ETV Bharat / bharat

krishna Janam Bhoomi-Shahi Idgah Dispute: ମସଜିଦର ସର୍ଭେ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Dec 24, 2022, 5:47 PM IST

Krishna Janmabhoomi-Shahi Idgah Dispute
Krishna Janmabhoomi-Shahi Idgah Dispute

ହିନ୍ଦୁ ସେନା ନିଜ ଆବେଦନରେ ଦର୍ଶାଇଥିଲା କି ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ଯେଉଁଭଳି ସର୍ଭେ କରାଯାଇଥିଲା ଅନୁରୂପ ଭାବେ ଶାହି ଇଦଗାରେ ମଧ୍ୟ ସର୍ଭେ କରାଯାଉ । ମନ୍ଦିର ଭୂମିରେ ମସଜିଦ ନିର୍ମାଣ ହୋଇଛି । ସର୍ଭେ ହେଲେ ଏହାର ବାସ୍ତବ ସ୍ଥିତି ସ୍ପଷ୍ଟ ହେବ । ହିନ୍ଦୁ ସଂଗଠନ ଦାବି କରିଆସୁଛି ଯେ ସପ୍ତଦଶ ଶତାବ୍ଦୀର ଶାହି ଇଦଗା ମସଜିଦ କୃଷ୍ଣ ଜନ୍ମଭୂମି ଉପରେ ନିର୍ମାଣ ହୋଇଛି । ଅଧିକ ପଢନ୍ତୁ

ମଥୁରା: ଶ୍ରୀକୃଷ୍ଣ ଜନ୍ମଭୂମି ମଥୁରାରେ ଥିବା ଶାହି ଇଦଗା ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା କୋର୍ଟ ( A Mathura district court on Saturday, ordered the survey of the Shahi Idgah mosque) । ମସଜିଦ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମିରେ ନିର୍ମାଣ ହୋଇଥିବା ଦୀର୍ଘ ବର୍ଷ ହେଲା ଅଭିଯୋଗ ହୋଇ ଆସୁଛି (Which is said to be built on the birthplace of Lord Krishna) । ଏହାକୁ ନେଇ ଶ୍ରୀକୃଷ୍ଣ ଜନ୍ମଭୂମି କମିଟି ଓ ହିନ୍ଦୁ ସେନା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଶୁଣାଣି କରି ସର୍ଭେ ରିପୋର୍ଟ ଆସନ୍ତା 20 ଜାନୁୟାରୀ ସୁଦ୍ଧା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି (The report will be submitted on January 20) ।

