ETV Bharat / bharat

କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

author img

By

Published : Dec 24, 2022, 1:23 PM IST

କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । କୋରାପୁଟ ପାଇଁ ସ୍ବତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ଚିଠିରେ ନିବେଦନ କଲେ । ଅଧିକ ପଢନ୍ତୁ

କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି
କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର: କୋରାପୁଟ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଚିଠିରେ ସେ କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ସୁବିଧା ସୁଯୋଗ ବୃଦ୍ଧି ପାଇଁ ସ୍ବତନ୍ତ୍ର ପ୍ୟାକେଜ ମଞ୍ଜୁର କରିବାକୁ ନିବେଦନ କରିଛନ୍ତି । କୋରାପୁଟରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ଏଠାରେ ଉନ୍ନତ ରେଳ ସଂଯୋଗ ସହ କୋରାପୁଟ-ରାୟଗଡା ରେଳପଥରେ ଭିଷ୍ଟାଡୋମ କୋଚ(Vistadome coaches), ଶ୍ରୀଜଗନ୍ନାଥ ମନ୍ଦିର, ଡୁଡୁମା ଜଳପ୍ରପାତ(Duduma waterfalls) ଭଳି ପର୍ଯ୍ୟଟନସ୍ଥଳୀ ରହିଛି । କୋଭିଡ ମହାମାରୀ ଯୋଗୁଁ ଦେଶବ୍ୟାପୀ ଲକଡାଉନ ପାଇଁ ପର୍ଯ୍ୟଟନ କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଥିଲା । ଏହାସହିତ କିଛି ବର୍ଷ ତଳେ ଭାଇଜାଗରେ ହୋଇଥିବା ହୁଡୁହୁଡ ବାତ୍ୟାରେ କୋରାପୁଟର ପର୍ଯ୍ୟଟନ କ୍ଷେତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ସ୍ବତନ୍ତ୍ର ପ୍ୟାକେଜ ଦିଆଗଲେ ଜିଲ୍ଲାରେ ପର୍ଯ୍ୟଟନର ପୁନରୁଦ୍ଧାର ହୋଇପାରିବ ବୋଲି ଧର୍ମେନ୍ଦ୍ର(Union Minister Dharmendra Pradhan) ପ୍ରଧାନ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ହନିଟ୍ରାପ କୁଇନର ହାତଲେଖା ହେବ ଯାଞ୍ଚ, ଝାରପଡ଼ା ଜେଲରେ ଖଣ୍ଡଗିରି ପୋଲିସ

ସେ ଆହୁରିମଧ୍ୟ ଚିଠିରେ ଲେଖିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଆରାକୁ ଉପତ୍ୟାକା(Araku Valley) ସୀମାନ୍ତରେ କୋରାପୁଟ ଜିଲ୍ଲା ରହିଛି । ଏଠାରେ ମଧ୍ୟ ଆରାକୁ ଭଳି ଉତ୍ତମ ବାତାବରଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ରହିଛି । ଆରାକୁ ଉପତ୍ୟାକାର ଉତ୍ତମ ବିକାଶ କରାଯାଇଥିବା ବେଳେ ଏହା କଫି ଚାଷ ପାଇଁ ଦେଶବିଦେଶରେ ପ୍ରସିଦ୍ଧି ଲାଭ କରିଛି । ଫଳରେ ଭାଇଜାକ ଏବଂ ଆଖପାଖ ଅଞ୍ଚଳରୁ ଲକ୍ଷାଧିକ ପର୍ଯ୍ୟଟକ ଏଠାକୁ ବୁଲିବା ପାଇଁ ଆସୁଛନ୍ତି । କୋରାପୁଟ ଜିଲ୍ଲାରେ ଉନ୍ନତ ରେଳ ସଂଯୋଗ ସହ ଐତିହାସିକ ଜୟପୁର ସହର, ଡୁଡୁମା ଜଳପ୍ରପାତ, କୋଲାବ ଡ୍ୟାମରେ ବୋଟିଂ, ଦେଓମାଳିରେ ଟ୍ରେକିଂ ଓ କ୍ୟାମ୍ପ ସୁବିଧା ଏବଂ ଶ୍ରୀଜଗନ୍ନାଥ ମନ୍ଦିର ରହିଛି । ମାତ୍ର ଏହା ଆରାକୁ ଭଳି ସେତେ ମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ (Union Minister Dharmendra Pradhan letter To G. Kishan Reddy)।

ଏହାମଧ୍ୟ ପଢନ୍ତୁ: ଝିଅ ହେବ ତ ଏମିତି ! ଯକୃତ ଦେଇ ବାପାଙ୍କ ଜୀବନ ବଞ୍ଚାଇବ ନାବାଳିକା

କୋରାପୁଟ ଜିଲ୍ଲା ସ୍ବଦେଶ ଦର୍ଶନ ଯୋଜନା(Swadesh Darshan scheme)ରେ ବିକାଶ ହେବ ପାଇଁ ଯଥେଷ୍ଟ ସମ୍ଭାବନା ରଖୁଛି । ସ୍ବତନ୍ତ୍ର ପ୍ୟାକେଜ ମିଳିଲେ କୋରାପୁଟ ପର୍ଯ୍ୟଟନର ପୁନରୁଦ୍ଧାର ହୋଇପାରିବ (development of tourism infrastructure in Koraput) । ଏହାସହିତ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ଅର୍ଥନୀତି ମଜବୁତ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । କହିରଖୁଛି କି, ଗତ ୧୮ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଗସ୍ତ କରିଥିଲେ(Dharmendra Pradhan Koraput Visit) । ସେଠାରେ ସେ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଚଉଷଠି ଯୋଗିନୀ ମହୋତ୍ସବ ଉଦଘାଟିତ, ଓଡିଶୀ ନୃତ୍ୟରେ ଦର୍ଶକ ବିଭୋର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.