ETV Bharat / bharat

Omicronକୁ ହାଲୁକାରେ ନିଅନି, ଚେତାଇ ଦେଲା WHO

author img

By

Published : Jan 7, 2022, 9:33 AM IST

ଓମିକ୍ରନକୁ ହାଲୁକା ନେବା ଭାରି ପଡିପାରେ । ଡେଲଟା ଭାରିଏଣ୍ଟଠୁ ଏହା କମ୍ ଘାତକ ହୋଇପାରେ ମାତ୍ର ଏହା ସାମାନ୍ୟ ନୁହେଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ (WHO chief Tedros Adhanom Ghebreyesus) । ଅଧିକ ପଢନ୍ତୁ

WHO ମୁଖ୍ୟ
WHO ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଓମିକ୍ରନ ଆତଙ୍କ ଖେଳାଇଛି । ଏହାକୁ ହାଲୁକା ନେବା ଭାରି ପଡିପାରେ । ଡେଲଟା ଭାରିଏଣ୍ଟଠୁ ଏହା କମ୍ ଘାତକ ହୋଇପାରେ ମାତ୍ର ଏହା ସାମାନ୍ୟ ନୁହେଁ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ (WHO chief Tedros Adhanom Ghebreyesus) ।

ସାମ୍ବାଦିକ ସମ୍ମିଳନୀରେ ବିବୃତ୍ତି ରଖି ହୁ ମୁଖ୍ୟ କହିଛନ୍ତି ବର୍ତ୍ତମାନ ୧୦୯ ଦେଶରେ ସମ୍ପୂର୍ଣ୍ଣ ଟୀକାକରଣ ଶେଷ ହୋଇନାହିଁ । ଗତ ସପ୍ତାବ ହେବ କୋରୋନା ମହାମାରୀ ସଂକ୍ରମଣ ବଢିବାରେ ଲାଗିଛି । ବିଶେଷ କରି ଟିକା ନେଇଥିବା ବ୍ୟକ୍ତିଙ୍କ ପକ୍ଷେ ଡେଲଟାଠୁ ଓମିକ୍ରନ କମ ଗୁରୁତର ହୋଇପାରେ ତାର ମାନେ ନୁହେଁ ଯେ ଏହାକୁ ସାମାନ୍ୟରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛନ୍ତି ହୁ ମୁଖ୍ୟ ।

ସେ ଆହୁରି କହିଛନ୍ତି ଓମିକ୍ରନ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । କିଛି ଆକ୍ରାନ୍ତଙ୍କ ଜୀବନ ମଧ୍ୟ ନେଲାଣି ଏହି ଭାରିଏଣ୍ଟ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ମାଡିଲାଣି । ଯାହା ବିଶ୍ବରେ ଆତଙ୍କ ଖେଳାଇଛି । ବିଶ୍ୱକୁ ଥରହର କରିଛି କୋରୋନାର ନୂଆ ମ୍ୟୁଟାଣ୍ଟ ଓମିକ୍ରନ । ଯଦିଓ ମୃତ୍ୟୁ ସଂଖ୍ୟା ଏତେଟା ହୋଇନି ତଥାପି ଓମିକ୍ରନ ପ୍ରଭାବରେ କିଛି ମୃତ୍ୟୁ ହେଉଛି ।

ଓମିକ୍ରନ ନଯାଉଣୁ ଆଉ ଏକ ନୂଆ ଭାରିଏଣ୍ଟର ଭୟ ସୃଷ୍ଟି ହୋଇଛି । ଫ୍ରାନ୍ସରୁ ଚିହ୍ନଟ ହୋଇଛି କୋରୋନାର ନୂଆ ମ୍ୟୁଟାଣ୍ଟ IHU । ଏହି ଭାରିଏଣ୍ଟ ଖାଲି ଚିହ୍ନଟ ହୋଇନାହିଁ ଏଥିରେ ୧୨ ଜଣ ସଂକ୍ରମିତ ହୋଇଛନ୍ତି । କିଛି ଦିନ ତଳେ ଦେଶବାସୀଙ୍କୁ ଏକ ଆଶ୍ବସ୍ତିକର ଖବର ଦେଇଥିଲେ ହୁ ମୁଖ୍ୟ । ୨୦୨୨ରେ ମହାମାରୀ ଅନ୍ତ ଘଟିବା ନେଇ କହିଥିଲେ ହୁ ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ । ଦେଶବାସୀଙ୍କ ମିଳିତ କାର୍ଯ୍ୟ ମହାମାରୀର ଅନ୍ତ ଘଟାଇପାରିବେ ବୋଲି ଆଶାବଦୀ ହୋଇଛି ହୁ ।


ଆହୁରି ପଢନ୍ତୁ...୨୦୨୨ ରେ ଅନ୍ତ ହୋଇପାରେ ମହାମାରୀ: WHO ମୁଖ୍ୟ

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.