ଏହାବି ପଢନ୍ତୁ- ମାଲେମାଲ ହେଲେ ତେଲେଙ୍ଗାନା ଡ୍ରାଇଭର, ଲଟେରୀରେ ଜିତିଲେ ୩୦କୋଟି

ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ହିନ୍ଦୁ ସେନାଗତ 8 ଡିସେମ୍ବରରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । କୋର୍ଟ ଏହାର ଶୁଣାଣି କରି ଗତକାଲି ବିଳମ୍ବିତ ସଂଧ୍ୟାରେ ଏହି ଆଦେଶ ଜାରି କରିଛନ୍ତି । ସିଭିଲ ଜଜ ଡିଭିଜନ ହିନ୍ଦୁ ସେନାର ଆବେଦନ ଉପରେ ଶୁଣାଣି କରି କହିଛନ୍ତି ବିବାଦିତ ସ୍ଥାନକୁ ସରକାରୀ ଅମିନଙ୍କୁ ପଠାଯାଇ ପୁରା ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଉ । ବର୍ତ୍ତମାନର ସ୍ଥିତି ଭୌଗୋଳିକ ସ୍ଥିତି ଓ ବିବାଦିତ ସ୍ଥାନର ବାସ୍ତବ ସ୍ଥିତିର ରିପୋର୍ଟ ଜାନୁୟାରୀ 20 ତାରିଖ ସୁଦ୍ଧା କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାବି ପଢନ୍ତୁ- କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ହିନ୍ଦୁ ସେନା ନିଜ ଆବେଦନରେ ଦର୍ଶାଇଥିଲା କି ଜ୍ଞାନବ୍ୟାପୀ ମସଜିଦ ପ୍ରସଙ୍ଗରେ ଯେଉଁଭଳି ସର୍ଭେ କରାଯାଇଥିଲା ଅନୁରୂପ ଭାବେ ଶାହି ଇଦଗାରେ ମଧ୍ୟ ସର୍ଭେ କରାଯାଉ । ମନ୍ଦିର ଭୂମିରେ ମସଜିଦ ନିର୍ମାଣ ହୋଇଛି । ସର୍ଭେ ହେଲେ ଏହାର ବାସ୍ତବ ସ୍ଥିତି ସ୍ପଷ୍ଟ ହେବ । ହିନ୍ଦୁ ସଂଗଠନ ଦାବି କରିଆସୁଛି ଯେ ସପ୍ତଦଶ ଶତାବ୍ଦୀର ଶାହି ଇଦଗା ମସଜିଦ କୃଷ୍ଣ ଜନ୍ମଭୂମି ଉପରେ ନିର୍ମାଣ ହୋଇଛି । (17th century Shahi Idgah Masjid from the Katra Keshav Dev temple) ହିନ୍ଦୁ ସଂଗଠନ ଆହୁରି ଦର୍ଶାଇଛି ୧୬୬୯-୭୦ରେ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଶାହି ଇଦଗା ମସଜିଦ କୃଷ୍ଣ ଜନ୍ମଭୂମି ଉପରେ ତିଆରି କରାଯାଇଥିଲା। ଏନେଇ ସଂଗଠନ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୈଳେନ୍ଦ୍ର ଦୁବେ କହିଛନ୍ତି, "ଶ୍ରୀକୃଷ୍ଣ ଜନ୍ମଭୂମି ସହ ଜଡିତ ସମସ୍ତ ତଥ୍ୟ ଆମେ କୋର୍ଟରେ ରଖିଛୁ । 1896 ରେ ଶ୍ରୀକୃଷ୍ଣ ଜନ୍ମସଂସ୍ଥାନ ସେବା ସଂଘ ସହ ଶାହି ଇଦଗା ମଧ୍ୟରେ ହୋଇଥିବା ବୁଝାମଣାକୁ ମଧ୍ୟ ବେଆଇନ କହି ଖାରଜ ପାଇଁ ଦାବି କରିଛନ୍ତି ।’’

ଏହାବି ପଢନ୍ତୁ- Christmas 2022: ଦିଲ୍ଲୀ କ୍ୟାଥେଡ୍ରାଲ ଚର୍ଚ୍ଚରେ ରାଷ୍ଟ୍ରପତି ମୁର୍ମୁ, ମାନବିକତାର ବିକାଶ ଲାଗି କଲେ ପ୍ରାର୍ଥନା

ସୂଚନାଯୋଗ୍ୟ ଯେ, ହିନ୍ଦୁ ସେନା ଗତ 8 ତାରିଖରେ ଶ୍ରୀକୃଷ୍ଣ ଜନ୍ମଭୂମିକୁ ନେଇ ଜିଲ୍ଲା ସିଭିଲ ଜଜ ସିନିୟର ଡିଭିଜନଙ୍କ ନିକଟରେ ପ୍ରାର୍ଥନା ପତ୍ର ଦାଖଲ କରିଥିଲା । କୋର୍ଟ ଆବେଦନକୁ ଗ୍ରହଣ କରି ଏହାର ଶୁଣାଣି ପାଇଁ 20 ଡିସେମ୍ବରକୁ ନିର୍ଦ୍ଧାରିତ କରିଥିଲେ । ପରେ 20 ଡିସେମ୍ବର ଶୁଣାଣି ହୋଇନଥିଲା । ପରେ 23 ଡିସେମ୍ବର (ଗତକାଲି) ଶୁଣାଣି କରି କହିଛନ୍ତି କୋର୍ଟ ହିନ୍ଦୁ ସେନାର ଦାବିକୁ ଗ୍ରହଣ କରି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.