ETV Bharat / bharat

Cong prez polls: ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଖଡ଼ଗେଙ୍କ ଇସ୍ତଫା

author img

By

Published : Oct 1, 2022, 4:14 PM IST

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ । ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଲେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼େଗେ । ଅଧିକ ପଢନ୍ତୁ

Cong prez polls: ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଖଡ଼ଗେଙ୍କ ଇସ୍ତଫା
Cong prez polls: ରାଜ୍ୟସଭା ବିରୋଧୀ ଦଳ ନେତା ପଦରୁ ଖଡ଼ଗେଙ୍କ ଇସ୍ତଫା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼େଗେ (Senior Congress leader Mallikarjun Kharge) ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ (Leader of Opposition in Rajya Sabha) ଇସ୍ତଫା ଦେଇଛନ୍ତି । ଖଡ଼ଗେ ଅଖିଳ ଭାରତୀୟ କଂଗ୍ରେସ ସମିତି (AICC)ର ଅଧ୍ୟକ୍ଷ ପଦ ନିର୍ବାଚନରେ ନାମାଙ୍କନ ପତ୍ର ଦାଖଲ କରିବାର ଗୋଟିଏ ଦିନ ପରେ ଏହି ଇସ୍ତଫା ଦେଇଛନ୍ତି । ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ଗତ ଶୁକ୍ରବାର ରାତିରେ ଖଡ଼ଗେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଖଡ଼ଗେ କଂଗ୍ରେସ ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ ସେ କହିଛନ୍ତି, "ମୁଁ ରାଜ୍ୟସଭାର ବିରୋଧୀ ଦଳର ନୂତନ ନେତା ପଦରୁ ଇସ୍ତଫା ଦେଉଛି ।" ଖଡ଼ଗେ ନିଜର ଇସ୍ତଫା ପତ୍ର ପ୍ରଦାନ କରିସାରଥିବାବେଳେ, କଂଗ୍ରେସ ମୁଖ୍ୟ ଏହାକୁ ଗ୍ରହଣ କରିବେ କି ପ୍ରତ୍ୟାଖାନ କରିବେ ସେ ସମ୍ପର୍କରେ ସେ ହିଁ ନିଷ୍ପତ୍ତି ନେବେ ବୋଲି ଇଟିଭି ଭାରତକୁ କହିଛନ୍ତି ରାଜ୍ୟସଭା ସଦସ୍ୟ ପ୍ରମୋଦ ତିୱାରୀ ।"

ଏହା ବି ପଢନ୍ତୁ- କେଦାରନାଥ ଧାମରେ ଭୟଙ୍କର ହିମସ୍ଖଳନ, ମନ୍ଦିର ସୁରକ୍ଷିତ

ଖଡ଼ଗେଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିରୋଧୀ ଦଳ ନେତାର ପଦ ପାଇଁ ସବୁଠୁ ଆଗରେ ପି. ଚିଦାମ୍ବରମ ଓ ଦିଗବିଜୟ ସିଂ ରହିଛନ୍ତି । ଶୁକ୍ରବାର ଏହା ସ୍ପଷ୍ଟ ହୋଇଛି ଯେ, କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନରେ ମୁହାଁମୁହିଁ ହେବେ ଶଶି ଥରୁର ଓ ଖଡ଼ଗେ । ଏହି ୨ ନେତାଙ୍କ ପରେ ଏନ. ତ୍ରିପାଠୀ ୩ୟ ପ୍ରାର୍ଥୀ ରହିଥିଲେ । ତେବେ ତାଙ୍କ ପ୍ରାର୍ଥୀ ପତ୍ରକୁ ନାକଚ କରାଯାଇଛି । ଏନ. ତ୍ରିପାଠୀ ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

ସୂଚନା ଥାଉ କି, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନର ଶେଷ ଦିନରେ ଖଡ଼ଗେ, ଥରୁର ଓ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଖଡ଼ଗେ ୧୪ ସେଟର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କର ସମର୍ଥକଙ୍କ ମଧ୍ୟରେ ଅଶୋକ ଗେହଲଟ୍, ଦିଗବିଜୟ ସିଂ, ଏ. କେ ଆଣ୍ଟୋନି, ଅମ୍ବିକା ସୋନି, ମୁକୁଲ ୱାସନିକ ଏବଂ ଜି -୨୩ ସଦସ୍ୟ ଆନନ୍ଦ ଶର୍ମା, ଭୁପେନ୍ଦ୍ର ହୁଡା, ପୃଥୀରାରାଜ ଚୌହାନ ଏବଂ ମନୀଷ ତିୱାରୀ ସାମିଲ ଥିଲେ । କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଆସନ୍ତା ଅକ୍ଟୋବର ୧୭ ତାରିଖରେ ଅନୁଷ୍ଠିତ ହେବ ଓ ଅକ୍ଟୋବର ୧୯ରେ ଫଳାଫଳ ସ୍ପଷ୍ଟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.