Watch: ହିମାଚଳରେ ବନ୍ୟା ସ୍ଥିତି ସାଂଘାତିକ, କୁଲୁ-ମନାଲି ଯୋଗାଯୋଗ ବିଚ୍ଛିନ୍ନ

By

Published : Jul 12, 2023, 9:33 PM IST

thumbnail

ଶିମଲା: ହିମାଚଳପ୍ରଦେଶରେ ଗତ 3 ଦିନ ଧରି ଜାରି ରହିଛି ବର୍ଷା । ଫଳରେ ବିଭିନ୍ନ ସ୍ଥାନରେ ଉପୁଜିଛି ବନ୍ୟା ପରିସ୍ଥିତି। ଉତ୍କଟ ବନ୍ୟା ସ୍ଥିତି ଯୋଗୁ ବିଭିନ୍ନ ସ୍ଥାନର ନକ୍ସା ବଦଳିଯାଇଛି । ଅନେକ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ଥିବାବେଳେ ଯୋଗଯୋଗ ମଧ୍ୟ ବିଚ୍ଛିନ୍ନ ହୋଇଛି । ଏହାରି ଭିତରେ କୁଲୁରୁ ମନାଲିକୁ ସଂଯୋଗ କରୁଥିବା ହାଇୱେ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । 

3 ଦିନ ଧରି ବ୍ୟାସ ନଦୀ ତାଣ୍ଡବ ରଚିବାରେ ଲାଗିଛି । ନଦୀର ଜଳସ୍ତର ଉଚ୍ଛୁଳୁଥିବାବେଳେ ବନ୍ୟା ଜଳ ବିଭିନ୍ନ ସ୍ଥାନକୁ ପ୍ରବେଶ କରି ବହୁ କ୍ଷୟକ୍ଷତି ଘଟାଇଛି । ଅପରପକ୍ଷେ ଗତ 5 ଦିନ ଧରି ବନ୍ଦ ରହିଛି ମନାଲିରୁ ଚଣ୍ଡିଗଡ ସଂଯୋଗ କରୁଥିବା ହାଇୱେ । କାରଣ ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେଉଥିବାର ସୂଚନା ରହିଛି । ପାହାଡ଼ର ବଡ ବଡ ପଥର ଖଣ୍ଡ ହାଇୱେ ଉପରେ ପଡି ରହିବା ଯୋଗୁ ରାସ୍ତା ବ୍ଲକ ରହିବା ସହିତ ଯାତାୟତ ବାଧାପ୍ରାପ୍ତ ରହିଛି ।

ଏହା ମଧ୍ୟ ପଢନ୍ତୁ...45ବର୍ଷର ରେକର୍ଡ ଭାଙ୍ଗିଲା ଯମୁନା ଜଳସ୍ତର, କେନ୍ଦ୍ରକୁ ଚିଠି ଲେଖିଲେ କେଜ୍ରିୱାଲ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.