ETV Bharat / bharat

ହାଇକୋର୍ଟରେ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମାମଲା: ବାଚସ୍ପତିଙ୍କୁ ଜବାବ ତଲବ

author img

By

Published : Dec 7, 2022, 9:30 AM IST

ହାଇକୋର୍ଟରେ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମାମଲା: ବାଚସ୍ପତିଙ୍କୁ ଜବାବ ତଲବ
ହାଇକୋର୍ଟରେ ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ଇସ୍ତଫା ମାମଲା: ବାଚସ୍ପତିଙ୍କୁ ଜବାବ ତଲବ

ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି ବାଚସ୍ପତି । ଜବାବ ତଲବ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଜୟପୁର: ରାଜସ୍ଥାନ କଂଗ୍ରେସ ବିଧାୟକଙ୍କ ସାମୂହିକ ଇସ୍ତଫା ମାମଲା ହାଇକୋର୍ଟରେ ପହଞ୍ଚିଛି । ବିଧାନସଭା ବାଚସ୍ପତି ୯୧ ଜଣ ବିଧାୟକଙ୍କ ଇସ୍ତଫା ପତ୍ର ଗ୍ରହଣ କରୁନାହାନ୍ତି । ଏନେଇ ବିରୋଧି ଦଳ ଉପନେତା ରାଜେନ୍ଦ୍ର ରାଠୋର(Deputy Leader of Opposition Rajendra Rathore) ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି । ଏହି ପ୍ରସଙ୍ଗରେ ବିଚାର କରି ଜଷ୍ଟିସ ଏମଏମ୍ ଶ୍ରୀବାସ୍ତବ ଓ ଜଷ୍ଟିସ ବିକେ ଭାରୱାନୀଙ୍କ ଖଣ୍ଡପୀଠ ବିଧାନସଭା ବାସସ୍ପତି ସିପି ଯୋଶୀ(CP Joshi) ଓ ସଚିବଙ୍କୁ ନୋଟିସ୍ ଜାରି ଜବାବ ତଲବ କରିଛନ୍ତି । ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜସ୍ଥାନ ସରକାରରେ ହଟ୍ଟଚମଟ ସୃଷ୍ଟି ହୋଇଥିଲା । ଏହାକୁ ଭିତ୍ତି କରି ଗତ ସେପ୍ଟେମ୍ବର ୨୫ରେ ରାଜସ୍ଥାନର ୯୧ ଜଣ କଂଗ୍ରେସ ବିଧାୟକ ବାଚସ୍ପତିଙ୍କୁ ନିଜର ଇସ୍ତଫା ପଠାଇଥିଲେ । ଏହାପରେ ଅକ୍ଟୋବର ୧୮, ୧୯, ନଭେମ୍ବର ୧୨ ଓ ୨୧ ତାରିଖରେ ଆବଦେନକାରୀ ବାଚସ୍ପତିଙ୍କୁ ଦାବିପତ୍ର ଜରିଆରେ ଏହି ଇସ୍ତଫା ଉପରେ ନିଷ୍ପତ୍ତି ନେବାକୁ ନିବେଦନ କରିଥିଲେ । ମାତ୍ର ବାଚସ୍ପତି ଇସ୍ତଫା ପତ୍ରଗୁଡିକୁ ସ୍ବୀକାର କରିନଥିଲେ । ତେଣୁ ବିରୋଧି ଦଳ ଉପନେତା ଏନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: MCD Poll: ଆଜି MCD ଜନାଦେଶ, କିଏ ମାରିବ ବାଜି

ବିରୋଧି ଦଳ ଉପନେତା ରାଠୋର ଆବେଦନରେ କହିଛନ୍ତି, ଯଦି କୌଣସି ବିଧାୟକ ସ୍ବଇଚ୍ଛାରେ ଇସ୍ତଫା ଦିଅନ୍ତି ତେବେ ବିଧାନସଭା ପ୍ରକ୍ରିୟା ନିୟମ ୧୭୩ ଅନୁସାରେ ଏହାକୁ ଗ୍ରହଣ କରିବା ପାଇଁ ବାଚସ୍ପତି ବାଧ୍ୟ ଅଟନ୍ତି । ସେହିପରି ଇସ୍ତଫା ସ୍ବେଚ୍ଛାକୃତ କି ନୁହେଁ ତାହାର ମଧ୍ୟ ଯାଞ୍ଚ କରାଯାଇପାରେ । ତେବେ ଇସ୍ତଫା ଦେଇଥିବା ବିଧାୟକମାନଙ୍କ ନାମ ସାର୍ବଜନୀନ କରିବାକୁ ଏବଂ ବିଧାନସଭାରେ ସେମାନଙ୍କ ପ୍ରବେଶ ରୋକିବାକୁ ଏଥିରେ ସେ ଅନୁରୋଧ କରିଛନ୍ତି ।

ରାଜେନ୍ଦ୍ର ରାଠୋର କହିଛନ୍ତି, ''୯୧ ଜଣ ବିଧାୟକଙ୍କ ଇସ୍ତଫା ପରେ ରାଜସ୍ଥାନ ସରକାର ବିଶ୍ବାସମତ ହରାଇ ସାରିଛନ୍ତି । ଏହାସତ୍ତ୍ବେ ମଧ୍ୟ ଇସ୍ତଫା ଦେଇଥିବା ବିଧାୟକମାନେ ମନ୍ତ୍ରୀମଣ୍ଡଳ ଓ ମନ୍ତ୍ରୀ ପରିଷଦ ସମେତ ଅନ୍ୟାନ୍ୟ ସରକାରୀ ବୈଠକରେ ସାମିଲ ହେଉଛନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.