ETV Bharat / bharat

Mann ki Baat: ଚନ୍ଦ୍ରଯାନ 3ରେ ନାରୀଶକ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

author img

By ETV Bharat Odisha Team

Published : Aug 27, 2023, 12:13 PM IST

ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର 104ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଛନ୍ତି । ଚନ୍ଦ୍ରଯାନ 3ର ସଫଳତାଠୁ ନେଇ ଜି20 ସମ୍ମିଳନୀ ଯାଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Mann ki Baat
PM Modi addresses nation through Mann ki Baat

ନୂଆଦିଲ୍ଲୀ: ଆଜି ସ୍ବପ୍ନ ଓ ପ୍ରୟାସ ବଡ । ଚନ୍ଦ୍ରଯାନ 3ରେ ସଫଳତା ମିଳିଛି । ସମସ୍ତଙ୍କ ପ୍ରୟାସରେ ଏହି ସଫଳତା ମିଳିଛି । ଏହି ସଫଳତା ନୂଆ ଭାରତର ପ୍ରତୀକ ଚନ୍ଦ୍ରଯାନ 3ର ସଫଳତା ପଛରେ ନାରୀଶକ୍ତି ରହିଛନ୍ତି । ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି । ଜି 20 ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ରହିଛି । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର 104ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • During his 104th episode of Mann Ki Baat, Prime Minister Narendra Modi says, "From the Red Fort I had said that we have to strengthen women-led development as a national character. Where the capability of women's power is added impossible is made possible. Mission Chandrayaan is… pic.twitter.com/6K7TE81dVh

    — ANI (@ANI) August 27, 2023 " class="align-text-top noRightClick twitterSection" data=" ">

ଚନ୍ଦ୍ରଯାନ-3ର ସଫଳତା ପଛର ନାରୀଶକ୍ତିକୁ ପ୍ରଶଂସା: ଇସ୍ରୋର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ 3ର ସଫଳତାକୁ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ 3 ସଫଳତା ପଛରେ ଥିବା ମହିଳା ବ୍ରିଗେଡ ତଥା ନାରୀଶକ୍ତିର ହାତ ରହିଛି । ଚନ୍ଦ୍ରକୁ ଚନ୍ଦ୍ରଯାନରେ ପହଞ୍ଚିବାକୁ 3ଦିନରୁ ଅଧିକ ହେଲାଣି । ଚନ୍ଦ୍ରଯାନର ସଫଳତା ଆନନ୍ଦ ଉଲ୍ଲାସକୁ ବଢାଇ ଦେଇଛି । ଏହାର ଯେତେ ଚର୍ଚ୍ଚା କଲେ କମ ହେବ । ଅଗଷ୍ଟ 23ରେ ଭାରତ ଓ ଚନ୍ଦ୍ରଯାନ ଏହା ପ୍ରମାଣ କରିଛି କି ସଂକଳ୍ପର ସୂର୍ଯ୍ୟ ଚାନ୍ଦରେ ମଧ୍ୟ ଓହ୍ଲାଇଥାଏ । ମିଶନ ଚନ୍ଦ୍ରଯାନ ନୂଆ ଭାରତର ସେହି ପ୍ରତୀକ ଯାହା ଜିତିବା ଜାଣିଥାଏ । ଏହି ମିଶନରେ ନାରୀଶକ୍ତିର ଅପୂର୍ବ ଭୂମିକା ରହିଛି । ମହିଳା ଶକ୍ତି ଥିଲେ ଅସମ୍ଭବ ସମ୍ଭବ ହୋଇଥାଏ । ଏହି ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଜୀବନ୍ତ ଉଦାହରଣ । ଏହି ପୂରା ମିଶନରେ ଅନେକ ମହିଳା ବୈଜ୍ଞାନିକ ଯୋଡି ହୋଇ ରହିଥିଲେ । ଏହି ଦେଶର ଝିଅ ଯେବେ ଏତେ ଆକାଂକ୍ଷା ଭାରା ହୋଇଯିବେ ତେବେ ଦେଶକୁ ବିକଶିତ ହେବାକୁ କିଏ ରୋକିପାରିବେ ନାହିଁ । ଆଜି ଆମ ସ୍ବପ୍ନ ଓ ପ୍ରୟାସ ବଡ ଥିବାରୁ ଆମେ ଉଚ୍ଚ ଲମ୍ପ ମାରିଛୁ ।'

  • During his 104th episode of Mann Ki Baat, Prime Minister Narendra Modi says, "Our G-20 presidency is people's presidency in which public participation is at the forefront..."

