ETV Bharat / bharat

Pathaan controversy: ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟ ନଦେବାକୁ ମୋଦିଙ୍କ ପରାମର୍ଶ

author img

By

Published : Jan 18, 2023, 5:04 PM IST

ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ ମୋଦିଙ୍କ ପରାମର୍ଶ
ଫିଲ୍ମକୁ ନେଇ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ ମୋଦିଙ୍କ ପରାମର୍ଶ

ବଲିଉଡ ଫିଲ୍ମକୁ ଲଗାତାର ବିରୋଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ନେତାଙ୍କୁ ଅନାବଶ୍ୟକ ମନ୍ତବ୍ୟଠୁ ଦୂରରେ ରହିବାକୁ କହିଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଶାହାରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ପଠାନ ଫିଲ୍ମକୁ ନେଇ ବିବାଦ ଲାଗି ରହିଛି । କିଛି ଦୃଶ୍ୟ ପାଇଁ ଚଳଚ୍ଚିତ୍ରକୁ ସମାଲୋଚନା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କର୍ମୀଙ୍କୁ ଚଳଚ୍ଚିତ୍ରକୁ ନେଇ ଅନବଶ୍ୟକ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି । ମଙ୍ଗଳବାର ବିଜେପି କାର୍ଯ୍ୟକାରିଣୀ ବୈଠକରେ ଦଳର ନେତା ଓ ଛୋଟ ବଡ ନେତାଙ୍କୁ ପରାମର୍ଶ ଦେଇଛନ୍ତି । ବିନା କୌଣସି ଦଳର ନେତାଙ୍କ ନାଁ ନ ନେଇ ଅନାବଶ୍ୟକ ଫିଲ୍ମ ଉପରେ ମନ୍ତବ୍ୟ ଦେବାଠୁ ଦୂରରେ ରହିବାକୁ କହିଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ପିଏମ ମୋଦି ବୈଠକରେ କହିଛନ୍ତି, "ସବୁ ଦିନ କାମ କରିବା ପରେ କିଛି ନେତା ଫିଲ୍ମ ଉପରେ ଅନାବଶ୍ୟକ ବୟାନ ଦେଉଛନ୍ତି । ଏହାପରେ ନ୍ୟୁଜ ଚ୍ୟାନେଲରେ ପୁରା ଦିନ ଏହାକୁ ନେଇ ତର୍କ ବିତର୍କ ଲାଗି ରହୁଛି ।" ବିଶେଷ କରି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫିଲ୍ମର ଏକ ସଙ୍ଗୀତରେ ଅଭିନେତ୍ରୀ ଦୀପିକା ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଲାଗି ରିହଛି । ବିଭିନ୍ନ ନେତା ଏହାକୁ ନେଇ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ଫିଲ୍ମ ପଠାନକୁ ନେଇ ବିଜେପି ନେତା ଯେପରି ରାମ କଦମ ଓ ନରୋତ୍ତମ ମିଶ୍ର ଦୀପିକା ପିନ୍ଧିଥିବା ଗେରୁଆ ପୋଷାକକୁ ନେଇ ମନ୍ତବ୍ୟ ଦେଇଥିଲେ ।

ଏହା ବି ପଢନ୍ତୁ...ଆଜି ୩ ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ, ଅପରାହ୍ନରେ ତାରିଖ ଘୋଷଣା

ଫିଲ୍ମର 'ବେସରମ ରଙ୍ଗ' 2022 ଡିସେମ୍ବର 12 ତାରିଖରେ ରିଲିଜ ହୋଇଥିଲା । ଯେଉଁଥିରେ ଦୀପିକା ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିଲେ । ଏହାକୁ ନେଇ ବିଜେପିର ବଡ଼ବଡ଼ ନେତା ଓ କର୍ମକର୍ତ୍ତା ଫିଲ୍ମ ବିରୋଧରେ ମୋର୍ଚ୍ଚା ଆରମ୍ଭ କରିଥିଲେ । ମଧ୍ୟପ୍ରେଦଶ ମନ୍ତ୍ରୀ ନରୋତ୍ତମ ମିଶ୍ର, ପ୍ରଜ୍ଞା ସିଂ ଠାକୁର ଅଭିନେତ୍ରୀଙ୍କ ପୋଷାକ ପରିଧାନ ଉପରେ ଆପତ୍ତି ଉଠାଇଥିଲେ । ବିଜେପି ନେତାମାନେ କହିଥିଲେ ଗେରୁଆ ରଙ୍ଗ ଆମ ଦେଶର ମର୍ଯ୍ୟଦା । ଜାତୀୟ ପତାକାରେ ମଧ୍ୟ ଏହି ରଙ୍ଗ ଅଛି । ଏହି ରଙ୍ଗକୁ ଏପରି ଭାବେ ସଙ୍ଗୀରେ ଦର୍ଶାଇବା ଆପତ୍ତିଜନକ ।

ଫିଲ୍ମ ପଠାନକୁ ନେଇ କଣ ଥିଲା ବିବାଦ: ପଠାନ ଫିଲ୍ମର ପ୍ରଥମ ସଙ୍ଗୀତ 'ବେସରମ ରଙ୍ଗ'ରେ ଅଭିନେତ୍ରୀ ଦୀପିକା ପାଦୁକୋନ ଗେରୁଆ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ସୃଷ୍ଟି ହୋଥିଲା । ଜଣେ ଅଭିନେତ୍ରୀ ଗେରୁଆ ରଙ୍ଗର ପୋଷାକକୁ ଏପରି ଭାବେ ପିନ୍ଧିବା ଗ୍ରହଣୀୟ ନୁହେଁ । ଗୀତରୁ ଏହାକୁ ହଟାଇବାକୁ ଦାବି ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.