ETV Bharat / bharat

୨୦୨୨ ରେ ଅନ୍ତ ହୋଇପାରେ ମହାମାରୀ: WHO ମୁଖ୍ୟ

author img

By

Published : Jan 2, 2022, 12:25 PM IST

ବିଶ୍ବକୁ ଆଶ୍ବସ୍ତି । ୨୦୨୨ରେ ଅନ୍ତ ହୋଇପାରେ ମହାମାରୀ(pandemic) । ଏଭଳି ଆଶା ପ୍ରକାଶ କରିଛନ୍ତି WHO ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ (WHO chief Tedros Adhanom Ghebreyesus) । ଅଧିକ ପଢନ୍ତୁ

୨୦୨୨ ରେ ଅନ୍ତ ହୋଇପାରେ ମହାମାରୀ: WHO ମୁଖ୍ୟ
୨୦୨୨ ରେ ଅନ୍ତ ହୋଇପାରେ ମହାମାରୀ: WHO ମୁଖ୍ୟ

ନୂଆଦିଲ୍ଲୀ: ସାରାବିଶ୍ବରେ କୋରୋନାର ଭୟାବହତା ଭିତରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ଆସିଲା ଆଶ୍ବସ୍ତିକର ଖବର । ୨୦୨୨ରେ ହୋଇପାରେ ଅନ୍ତ ହୋଇପାରେ ମହାମାରୀ(pandemic) । ଏଭଳି ଆଶା ପ୍ରକାଶ କରିଛନ୍ତି WHO ମୁଖ୍ୟ ଟେଡ୍ରୋସ ଏଡନାମ ଘେବ୍ରେୟସସ(WHO chief Tedros Adhanom Ghebreyesus) । ସେ କହିଛନ୍ତି, ଯଦି ଦେଶ ଏହାର ପ୍ରସାରକୁ ବନ୍ଦ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବ ତେବେ ସେ ଆଶାବାଦୀ ଅଛନ୍ତି କି ମହାମାରୀ 2022 ମସିହାରେ ବିଶ୍ବରୁ ଅନ୍ତ ହୋଇଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରୋନା ବିରୋଧୀ ଲଢେଇରେ ଟିକା ହେଉଛି ମୁଖ୍ୟ ଅସ୍ତ୍ର । ତେବେ ଟିକା ବଣ୍ଟନରେ ଅସମାନତା, ସଂକ୍ରମଣ ବଢିବାର ମୁଖ୍ୟ କାରଣ ବୋଲି ସେ କହିଛନ୍ତି । ତେଣୁ ଟିକାର ଅସମତା ଦୂର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏବେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ବକୁ ଆତଙ୍କିତ କରିଛି । ଭାରତରେ ମଧ୍ୟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଯେତେଶୀଘ୍ର ଟିକା ଅସମତା ଦୂର ହେବ ସେତେଶୀଘ୍ର ମହାମାରୀର ଅନ୍ତ ହେବ । ଏପଟେ WHO ମୁଖ୍ୟ ଓମିକ୍ରନ୍ ଭାରିଆଣ୍ଟ(omicron variant) ବିଷୟରେ ବିଶ୍ବକୁ ଚେତାବନୀ ଦେଇ କହିଛନ୍ତି ଯେ, ଓମିକ୍ରନ୍ ଭାରିଆଣ୍ଟ ଆସନ୍ତା ମାସରେ ସୁନାମି ସୃଷ୍ଟି କରିପାରେ ଏବଂ ବିଶ୍ବସ୍ତରରେ ରୋଗୀଙ୍କ ସଂଖ୍ୟାରେ ଏକ ବଡ ଧରଣର ବୃଦ୍ଧି ଦେଇପାରେ । ଯାହାକୁ ନେଇ WHO ଚିନ୍ତା ପ୍ରକଟ କରିଛି ।

WHO ମୁଖ୍ୟ କହିଛନ୍ତି ଯେ, ଯଦି କୋଭିଡକୁ ହଟାଇବା ଲକ୍ଷ୍ୟରେ ବିଶ୍ବର ସମସ୍ତ ଦେଶ ଏକାଠି ହୁଅନ୍ତି, ତେବେ ଆଶା କରାଯାଉଛି ଯେ, 2022 ମସିହାରେ ଆମେ ଏହାକୁ ଅନ୍ତ କରିପାରିବା । ଫଳରେ ଆମେ ଆଗାମୀ ଉତ୍ସବ ସେହିଭଳି ମନାଇବା, ଯେଭଳି କୋଭିଡ ଉତ୍ପତ୍ତି ପୂର୍ବରୁ ପାଳନ କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.