ETV Bharat / bharat

ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ, ଫୋକସରେ 2024 ଲୋକସଭା ନିର୍ବାଚନ

author img

By ETV Bharat Odisha Team

Published : Dec 21, 2023, 9:23 AM IST

CWC meeting: ଆଜି ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ ବସିବ ସିଡବ୍ଲୁସି ବୈଠକ । 2024 ଲୋକସଭା ନିର୍ବାଚନ ରଣନୀତି ନେଇ ଆଲୋଚନା ହେବ । 4ଟି ରାଜ୍ୟରେ କଂଗ୍ରେସର ପରାଜୟକୁ ନେଇ ମଧ୍ୟ ଆଲୋଚନା ହେବ । ଅଧିକ ପଢ଼ନ୍ତୁ

କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ
CWC meeting

ନୂଆଦିଲ୍ଲୀ: ଆଜି ବସିବ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ । ଫୋକସରେ 2024 ଲୋକସଭା ନିର୍ବାଚନ । 24 ନିର୍ବାଚନ ପୂର୍ବରୁ ଦଳକୁ ସୁଦୃଢ଼ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ବୈଠକରେ ନୂଆ ଯୋଜନା ପ୍ରସ୍ତୁତ ସମ୍ବନ୍ଧରେ ଆଲୋଚନା ହେବ । ଏଥିସହ ନିକଟରେ 5 ରାଜ୍ୟ ହୋଇଥିବା ବିଧାନସଭା ନିର୍ବାଚନରେ 4ଟି ରାଜ୍ୟରେ କଂଗ୍ରେସର ପରାଜୟକୁ ନେଇ ମଧ୍ୟ ଆଲୋଚନା ହେବ । ଆଜିର ବୈଠକ ବେଶ ଗୁରୁତ୍ବ ବହନ କରୁଛି, କାହିଁକିନା ବିରୋଧୀଙ୍କ ମେଣ୍ଟର ବୈଠକର ଗୋଟିଏ ଦିନ ପରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି । ଆଜି ନୂଆଦିଲ୍ଲୀ ସ୍ଥିତ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ଯକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ଅନ୍ୟ ପ୍ରମୁଖ ନେତାମାନେ ବୈଠକରେ ଯୋଗ ଦେବାର ସମ୍ଭାବନା ରହିଛି ।

ଏନେଇ CWC ସଦସ୍ୟ ଗୁଲାମ ଅହମ୍ମଦ ମୀର କହିଛନ୍ତି ଯେ, ନିକଟରେ ହୋଇଥିବା ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ 4ଟି ରାଜ୍ୟରେ ପରାଜିତ ହୋଇଥିଲା । ଏନେଇ ବୈଠକରେ କଂଗ୍ରେସ ମୁଖ୍ୟ ଆଲୋଚନା କରିବାର ସମ୍ଭାବନା ରହିଛି । ଚାରି ରାଜ୍ୟରେ କାହିଁକି ହାରିଲା କଂଗ୍ରେସ, ସେନେଇ ନିକଟରେ ବରିଷ୍ଠ ନେତାଙ୍କୁ ନେଇ ମଧ୍ୟ ସମୀକ୍ଷା ବୈଠକ ହୋଇଥିଲା । ଏ ବିଷୟରେ ଆଜି କାର୍ଯ୍ୟକାରିଣୀ ବୈଠକରେ ରିପୋର୍ଟ ଦିଆଯିବ । କାର୍ଯ୍ୟକାରିଣୀ ବୈଠକର ଫୋକସରେ ରହିଛି 2024 ଲୋକସଭା ନିର୍ବାଚନ । ଆଗାମୀ ବଡ଼ ସଂଗ୍ରାମ ପାଇଁ କଂଗ୍ରେସର କଣ ରହିବ ଆଭିମୁଖ୍ୟ ସେନେଇ ରଣନୀତି ପ୍ରସ୍ତୁତ ହେବ । ଏହା ପୂର୍ବରୁ ଦଳକୁ ସୁଦୃଢ଼ କରିବା ସହ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଦଳ ନୂଆ ଯୋଜନା ପ୍ରସ୍ତୁତ କରିପାରେ ।

ଏହା ମଧ୍ୟ ପଢନ୍ତୁ-‘ମୁଁ ଖଡଗେଙ୍କ ନାମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ପ୍ରସ୍ତାବ ଦେଇଥିଲି, କେହି ରାଗିଥିବା ଜାଣିନି’

ଏଆଇସିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, 2024 ସାଧାରଣ ନିର୍ବାଚନ ପାଇଁ ଆମକୁ ଏକ ଆକ୍ସନ୍ ପ୍ଲାନ୍ ମଧ୍ୟ ପ୍ରସ୍ତୁତ କରିବା ଆବଶ୍ୟକ । ସମସ୍ତଙ୍କ ସହଯୋଗରେ ଏହା ଆମକୁ କରିବାକୁ ପଡିବ । ଚାକିରି, ବେରୋଜଗାରୀ, କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର, ଜାତିଭିତ୍ତିକ ଜନଗଣନା ଏବଂ କ୍ରୋନି ପୁଞ୍ଜିବାଦ ପ୍ରସଙ୍ଗକୁ ମୁଦା କରି କଂଗ୍ରେସ ଆଗାମୀ ଦିନରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବ ।

ଆସନ୍ତା 28 ତାରିଖରେ କଂଗ୍ରେସର ପ୍ରତିଷ୍ଠା ଦିବସ ରହିଛି । ଏନେଇ ନାଗପୁରରେ ଏକ ରାଲିର ଆୟୋଜନ କରାଯିବା ନେଇ ବୈଠକେର ଆଲୋଚନା ହୋଇପାରେ । ଏହି ରାଲି ଜରିଆରେ କଂଗ୍ରେସ 2024 ନିର୍ବାଚନ ପାଇଁ ପ୍ରସ୍ତୁତ ଅଛି ବୋଲି ବାର୍ତ୍ତା ଦେବ । 4 ରାଜ୍ୟରେ ପରାଜୟ ପରେ ମଧ୍ୟ ଦଳକୁ ସଜାଡ଼ି ପୁଣି ଆଗାମୀ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ବୋଲି ଘୋଷଣା କରିବ । ସୋନିଆ ଗାନ୍ଧୀ ଏହି ରାଲିରେ ସାମିଲ ହେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.