    (Source: DD news) pic.twitter.com/fImsK3HtE3

    — ANI (@ANI) August 27, 2023 " class="align-text-top noRightClick twitterSection" data=" ">

G20 ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ: ସେପ୍ଟମ୍ବର ମାସ ଭାରତ ସାମର୍ଥ୍ୟର ସାକ୍ଷୀ ହେବାକୁ ଯାଉଛି । ଆଗାମୀ ମାସରେ ହେବାକୁ ଥିବା ଜି20 ଲିଡର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ରହିଛି । ଏହି ଆୟୋଜନରେ ଭାଗ ନେବାକୁ 40 ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ରାଜଧାନୀ ଦିଲ୍ଲୀ ଆସୁଛନ୍ତି । ଜି20 ଇତିହାସରେ ଏହା ସବୁଠୁ ବଡ ଭାଗିଦାରୀ ହେବ । ଭାରତ ନିମନ୍ତ୍ରଣରେ ଆଫ୍ରିକା ୟୁନିୟନ ଯୋଡି ହୋଇଛି । ଜି20 ପ୍ରତିନିଧି ଯେଉଁଆଡେ ଯାଇଛନ୍ତି ତାଙ୍କୁ ସ୍ବାଗତ କରାଯାଇଛି । ଏକତା ମଧ୍ୟରେ ବିଭିନ୍ନତା ଭାରତକୁ ଦେଖି ସେହି ପ୍ରତିନିଧି ପ୍ରଭାବିତ ହୋଇଛନ୍ତି । ଭାରତର କେତେ ଯେ ସମ୍ଭାବନା ଭରି ରହିଛି ତାହା ଜଣାପଡିଛି । ଜି20 ପ୍ରେସିଡେନ୍ସି ପିପୁଲ୍ସ ପ୍ରେସିଡେନ୍ସି ଯେଉଁଥିରେ ଜନଭାଗିଦାରୀ ଭାବନା ଆଗରେ ରହିଛି । ଜି20 ସମ୍ମିଳନୀକୁ ସଫଳ କରି ଦେଶର ମାନ ବଢାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ହର ଘର ତ୍ରିରଙ୍ଗା ଅଭିଯାନ ହୋଇଛି ହର ମନ ତ୍ରିରଙ୍ଗା: ଏଥର ଅଗଷ୍ଟ 15ରେ ଦେଶ ସମସ୍ତଙ୍କ ପ୍ରୟାସ ସାମର୍ଥ୍ୟ ଦେଖାଇଛି । ହର ଘର ତ୍ରିରଙ୍ଗା ଅଭିଯାନ ବାସ୍ତବରେ ହର ଘର ତ୍ରିରଙ୍ଗା ଅଭିଯାନ ହୋଇଛି । ଏହି ଅଭିଯାନରେ ଅନେକ ରେକର୍ଡ ହୋଇଛି । ପାଖାପାଖି ଦେଢ କୋଟି ତ୍ରିରଙ୍ଗା ପତାକା ବିକ୍ରି ହୋଇଛି । ଏଥିରୁ ଆମର କାରିଗର ଓ ବୁଣାକାରଙ୍କ ଭଲ ଆୟ ହୋଇଛି । ତ୍ରିରଙ୍ଗା ସହ ସେଲଫି ନେଇ ଦେଶବାସୀ ରେକର୍ଡ କରିଛନ୍ତି । ଏଥର 10 କୋଟି ଲୋକ ତ୍ରିରଙ୍ଗା ସହ ସେଲଫି ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...Mann ki Baat : 'ଏକ ଭାରତ ଶ୍ରେଷ୍ଠ ଭାରତ' ଅଭିଯାନକୁ ବଢାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ଏହା ବି ପଢନ୍ତୁ...ମନ୍ କି ବାତ୍ ମୋ ପାଇଁ ପୂଜା ଆସ୍ଥା କହିଲେ ପ୍ରଧାନମନ୍ତ୍ରୀ, ମନେ ପକାଇଲେ ଡି.ପ୍ରକାଶ ରାଓଙ୍କ କଥା

ସଂସ୍କୃତି ଦିବସ ଓ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ: ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ବିଶ୍ବ ସଂସ୍କୃତି ଦିବସ ଭାବେ ପାଳନ କରାଯାଏ । ସଂସ୍କୃତ ଭାଷା ଦୁନିଆର ସବୁଠୁ ପ୍ରାଚୀନ ଭାଷା ମଧ୍ୟରୁ ଗୋଟିଏ । ସଂସ୍କୃତ ତାର ପ୍ରାଚୀନତା ସହ ବ୍ୟାକରଣ ପାଇଁ ଜଣାଶୁଣା । ଯୋଗ, ଆୟୁବୈଦ ଓ ଦାର୍ଶନିକ ପଢୁଥିବା ଲୋକ ଅଧିକରୁ ଅଧିକ ସଂସ୍କୃତ ଶିଖୁଛନ୍ତି । ଅନେକ ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି । ସଂସ୍କୃତି ଓ ପରମ୍ପରା ସହ ଯୋଡି ହେବାକୁ ବାଟ ଦେଖାଇଛି ସଂସ୍କୃତ ଭାଷା । ସମସ୍ତଙ୍କୁ ବିଶ୍ବ ସଂସ୍କୃତି ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଗଷ୍ଟ 30 ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏନେଇ ଆଗୁଆ ଦେଶବାସୀଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.