ETV Bharat / bharat

LokSabha Election: ଆସନ ବୁଝାମଣା ନେଇ AAP ସହ ଆଲୋଚନା କରିବ କଂଗ୍ରେସ

author img

By

Published : Aug 15, 2023, 9:47 PM IST

Etv Bharat
Etv Bharat

୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର । ଆସନ ବୁଝାମଣା ନେଇ AAP ସହ ଆଲୋଚନା କରିବ କଂଗ୍ରେସ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କଂଗ୍ରେସ । ତେବେ ଆସନ୍ତାକାଲି (ବୁଧବାର) ଆପ୍‌ ସହିତ ଆସନ ବୁଝାମଣା ନେଇ ଆଲୋଚନା କରିବ କଂଗ୍ରେସ । ଦଳର ଶୀର୍ଷ ନେତୃତ୍ବ ରାହୁଲ ଗାନ୍ଧୀ ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆମ ଆଦମି ପାର୍ଟି ସହିତ ଆଲୋଚନା କରିବା ନେଇ ସୂଚନା ମିଳିଛି । ଏ ନେଇ ଦିଲ୍ଲୀ AICC ଇନଚାର୍ଜ ଦୀପକ ବାବାରିଆ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଚଳିତ ମାସ ୩୧ ତାରିଖ ଓ ସେପ୍ଟେମ୍ବର ୧ ତାରିଖରେ ବିରୋଧୀ ମହାମେଣ୍ଟ 'ଇଣ୍ଡିଆ' ମୁମ୍ବାଇରେ ତୃତୀୟ ବୈଠକ ଆୟୋଜନ କରିବାକୁ ଯାଉଥିବା ବେଳେ ଆପ୍‌ ସହିତ ଏହି ବୈଠକ କରିବାକୁ ଯାଉଛି କଂଗ୍ରେସ । ଯାହାକି ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । କଂଗ୍ରେସ ବିଜେପିର ମୁକାବିଲା କରିବା ଲାଗି ଇଣ୍ଡିଆ ମେଣ୍ଟକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରୁଛି । କିନ୍ତୁ ଏପଟେ ଆପ୍‌ ବିରୋଧରେ ଦିଲ୍ଲୀ ନେତାଙ୍କ ବିଚାରଧାରା ସମ୍ପର୍କରେ ମଧ୍ୟ କଂଗ୍ରେସ ଅବଗତ । ଏଣୁ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ଲାଗି ବୁଧବାର ଏହି ବୈଠକ ବସିବାକୁ ଯାଉଛି ।

ଏହା ବି ପଢନ୍ତୁ- 2024 ଲୋକସଭା ନିର୍ବାଚନରେ ବିରୋଧିଙ୍କ ଚେହେରା ହେବେ ରାହୁଲ: କଂଗ୍ରେସ ସାଂସଦ ପ୍ରଦୀପ ଭଟ୍ଟାଚାର୍ଯ୍ୟ

ତେବେ ଗତ ମେ ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ଜେପି ଅଗ୍ରୱାଲ, ଅଜୟ ମାକନ, ଦେବେନ୍ଦ୍ର ଯାଦବ, ଅନିଲ ଚୌଧୁରୀ, ଅରବିନ୍ଦର ସିଂ ଲବଲି ଓ ହାରୁନ ୟୁସୁଫଙ୍କ ସହିତ ଦିଲ୍ଲୀରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଦିଲ୍ଲୀର କଂଗ୍ରେସ ନେତା ଆପ୍‌ ସହିତ କୌଣସି ମେଣ୍ଟ କରିବା ଲାଗି ଆଦୌ ରାଜି ହୋଇନଥିଲେ । ଏହି ବୈଠକରେ ଲୋକସଭା ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ ପଞ୍ଜାବ ୟୁନିଟ ମୁଖ୍ୟ ନବଜୋତ ସିଂ ସିଦ୍ଧୁ ମଧ୍ୟ ଉପସ୍ଥିତ ରହିଥିଲେ ।

ପଞ୍ଜାବ କଂଗ୍ରେସ ମୁଖ୍ୟ ଅମରିନ୍ଦର ସିଂ ରାଜା ୱାରିଙ୍ଗ ଓ କଂଗ୍ରେସ ବିଧାୟକ ପ୍ରତୀପ ସିଂ ବାଜୱା ପୃଥକ ଭାବେ ଖଡ଼ଗେଙ୍କ ସହିତ ବୈଠକ କରିଥିଲେ । ଏଠାରେ ସେମାନେ ଆପ୍‌ ସହିତ ମେଣ୍ଟ କରିବା ବିଚାରକୁ ବିରୋଧ କରିଥିଲେ । ପୂର୍ବରୁ ଉଭୟ ଜନସଭାରେ ଆପ୍‌ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚିତ କରିଥିବା ଦେଖିବାକୁ ମିଳେ । କିନ୍ତୁ ଗତ ମୌସୁମୀ ଅଧିବେଶନରେ କଂଗ୍ରେସ ଆପ୍‌କୁ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ସମର୍ଥନ ଜଣାଇଥିଲା । ଏହି ସମୟରେ ୯୦ ବର୍ଷୀୟ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଭୋଟିଂ ସମୟରେ ମଧ୍ୟ ଉପସ୍ଥିତ ରହିଥିଲେ ।

ଦିଲ୍ଲୀ ଅଧ୍ୟାଦେଶ ବିଲ୍‌ ନେଇ କଂଗ୍ରେସ ଆପ୍‌କୁ ସଂସଦରେ ସମର୍ଥନ କରିଥିବାରୁ ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଉଭୟ ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କୁ ଚିଠି ଲେଖି ଧନ୍ୟବାଦ ଜଣାଇଥିଲେ । ରାହୁଲ ଗାନ୍ଧୀ ଗତକାଲି ଆସନ ବୁଝାମଣା ନେଇ ସମୀକ୍ଷା କରିବା ପରେ ଏଆଇସିସି ଇନଚାର୍ଜ ବାବାରିଆ ନେତାଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି ଦିଲ୍ଲୀର ସମସ୍ତ ୭ଟି ଆସନ ଜିତିଥିଲା । ବିଜେପି ଖାତାକୁ ୫୬ ପ୍ରତିଶତ ଭୋଟ ଯାଇଥିବା ବେଳେ କଂଗ୍ରେସ ନିକଟରେ ୨୨.୫ ପ୍ରତିଶତ ଭୋଟ୍‌ ଓ ଆପ୍‌ ଖାତାକୁ ଯାଇଥିଲା ମାତ୍ର ୧୮ ପ୍ରତିଶତ ଭୋଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.