ETV Bharat / bharat

MCD Poll: ଆଜି MCD ଜନାଦେଶ, କିଏ ମାରିବ ବାଜି

author img

By

Published : Dec 7, 2022, 8:39 AM IST

ଆଜି ଆସିବ ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଫଳାଫଳ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

MCD Poll: ଆଜି ଏମସିଡି ଫଳାଫଳ, ଆରମ୍ଭ ହେଲା ଭୋଟ ଗଣତି
MCD Poll: ଆଜି ଏମସିଡି ଫଳାଫଳ, ଆରମ୍ଭ ହେଲା ଭୋଟ ଗଣତି

ନୂଆଦିଲ୍ଲୀ: ଖୋଲିଲା ଭୋଟ ବାକ୍ସ । ଆରମ୍ଭ ହେଲା ଦିଲ୍ଲୀ ମହାନଗର ନିଗମ (MCD) ନିର୍ବାଚନ ଭୋଟ ଗଣତି । ମହାନଗର ନିଗମରେ କିଏ ବାଜି ମାରିବା ତାହା ଆଉ କେଇ ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ । ଏଥିପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ୨୫୦ଟି ୱାର୍ଡ ପାଇଁ ୪୨ ଗଣନା କେନ୍ଦ୍ର ଗଣତି କରାଯାଉଛି । MCDରେ 250 ୱାର୍ଡ ଥିବାବେଳେ ମୋଟ 1 ହଜାର 349 ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଗତ 4 ତାରିଖରେ ହୋଇଥିବା ମତଦାନରେ 50 ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: MCD Election Results: ବିଜେପି ଉଡାଇବା କି ଗୈରିକ ବାନା, ନା ଚାଲିବ ଝାଡୁ?

ନିର୍ବାଚନ ବିଜେପି, ଆମ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢେଇ ହୋଇଛି । ସବୁ ଦଳ ନିଜ ନିଜ ବିଜୟ ନେଇ ଦାବି କରିଛନ୍ତି । ଆପ୍ ଦିଲ୍ଲୀରେ ଶିକ୍ଷା, ସ୍ବାସ୍ଥ୍ୟ ସେବାକୁ ନେଇ ନିର୍ବାଚନ ଲଢିଥିବା ବେଳେ ବିଜେପି ଆମ ଆଦମୀ ପାର୍ଟିର ଭ୍ରଷ୍ଟାଚାର କେନ୍ଦ୍ର ସରକାରଙ୍କ ସୁଶାସନକୁ ମୁଦ୍ଦା କରିଥିଲା । ତେବେ ଏକଜିଟ ପୋଲରେ ଆମ୍ ଆଦମୀ ପାର୍ଟି ହାତକୁ MCD ଯାଉଥିବା ଅନେକ ସଂସ୍ଥା ପୂର୍ବାନୁମାନ କରିଛନ୍ତି । ଯଦି ଏକଜିଟ ପୋଲ ଏକଜାଟ ପୋଲ ହୁଏ ଏହା ବିଜେପି ପାଇଁ ବଡ ଧକ୍କା ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.