ETV Bharat / bharat

ପ୍ରବଳ ବର୍ଷାରେ ଭୁଶୁଡିଲା ଛାତ: ଗର୍ଭବତୀ, ସ୍ବାମୀ ଓ ଶିଶୁ ମୃତ

author img

By

Published : Jul 12, 2023, 10:41 PM IST

Punjab: ଭୁଶୁଡିଲା କାନ୍ଥ, ଗର୍ଭବତୀଙ୍କ ସମେତ ଗୋଟିଏ ପରିବାର 3 ଜଣଙ୍କ ଚାଲିଗଲା ଜୀବନ
Punjab: ଭୁଶୁଡିଲା କାନ୍ଥ, ଗର୍ଭବତୀଙ୍କ ସମେତ ଗୋଟିଏ ପରିବାର 3 ଜଣଙ୍କ ଚାଲିଗଲା ଜୀବନ

ପଞ୍ଜାବରେ ପ୍ରବଳ ବର୍ଷା କାରଣରୁ ଭୁଶୁଡିଲା ଛାତ । ଗର୍ଭବତୀ, ସ୍ବାମୀ ଓ ଶିଶୁ ମୃତ । ଅନ୍ୟଜଣେ ନାବାଳିକା ଆହତ । ଅଧିକ ପଢନ୍ତୁ

ଚଣ୍ଡିଗଡ: ଘରର ଛାତ ଭୁଶୁଡି ପଡିବା କାରଣରୁ ଗୋଟିଏ ପରିବାର ତିନିଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ତାଙ୍କ ସ୍ବାମୀ ଓ ତାଙ୍କର 4 ବର୍ଷର ଶିଶୁପୁତ୍ର ରହିଛନ୍ତି । ସେହିପରି ପଡୋଶୀ ଘରର 15 ବର୍ଷୀୟ ନାବାଳିକା ମଧ୍ୟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଞ୍ଜାବର ଫରଦିଦକୋଟ ଜିଲ୍ଲାର କୋଟାକପୁରା ଏରିଆରେ ଏହି ଅଘଟଣ ଘଟିଛି । ପରିବାର ଏହି ସମସ୍ତ ମୃତକ ଶୋଇଥିବା ସମୟରେ ଆଜି ସକାଳେ ଏହି ଅଘଟଣ ଘଟିଛି । ପ୍ରବଳ ବର୍ଷା କାରଣରୁ ଏହି ଛାତ ଭୁଶୁଡିଥିବା ପ୍ରାଥମିକ ଭାବେ କୁହାଯାଇଛି ।

ମୃତକ ହେଉଛନ୍ତି ସ୍ଥାନୀୟ 39 ବର୍ଷୀୟ ଗୁରୁପ୍ରୀତ ସିଂ, ତାଙ୍କ ଗର୍ଭବତୀ ପତ୍ନୀ କରମଜିତ କୌର ଓ ସେମାନଙ୍କର 4 ବର୍ଷୀୟ ଶିଶୁପୁତ୍ର ଗାଭି । ଏମାନେ ସମସ୍ତେ ଗୋଟିଏ କୋଠରୀରେ ଶୋଇଥିଲେ । ସାଙ୍ଗରେ ପଡୋଶୀ ଘରର ଜଣେ ନାବାଳିକା ଇନ୍ଦରଜିତ କୌର ମଧ୍ୟ ଥିଲେ । ଏହି ସମୟରେ ହଠାତ ଛାତ ଭୁଶୁଡି ପଡିଥିଲା । ସମସ୍ତେ କଂକ୍ରିଟ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ । ଚିତ୍କାର ଶୁଣି ପଡୋଶୀମାନେ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ହେଲେ 3 ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:-Watch: ହିମାଚଳରେ ବନ୍ୟା ସ୍ଥିତି ସାଂଘାତିକ, କୁଲୁ-ମନାଲି ଯୋଗାଯୋଗ ବିଚ୍ଛିନ୍ନ

ସୂଚନା ପାଇ ସ୍ଥାନୀୟ ଏଡିଏମ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ ସରକାରୀ ସହାୟତା ଦାବି କରିଥିଲେ । ମୃତକଙ୍କ ପରିବାର ସଦସ୍ୟଙ୍କୁ ସେ ସ୍ବାନ୍ତନା ଦେବା ସହ ସରକାରୀ ସହୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଗତ 72 ଘଣ୍ଟାରୁ ଅଧିକ ସମୟ ଧରି ପ୍ରବଳ ବର୍ଷା ଜାରି ରହିଛି । ଅନେକ ଘର କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ପ୍ରବଳ ବର୍ଷାରେ ଦୁର୍ବଳ ହୋଇ ଏହି ଘରର ଛାତ ଭୁଶୁଡି ପଡିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଗୋଟିଏ ପରିବାର 3 ଜଣଙ୍କ ଅକାଳ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.