ETV Bharat / bharat

Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଖଡ଼ଗେ-ଥରୁର ଲଢେଇ

author img

By

Published : Oct 1, 2022, 4:49 PM IST

nomination form of K N Tripathi rejected for Cong President Poll
Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଥରୁର ଖଡ଼ଗେ ଲଢେଇ

କଂଗ୍ରେସର ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ । ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ ହେବା ପରେ ଏବେ ଶଶି ଥରୁର ଓ ଖଡ଼ଗେଙ୍କ ମଧ୍ୟରେ ହେବ ଲଢେଇ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ (Congress President Poll ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ କେ. ଏନ ତ୍ରିପାଠୀଙ୍କ ( K N Tripathi) ନାମାଙ୍କନ ପତ୍ର ଶନିବାର ଖାରଜ ହୋଇଯାଇଛି । ଏବେ ଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶି ଥରୁରଙ୍କ (Mallikarjun Kharge Vs Shashi Tharoor) ମଧ୍ୟରେ ଲଢେଇ ହେବ । ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ଶେଷ ଦିନ ଏହି ୩ ନେତା ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ।

nomination form of K N Tripathi rejected for Cong President Poll
Cong President Poll: ତ୍ରିପାଠୀଙ୍କ ପ୍ରାର୍ଥୀପତ୍ର ନାକଚ, ଏବେ ଥରୁର ଖଡ଼ଗେ ଲଢେଇ

କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ଏ ନେଇ ସୂଚନା ଦେଇଛନ୍ତି, ଅଖିଳ ଭାରତୀୟ କଂଗ୍ରେସ ସମିତିର (AICC) କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ । ଏହି ଅଧ୍ୟକ୍ଷ ପଦ ପାଇଁ ମୋଟ ୨୦ ସେଟର ନାମାଙ୍କନ ପତ୍ର ଦାଖଲ ହୋଇଥିଲା । ସେଥିରୁ ୪ଟିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଖଡ଼ଗେ ୧୪ଟି ସେଟର ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ, ଥରୁର ୫ଟି ସେଟ ଓ ତ୍ରିପାଠୀ ଗୋଟିଏ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା ।

ଏହା ବି ପଢନ୍ତୁ- Cong prez polls: ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଖଡ଼ଗେଙ୍କ ଇସ୍ତଫା

ତ୍ରିପାଠୀଙ୍କ ନାମାଙ୍କନ ପତ୍ରରେ ଜଣେ ସମର୍ଥକଙ୍କ ଦସ୍ତଖତ କରିନଥିବାବେଳେ, ଅନ୍ୟ ଜଣଙ୍କର ଦସ୍ତଖତ ଏକାଧିକ ଥର ଲେଖାଯାଇଛି । ଥରୁର ଓ ଖଡ଼ଗେଙ୍କ ପରେ ଏନ. ତ୍ରିପାଠୀ ୩ୟ ପ୍ରାର୍ଥୀ ରହିଥିଲେ । ତେବେ ତାଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରାଯାଇଛି । ତାଙ୍କୁ ଏହି ନିର୍ବାଚନରେ ଦୁର୍ବଳ ପ୍ରାର୍ଥୀ ମଧ୍ୟ କୁହାଯାଉଥିଲା । ଏନ. ତ୍ରିପାଠୀ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି । ସୂଚନା ଥାଉ କି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନର ଶେଷ ଦିନରେ ଖଡ଼ଗେ, ଥରୁର ଓ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ ।

ଖଡ଼ଗେ ୧୪ ସେଟ୍‌ର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କର ସମର୍ଥକଙ୍କ ମଧ୍ୟରେ ଅଶୋକ ଗେହଲଟ୍, ଦିଗବିଜୟ ସିଂ, ଏ. କେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ ଏବଂ ଜି -୨୩ ସଦସ୍ୟ ଆନନ୍ଦ ଶର୍ମା, ଭୁପେନ୍ଦ୍ର ହୁଡା, ପ୍ରୀତିରାଜ ଚୌହାନ ଏବଂ ମନୀଷ ତିୱାରୀ ସାମିଲ ଥିଲେ ।

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆସନ୍ତା ଅକ୍ଟୋବର ୧୭ ତାରିଖରେ ହେବାକୁ ଥିବାବେଳେ ଅକ୍ଟୋବର ୧୯ ତାରିଖରେ ଏହାର ଫଳାଫଳ ବାହାରିବ । ଅଧ୍ୟକ୍ଷ ପଦ ନିର୍ବାଚନରେ ବରିଷ୍ଠ ନେତା କମଲନାଥଙ୍କ ପ୍ରତିଦ୍ବନ୍ଦ୍ବୀତା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ମାତ୍ର ସେ ଇଚ୍ଛୁକ ନ ଥିବା କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.