ETV Bharat / bharat

2024 ପାଇଁ ପାଗଭିଡା: କଂଗ୍ରେସ ଗଠନ କଲା ଇସ୍ତାହାର କମିଟି, ପି ଚିଦାମ୍ବରମ ଅଧ୍ୟକ୍ଷ

author img

By ETV Bharat Odisha Team

Published : Dec 23, 2023, 9:39 AM IST

2024 ଲୋକସଭା ନିର୍ବାଚନ
congress manifesto committee

Congress Manifesto Committee: କଂଗ୍ରେସ ଫୋକସରେ 2024 ଲୋକସଭା ନିର୍ବାଚନ । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଲେ ପି ଚିଦାମ୍ବରମ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 4 ରାଜ୍ୟ ବିଧାନସଭା ନିର୍ବାଚନରେ ପରାଜୟ ପରେ ଅଣ୍ଟା ସଳଖି ଛିଡା ହେବାକୁ ଚେଷ୍ଟା କରୁଛି କଂଗ୍ରେସ । ଫୋକସରେ ରହିଛି 2024ରେ ହେବାକୁ ଥିବା ଲୋକସଭା ନିର୍ବାଚନ । ଦଳ କିପରି ବିଜେପିକୁ ମାତ ଦେଇ ଅଧିକରୁ ଅଧିକ ସିଟ ହାସଲ କରିବ ସେନେଇ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଇସ୍ତାହାର କମିଟି ଗଠନ କରିଛି । ଏହାର ଅଧ୍ୟକ୍ଷ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ ନିଯୁକ୍ତ କରାଯାଇଛି । ସେହିପରି ଏକ 16 ଜଣିଆ ପ୍ୟାନେଲ ଗଠନ କରାଯାଇ ସଂଯୋଜକ ଭାବେ ଛତିଶଗଡର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଟି ଏସ୍ ସିଂ ଦେଓଙ୍କୁ ନିଯୁକ୍ତ କରାଯାଇଛି ।

ଏହି ପ୍ୟାନେଲରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ରହିଛନ୍ତି । କଂଗ୍ରେସର କାର୍ଯ୍ୟକାରିଣୀ ବୈଠକର ଗୋଟିଏ ଦିନ ପରେ ଏହି ଖବର ସାମ୍ନାକୁ ଆସିଛି । ଗୁରୁବାର ଦିଲ୍ଲୀରେ ବସିଥିଲା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । 2024 ଲୋକସଭା ନିର୍ବାଚନ ରଣନୀତି ନେଇ ବୈଠକରେ ତାମାମ ଆଲୋଚନା ହୋଇଥିଲା । ଖୁବଶୀଘ୍ର ଲୋକସଭା ନିର୍ବାଚନରେ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି କଂଗ୍ରେସ କହିଛି ।

ଏହା ମଧ୍ୟ ପଢନ୍ତୁ-ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଫୋକସରେ 2024 ଲୋକସଭା ନିର୍ବାଚନ

ଦଳ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ସଭାପତି ଇସ୍ତାହାର କମିଟି ଗଠନ କରିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆନନ୍ଦ ଶର୍ମା, ଜୟରାମ ରମେଶ ଏବଂ ଶଶି ଥରୁର ମଧ୍ୟ ଏହି କମିଟିରେ ସାମିଲ ଅଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ମଣିପୁରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗାଇଖାଙ୍ଗମ୍, ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ମୁଖ୍ୟ ପ୍ରବୀଣ ଚକ୍ରବର୍ତ୍ତୀ କମିଟିରେ ସଦସ୍ୟ ରହିଛନ୍ତି । ନିର୍ବାଚନରେ ଦଳର ଏଜେଣ୍ଡା କଣ ରହିବ ତାହା ପ୍ୟାନେଲରେ ଥିବା ସଦସ୍ୟ ହିଁ ସ୍ଥିର କରିବେ ବୋଲି ବିବୃତ୍ତିରେ ଉଲ୍ଲେଖ ରହିଛି ।

ନିକଟରେ 5 ରାଜ୍ୟ ହୋଇଥିବା ବିଧାନସଭା ନିର୍ବାଚନରେ 4ଟି ରାଜ୍ୟରେ କଂଗ୍ରେସର ପରାଜୟ ହୋଇଥିଲା । ପରାଜୟର କାରଣ ଜାଣିବା ପାଇଁ ବରିଷ୍ଠ ନେତାଙ୍କୁ ନେଇ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ କଣ ଆଲୋଚନା ହୋଇଥିଲା ସେନେଇ କାର୍ଯ୍ୟକାରିଣୀ ବୈଠକରେ କଂଗ୍ରେସ ସଭାପତିଙ୍କୁ ଅବଗତ କରାଇଥିଲେ ଦଳର ବରିଷ୍ଠ ନେତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.