ETV Bharat / bharat

Tripura Assembly Poll: ଆଜି ଦୁଇଟି ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Feb 11, 2023, 10:39 AM IST

pm modi to address two election rallies in tripura
pm modi to address two election rallies in tripura

ଆଜି ତ୍ରିପୁରାରେ ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଅଗରତାଲା: ପାଖେଇ ଆସୁଛି ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ । ହାତରେ ମାତ୍ର ଦିନ କେଇଟା ବାକି ଅଛି । ଭୋଟ ହାତେଇବାକୁ ଲାଗି ପଡିଛନ୍ତି ରାଜନୈତିକ ଦଳ । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ନେତା ଦେଉଛନ୍ତି ପ୍ରତିଶୃତିର ପାହାଡ । ଏହାରି ମଧ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ବଡ ବଡ ବଡିଆ ନେତାଙ୍କ ସୁଅ ଛୁଟୁଛି ତ୍ରିପୁରାକୁ । ଆଜି ତ୍ରିପୁରା ଗସ୍ତରେ ଆସି ପ୍ରଚାର ମଇଦାନକୁ ଓହ୍ଳାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ପହଞ୍ଚିବା ପରେ ବିଜେପିର ଦୁଇଟି ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ।

ତ୍ରିପୁରାରେ ପହଞ୍ଚିବା ପରେ ମଧ୍ୟାହ୍ନ 12ଟା ସମୟରେ ଧଲାଇ ଜିଲ୍ଲାର ଆମ୍ବାସା ଅଞ୍ଚଳରେ ହେବାକୁ ଥିବା ପ୍ରଥମ ରାଲିକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ଅପରାହ୍ନ 3 ଟା ସମୟରେ ଗୋମତିରେ ଆଉ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ ନରେନ୍ଦ୍ର ମୋଦି । ତ୍ରିପୁରା ମଖ୍ୟମନ୍ତ୍ରୀ, ବିଜେପି ରାଜ୍ୟ ପ୍ରଭାରୀ ଓ ଅନ୍ୟ ନେତା ମାନେ ପ୍ରଧାନମନ୍ତ୍ରୀଙ୍କୁ ରାଲିରେ ସାମିଲ ହେବାକୁ ସ୍ବାଗତ କରିବେ ।

ଏହା ମଧ୍ୟ ପଢନ୍ତୁ-ନଡ୍ଡାଙ୍କ ଗସ୍ତ ପୂର୍ବରୁ ଦବଦବା ଜାହିର କଲେ ନକ୍ସଲ, ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ତ୍ରିପୁରା ବିଜେପି ସୁତ୍ରରୁ ସୂଚନା ମିଳିଛି ଯେ, ଆସନ୍ତା 13 ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିପୁରା ଗସ୍ତ କରିବେ । ଗତ 9 ତାରିଖ ଦିନ ଭାରତୀୟ ଜନତା ପାର୍ଟି ନିର୍ବାଚନୀ ସଂଙ୍କଳ୍ପପତ୍ର ବା ଇସ୍ତାହାର ଘୋଷଣା କରିଥିଲା । ବିଜେପି ମୁଖ୍ୟ ନଡ୍ଡାଙ୍କ ଉପସ୍ଥିତିରେ ନିର୍ବାଚନୀ ସଂକଳ୍ପପତ୍ର ଉନ୍ମୋଚନ କରାଯାଇଥିଲା । ବିଜେପିର ସଂଙ୍କଳ୍ପପତ୍ର ଏକ କାଗଜର ଖଣ୍ଡ ନୁହେଁ ବରଂ ଏହା ଏକ ଭିଜନ ଡକ୍ୟୁମେଣ୍ଟ ବୋଲି କହିଥିଲେ ନଡ୍ଡା ।

ଏହା ଲୋକଙ୍କ ପ୍ରତି ଭାରତୀୟ ଜନତା ପାର୍ଟିର ପ୍ରତିବଦ୍ଧତାକୁ ଦର୍ଶାଏ । ତ୍ରିପୁରା ରାଜ୍ୟ ଶାନ୍ତି, ସମୃଦ୍ଧି ଓ ସଦଭବନାର ପରିଚୟ ବହନ କରେ । ତେବେ ବିଜେପି ଶାସନରେ ତ୍ରିପୁରାରେ ବିକାଶ ହୋଇଛି ବୋଲି ନଡ୍ଡା କହିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା 55ଟି ଆସନରେ ବିଜେପି ପାର୍ଥୀ ଘୋଷଣା କରିଛି ।

ଜାନୁଆରୀ18 ତାରିଖରେ ଉତ୍ତର-ପୂର୍ବ 3ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଆସନ୍ତା ୧୬ ଫେବୃଆରୀରେ 60 ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେବ । 21 ଜାନୁଆରୀରେ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଜାନୁଆରୀ ୩୦ରେ ନାମାଙ୍କନ ଦାଖଲର ଶେଷ ହେବା ପରେ 31 ରେ ନାମାଙ୍କାନ ଯାଞ୍ଚ ହୋଇଥିଲା । ଆସନ୍ତା ମାର୍ଚ୍ଚ 2 ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.