ETV Bharat / bharat

Covid scare: ଦେଶରେ ସରିଲାଣି ୨୨୦ କୋଟି ଡୋଜ ଟୀକାକରଣ, ସୂଚନା ଦେଲେ ସିନ୍ଧିଆ

author img

By

Published : Dec 23, 2022, 9:05 PM IST

ଚୀନର ନୂଆ ଭାରିଏଣ୍ଟ ପୁଣି ଚିନ୍ତା ବଢାଇଥିବା ବେଳେ ଦେଶରେ ଟୀକାକରଣ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Civil Aviation Minister Jyotiraditya Scindia on vaccination) । ଦେଶରେ ୨୨୦ କୋଟି ଡୋଜ ଟୀକାକରଣ ଶେଷ ହୋଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

Jyotiraditya Scindia
Jyotiraditya Scindia

ନୂଆଦିଲ୍ଲୀ: ଦେଶର ଗତ ସୋମବାର ପର୍ଯ୍ୟନ୍ତ ଶେଷ ହୋଇଛି ୨୨୦ କୋଟି ଡୋଜ ଟୀକାକରଣ (220 crore doses administered till last Monday) । ଚୀନରେ ନୂଆ ଭାରିଏଣ୍ଟ BF.7 ନେଇ ଚିନ୍ତା ବଢିଥିବା ବେଳେ ଏହି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ (Civil Aviation Minister Jyotiraditya Scindia) । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବରେ ସାରା ଦେଶ ମିଳିତ ଭାବରେ ଲଢେଇ କରି ମହାମାରୀକୁ ହରାଇଥିଲା । ଏବେ ମଧ୍ୟ ଦେଶବାସୀ ମିଳିତ ପ୍ରଚେଷ୍ଟାରେ କୋରୋନା ମହାମାରୀର ନୂଆ ଭାରିଏଣ୍ଟ ସହିତ ଲଢେଇ କରିବେ ବୋଲି ସେ କହିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୃଢୋକ୍ତି ପ୍ରକାଶ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ କୋରୋନା ମହାମାରୀ ବିରୋଧରେ ସଂଗ୍ରାମ କରିଛି। ଆମ ସରକାରଙ୍କ ଧ୍ୟାନ ହେଉଛି ସ୍ବାସ୍ଥ୍ୟସେବାକୁ ସାମଗ୍ରିକ ସ୍ବାସ୍ଥ୍ୟସେବାରେ ପରିଣତ କରିବା । ପ୍ରଧାନମନ୍ତ୍ରୀଙ୍କ 'ୱାନ ନେସନ୍‌ ୱାନ ହେଲ୍ଥ'କୁ ଅନୁସରଣ କରି ଆମେ ମିଳିତ ଭାବରେ ମହାମାରୀ ସହିତ ଲଢିବା ।"

ଏହା ବି ପଢନ୍ତୁ- କଂଗ୍ରେସକୁ ତୋମାରଙ୍କ ପରାମର୍ଶ, କହିଲେ କୋଭିଡକୁ ନେଇ ରାଜନୀତି କରନାହିଁ

ଗଣାମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିକ୍ରିୟାରେ ସିନ୍ଧିଆ କହିଛନ୍ତି ଯେ ଗତ ସୋମବାର ପର୍ଯ୍ୟନ୍ତ ଦେଶରେ ୨୨୦ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି । ଏହା ଘାତକ ଭୂତାଣୁ ବିରୋଧରେ ଦେଶର ସଂଗ୍ରାମର ଏକ ଅଂଶ । ଦୁର୍ଗମ ଅଞ୍ଚଳରେ ମଧ୍ୟ ଟିକା ଏବଂ ଔଷଧ ବିତରଣ ପାଇଁ ଡ୍ରୋନ୍ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ କେନ୍ଦ୍ରମନ୍ତ୍ରୀ ସିନ୍ଧିଆ କହିଛନ୍ତି ଯେ ୨୦୧୪ରେ କେବଳ ୬ଟି AIIMS (ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ) ଥିଲା ଏବଂ ଆଜି ଆମ ଦେଶରେ ୨୨ଟି AIIMS ରହିଛି। ଏମବିବିଏସ୍ ସିଟ୍ ୯୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.