ETV Bharat / business

ଥମୁନି ତେଲ ତାତି, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

author img

By

Published : Apr 5, 2022, 8:14 AM IST

ଥମୁନି ତେଲ ତାତି, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ
ଥମୁନି ତେଲ ତାତି, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଦେଶରେ ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ଗତ ୧୫ ଦିନ ମଧ୍ୟରେ ୧୩ ଥର ବୃଦ୍ଧି ହେଲାଣି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ କଲବଲ କରୁଛି ତେଲ ଦର । ଆଜି ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି(Petrol, diesel prices hike) । ବିଗତ ୧୫ ଦିନରେ ୧୩ ଥର ଦର ବଢିଲାଣି । ଆଜି ପୁଣି ପେଟ୍ରୋଲ ଓ ଡିଲେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି । ପ୍ରତିଦିନ ତେଲ ଦର ବଢିଚାଲିଛି । ଫଳରେ ଗତ ଦୁଇ ସପ୍ତାହ ମଧ୍ୟରେ ତେଲ ମୋଟ ୯.୨୦ ଟଙ୍କା ମହଙ୍ଗା ହୋଇଛି ।

ଆଜି ରାଜଧାନୀ ଦିଲ୍ଲରେ ତେଲ ୮୦ ପଇସା ବଢିବା ସହ ଏବେ ଏଠାରେ ପେଟ୍ରୋଲ ଲିଟର ୧୦୪.୬୧ ଟଙ୍କା ଓ ଡିଜେଲ ୯୫.୮୭ ଟଙ୍କାରେ ପହଞ୍ଚିଛି । ମୁମ୍ବାଇଲେ ପେଟ୍ରୋଲ ଲିଟର ପିଛା ୮୪ ପଇସା ଓ ଡିଜେଲ ୮୫ ପଇସା ମହଙ୍ଗା ହୋଇଛି । ଫଳରେ ବାଣିଜ୍ୟ ସହରରେ ତେଲ ଦର ଯଥାକ୍ରମେ ୧୧୯.୬୭ ଟଙ୍କା ଓ ୧୦୩.୯୨ ଟଙ୍କା ହୋଇଛି । ଦେଶବ୍ୟାପୀ ତେଲ ଦର ବୃଦ୍ଧି ପାଇଛି । ସ୍ଥାନୀୟ ଟିକସ ଆଧାରରେ ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରୁ ଦେଶରେ ତେଲ ଦର ବଢିଚାଲିଛି । ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଓ ସରକାର ଗଠନ ପରେ ତୈଳ କମ୍ପାନୀମାନେ ଦର ବଢାଇ ଚାଲିଛନ୍ତି । ତେଲ ଦର ବୃଦ୍ଧିର ପ୍ରଭାବ ଅନ୍ୟ ଖାଉଟି ସାମଗ୍ରୀ ଉପରେ ପଡୁଛି । ଫଳରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧି । ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.