ETV Bharat / bharat

OIL PRICE HIKE: ପୁଣି ପେଟ୍ରୋଲ ଡିଜେଲ ୮୦ ପଇସା ବୃଦ୍ଧି

author img

By

Published : Apr 6, 2022, 9:49 AM IST

OIL PRICE HIKE: ପୁଣି ପେଟ୍ରୋଲ ଡିଜେଲ ୮୦ ପଇସା ବୃଦ୍ଧି
OIL PRICE HIKE: ପୁଣି ପେଟ୍ରୋଲ ଡିଜେଲ ୮୦ ପଇସା ବୃଦ୍ଧି

ଅତିଷ୍ଠ କଲାଣି ତୈଳଦର । ଆଜି(ସୋମବାର) ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ପେଟ୍ରୋଲ ଓ ଡିଜେଲ ଦର ଆଜି ୮୦ ପଇସା ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଅତିଷ୍ଠ କଲାଣି ତୈଳଦର । ରନ୍ଧନ ଗ୍ୟାସ ସହ ବେଲଗାମ୍ ତୈଳ ଦର ମଧ୍ୟରେ ଅଣନିଶ୍ବାସୀ ଖାଉଟି । ଲଗାତାର ତୈଳ ଦର ବଢାଇ ଚାଲିଛନ୍ତି ତୈଳ କମ୍ପାନୀ । ଆଜି(ସୋମବାର) ମଧ୍ୟ ପୁଣି ଥରେ ଦେଶରେ ପେଟ୍ରୋଲ ଓ ଡିଜେଲ ରେଟ୍ ବଢିଛି । ପେଟ୍ରୋଲ ଓ ଡିଜେଲ ଦର ଆଜି ୮୦ ପଇସା ବୃଦ୍ଧି ହୋଇଛି ।

16 ଦିନରେ ପେଟ୍ରୋଲ ଓ ଡିଜେଲ ଦର ମୋଟ ଲିଟର ପିଛା 10 ଟଙ୍କା ବୃଦ୍ଧି ହୋଇଛି । ରାଜ୍ୟ ଇନ୍ଧନ ଖୁଚୁରା ବ୍ୟବସାୟୀଙ୍କ ମୂଲ୍ୟ ବିଜ୍ଞପ୍ତି ଅନୁଯାୟୀ ଦିଲ୍ଲୀରେ ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା 105.41 ଟଙ୍କା ଥିବା ବେଳେ ପୂର୍ବ ଦର 104.61 ଟଙ୍କା ରହିଥିଲା । ସେହିପରି ଡିଜେଲ ଦର ଲିଟର ପିଛା 95.87 ରୁ 96.67 କୁ ବୃଦ୍ଧି ପାଇଛି । ମୁମ୍ବାଇରେ ଇନ୍ଧନ 120.51 ଏବଂ 104.77ରେ ବିକ୍ରି ହେବ ।

ମାର୍ଚ୍ଚ 22 ପରଠାରୁ ଲଗାତର ୧୪ ଥର ତୈଳ ଦର ବୃଦ୍ଧି ଘଟିଛି । ପେଟ୍ରୋଲିୟମ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଙ୍ଗଳବାର ଦିନ ଲୋକସଭାକୁ ସୂଚନା ଦେଇଥିଲେ ଯେ ଭାରତରେ ପେଟ୍ରୋଲ ଦର ବୃଦ୍ଧି ଘଟିଛି । ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁଁ ଭାରତରେ ପେଟ୍ରୋଲ ଦର କେବଳ ୫ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅନ୍ୟ ଦେଶ ଗୁଡିକରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.