ETV Bharat / bharat

Mann Ki Baat: ଆଜି 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମ, ମନ କଥା କହିବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Sep 24, 2023, 9:03 AM IST

Updated : Sep 24, 2023, 9:40 AM IST

ଆଜି ପ୍ରଧାନମନ୍ତ୍ରୀଙ୍କ 105ତମ ମନ୍ କି ବାତ୍ ମାସିକ ରେଡିଓ କାର୍ଯ୍ୟକ୍ରମ । ଦେଶବାସୀଙ୍କୁ ମନ କଥା କହିବେ ମୋଦି । ଅଧିକ ପଢନ୍ତୁ

Mann Ki Baat
Mann Ki Baat

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ । ଏହା 105ତମ ଏପିସୋଡ । ପ୍ରତି ମାସ ଶେଷ ରବିବାର ପରି ଆଜି ମଧ୍ୟ 140 କୋଟି ଭାରତୀୟଙ୍କୁ ମାସିକ ରେଡିଓ କାର୍ଯ୍ୟକ୍ରମ ଜରିଆରେ ମନ କଥା କହିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ 11ଟାରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ । ଦେଶ ବିଦେଶରେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମ ବହୁ ଲୋକପ୍ରିୟତା ହାସଲ କରିଛି । 23 କୋଟି ଲୋକ ରେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଶୁଣିବାକୁ ମାସର ଶେଷ ରବିବାରକୁ ଅପେକ୍ଷା କରିଥାନ୍ତି ଦେଶବାସୀ । ପ୍ରାୟ 23 କୋଟି ଲୋକ ରେଗୁଲାର ମନ୍ କି ବାତ୍ ଶ୍ରୋତା ଥିବା ରିପୋର୍ଟରୁ ଜଣାପଡିଛି । ଏହା ସହ ଅନନ୍ତ 100 କୋଟି ଲୋକ ଥରେ ଏହି କାର୍ଯ୍ୟକ୍ରମକୁ ଶୁଣିବାର ରେକର୍ଡ ରହିଛି । ରିପୋର୍ଟ ଅନୁସାରେ ଆଜି 105ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜି 20 ଶିଖର ସମ୍ମିଳନୀର ସଫଳତା ବିଷୟରେ ଚର୍ଚ୍ଚା କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ସଂସଦରେ ପାସ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ନେଇ ମନ କଥା କହିପାରନ୍ତି । ଏହା ସହିତ ଆଗାମୀ ପାର୍ବଣ ଋତୁକୁ ନେଇ କିଛି ସନ୍ଦେଶ ଦେଇପାରନ୍ତି ।

ଗତମାସ ଅଗଷ୍ଟ 27 ତାରିଖରେ ପ୍ରଧାନମନ୍ତ୍ରୀ 104ତମ ମନ୍ କି ବାତରେ ଦେଶବାସୀଙ୍କୁ ମନକଥା କହିଥିଲେ । ଚନ୍ଦ୍ରଯାନର ସଫଳତା ସହ ଏହି ସଫଳତା ପଛରେ ନାରୀଶକ୍ତିକୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ଜି20 ସମ୍ମିଳନୀର ଆୟୋଜନ ନେଇ ଭାରତ ପ୍ରସ୍ତୁତ ଥିବା କହିଥିଲେ । ହର ଘର ତ୍ରିରଙ୍ଗା ଅଭିଯାନ ସଫଳ ହୋଇଥିବା ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଥିଲେ ।

ଏହା ବି ପଢନ୍ତୁ....Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ପ୍ରକାଶ ଥାଉ କି, ପ୍ରତି ମାସ ଶେଷ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ମନ କଥା କହିଥାନ୍ତି । 2014 ଅକ୍ଟୋବରର 3 ତାରିଖରେ ମନ୍ କି ବାତର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବା ଆଞ୍ଚଳିକ ଭାଷାରେ ମୋଦିଙ୍କ ମନ କଥାକୁ ପ୍ରସାରିତ କରାଯାଇଥାଏ । ପ୍ରତିମାସ ଶେଷ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କଥା ଶୁଣିଥାନ୍ତି ଦେଶବାସୀ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥାନ୍ତି ପ୍ରଧାନମନ୍ତ୍ରୀ ।

Last Updated :Sep 24, 2023, 9:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.