ETV Bharat / bharat

ତେଲ ଦରକୁ ନେଇ ତାତିଲେ ରାହୁଲ, କହିଲେ ଏହା ପିଏମ ଜନଧନ ଲୁଟ ଯୋଜନା

author img

By

Published : Apr 5, 2022, 11:26 AM IST

ତେଲ ଦରକୁ ନେଇ ତାତିଲେ ରାହୁଲ
ତେଲ ଦରକୁ ନେଇ ତାତିଲେ ରାହୁଲ

ଦେଶରେ ହୁ ହୁ ହୋଇ ବଢୁଥିବା ତେଲ ଦରକୁ ମୁଦ୍ଦା କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଦୁଇସପ୍ତାହ ହେବ ୧୨ ଥର ପେଟ୍ରୋଲ ଡିଜେଲ ଦର ବଢିବାକୁ ନେଇ ରାହୁଲ କହିଛନ୍ତି ଏହା ପ୍ରଧାନମନ୍ତ୍ରୀ ଜନଧନ ଲୁଟ ଯୋଜନା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କିଛି ଦିନର ନୀରବତା ପରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶରେ ହୁ ହୁ ବଢୁଥିବା ତେଲ ଦରକୁ ମୁଦ୍ଦା କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ଦୁଇସପ୍ତାହ ହେବ ୧୨ ଥର ପେଟ୍ରୋଲ ଡିଜେଲ ଦର ବଢିବାକୁ ନେଇ ରାହୁଲ କହିଛନ୍ତି ଏହା ପ୍ରଧାନମନ୍ତ୍ରୀଙ୍କ ଜନଧନ ଲୁଟ ଯୋଜନା ।

୨୦୧୪ ଏବଂ ବର୍ତ୍ତମାନ ତୈଳ ଦରର ଏକ ତୁଳନାତ୍ମକ ଗ୍ରାଫ ଟ୍ବିଟରରେ ସେୟାର କରିଛନ୍ତି ରାହୁଲ । କଂଗ୍ରେସ ମୁଖ୍ୟ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ପ୍ରତିଦିନ ରାତି ପାହିବା ମାତ୍ରେ ମୋଦି ସରକାର ଲୋକଙ୍କ ପାଇଁ ତୈଳ ଦରବୃଦ୍ଧିର ଦୁଃଖଦ ଖବର ଆଣୁଛନ୍ତି । ପେଟ୍ରୋଲ ଡିଜେଲ ବଢିବା ସହିତ ସିଏନଜି କିଲୋପ୍ରତି ୨ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଡିଜେଲ ଦର ୯ ଟଙ୍କା ୨୦ ପଇସା ବଢିଲାଣି । ଭୋଟ ଫର ଭାଜପା ଅର୍ଥ ମୁଦ୍ରାସ୍ପୀତି ପାଇଁ ଜନାଦେଶ ବୋଲ କହିଛନ୍ତି ସୁର୍ଜେୱାଲା ।

ଏହା ବି ପଢନ୍ତୁ...ଥମୁନି ତେଲ ତାତି, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ପ୍ରକାଶ ଥାଉ କି, ତେଲ ଦର ବୃଦ୍ଧି ନେଇ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଗତ ଗୁରୁବାର ଦିଲ୍ଲୀର ବିଜୟ ଚୌକ ଠାରେ ରାହୁଲଙ୍କ ନେତୃତ୍ବରେ କଂଗ୍ରେସ ସାଂସଦ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦରକୁ ନିୟନ୍ତ୍ରଣକୁ ଆଣି ସାଧାରଣ ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ ଅଡି ବସିଥିଲେ କଂଗ୍ରେସ ଏମପି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.