୁଛି ।  ଆସନ୍ତା 9 ଓ  10 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଆୟୋଜିତ  ହେବ ଜି-20 ଶିଖର ସମ୍ମିଳନୀ । ସମ୍ମିଳନୀରେ ଭାଗ ନେବାକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଓ  ଜି-20  ସଦସ୍ୟ ରାଷ୍ଟ୍ରର  ମୁଖ୍ୟ । ଏତତ ବ୍ୟତୀତ 50 ରୁ ଅଧିକ ଦେଶର ବିଭିନ୍ନ ପ୍ରତିନିଧି ମଧ୍ୟ ଭାରତ ଆସୁଛନ୍ତି । ଭାରତ ମଣ୍ଡପମରେ ଆୟୋଜିତ ହେବ ଏହି ବିଶ୍ବସ୍ତରୀୟ ସମିଟ । ସମିଟକୁ ସଫଳ ଓ  ଭବ୍ୟ କରିବା ପାଇଁ ଭାରତ ସରକାର ସମସ୍ତ ପଦକ୍ଷେପ ନେଇଛନ୍ତି । ଏଥିସହ ସବୁ ମନ୍ତ୍ରଣାଳୟ ମିଳିତ ଭାବେ  ଜାରି ରଖିଛନ୍ତି ପ୍ରସ୍ତୁତି । ଦିଲ୍ଲୀ ପୋଲିସ ସହ ତିନି ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରାଯାଉଛି । ଶିଖର ସମ୍ମିଳନୀରେ ଯେପରି କୌଣସି ତ୍ରୁଟି ବିଚ୍ୟୁତି ନହୁଏ ସେଥିପାଇଁ  ପୁରା ପ୍ରୟାସ କରାଯାଉଛି । ଦେଖନ୍ତୁ ନୂଆଦିଲ୍ଲୀର ନୂଆ ଝଲକ । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.