ETV Bharat / bharat

2024 Lok Sabha Polls: 'ଅମେଠିରୁ ପ୍ରତିଦ୍ବନ୍ଦିତା କରିବେ ରାହୁଲ ଗାନ୍ଧୀ'

author img

By

Published : Aug 18, 2023, 8:36 PM IST

Etv Bharat
Etv Bharat

ଅମେଠିରୁ ଲୋକସଭା ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ । ଆଜି ବାରଣାସୀ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟ । ଅଧିକ ପଢନ୍ତୁ

ଲକ୍ଷ୍ନୌ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆସନ୍ତା ଲୋକସଭା ନିର୍ବାଚନରେ ଅମେଠି ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦିତା କରିପାରନ୍ତି । ତେବେ ପ୍ରିୟଙ୍କା ଗାନ୍ଧୀ ଯଦି ଚାହିଁବେ ତେବେ ବାରଣାସୀରୁ ଲଢିପାରିବେ ବୋଲି କହିଛନ୍ତି ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ଅଜୟ ରାୟ । ବାରଣାସୀରେ ଗଣମାଧ୍ୟମ ସହିତ ଶୁକ୍ରବାର ଆଲୋଚନା ସମୟରେ ଏହି ମତ ରଖିଛନ୍ତି ଅଜୟ ।

ରାୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି କହିଛନ୍ତି, "ସ୍ମୃତି ଇରାନୀ ଏବେଠୁ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେ ଗତ ନିର୍ବାଚନରେ ଅମେଠିବାସୀଙ୍କୁ ପ୍ରତି କିଲୋ ପିଛା ୧୩ ଟଙ୍କାରେ ଚିନି ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଏଭଳି ପ୍ରତିଶୃତି ଦେଇ ନିଜ ଦଳ ପାଇଁ ଭୋଟ ଭିକ୍ଷା କରିଥିଲେ । ହେଲେ ତାହାକୁ ସେ ଏଯାବତ ପୂରଣ କଲେଣି କି ? ଯଦି ଅମେଠିରୁ ଚାହାନ୍ତି ତେବେ ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ଲଢିପାରିବେ ।" ସେହିପରି ପ୍ରିୟଙ୍କା ଗାନ୍ଧୀ ମଧ୍ୟ ବାରଣାସୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢିପାରିବେ ।

ଏହା ବି ପଢନ୍ତୁ- LokSabha Election: ଆସନ ବୁଝାମଣା ନେଇ AAP ସହ ଆଲୋଚନା କରିବ କଂଗ୍ରେସ

ଅଜୟ ଆହୁରି କହିଛନ୍ତି, "କଂଗ୍ରେସ ସହିତ ବୁଥ୍‌ ସ୍ତରର ପ୍ରତିଟି କାର୍ଯ୍ୟକର୍ତ୍ତା ରହିଛନ୍ତି । ସବୁଆଡୁ ଦଳକୁ ସମର୍ଥନ କରୁଛନ୍ତି ଲୋକେ । ଏପରିକି ପ୍ରତି ଗାଁ ନିର୍ବାଚନ ବିଜେପିକୁ ହରାଇବ କଂଗ୍ରେସ । ବାରଣାସୀରେ ଲୋକଙ୍କୁ ବେରୋଜଗାରୀ, ଦରବୃଦ୍ଧି ଓ ଇଡି, ସିବିଆଇର ଭୟ ଦିଆଯାଉଛି । ମାତ୍ର କଂଗ୍ରେସ ଶାସନ କ୍ଷମତାକୁ ଆସିଲେ ଏହି ସମସ୍ତ ଭୟକୁ ଦୂର କରିବ ।" କଂଗ୍ରେସର ସ୍ଥିତି ଏବେ ସୁଦୃଢ ରହିଛି । ଲୋକସଭା ନିର୍ବାଚନ ହେଉ କି ଅନ୍ୟ କୌଣସି ନିର୍ବାଚନ ସବୁଠାରେ ବିଜେପିକୁ ପରାସ୍ତ କରିବ କଂଗ୍ରେସ । ରାହୁଲ ଗାନ୍ଧୀ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରେମର ଦୋକାନ ଖୋଲିଛନ୍ତି । ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ସେ ସମସ୍ତ ଉଦ୍ୟମ କରିବେ ବୋଲି କହିଛନ୍ତି ।

ସୂଚନା ଥାଉ କି ଗତ ୨୦୧୯ ନିର୍ବାଚନରେ ଅମେଠି ଲୋକସଭା ନିର୍ବାଚନ ମଣ୍ଡଳୀରେ ସ୍ମୃତି ଇରାନୀଙ୍କ ପ୍ରତିଦ୍ବନ୍ଦୀ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପୁଅ ରାହୁଲ । ତାକୁ ସ୍ମୃତି ଇରାନୀ ପରାଜିତ କରିଥିଲେ । ସେହି ସମୟରେ ରାହୁଲ କେରଳ ୱାୟାନାଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ମଧ୍ୟ ମୈଦାଦକୁ ଓହ୍ଲାଇଥିବା ବେଳେ ସେଠାରେ ବିଜୟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.