ETV Bharat / state

ହନିଟ୍ରାପ କୁଇନର ହାତଲେଖା ହେବ ଯାଞ୍ଚ, ଝାରପଡ଼ା ଜେଲରେ ଖଣ୍ଡଗିରି ପୋଲିସ

author img

By

Published : Dec 24, 2022, 12:14 PM IST

Updated : Dec 24, 2022, 1:02 PM IST

Archana nag case
Archana nag case

ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ଯିବ ଅର୍ଚ୍ଚନାର ହସ୍ତାଖର । ଅର୍ଚ୍ଚନାଠୁ ଜବତ ଡାଏରୀର ସହ ହେବ ମେଳ। ଏନେଇ ହସ୍ତାକ୍ଷର ସଂଗ୍ରହ ପାଇଁ ଝାରପଡ଼ା ଜେଲରେ ପହଞ୍ଚିଲା ଖଣ୍ଡଗିରି ପୋଲିସ । ଅଧିକ ପଢନ୍ତୁ

Archana nag case

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଯାଞ୍ଚ ହେବ ହନିଟ୍ରାପ କୁଇନ ଅର୍ଚ୍ଚନାର ହାତଲେଖା । ଝାରପଡ଼ା ଜେଲରେ ପହଞ୍ଚିଲା କମିଶନରେଟ୍ ପୋଲିସ । ଅର୍ଚ୍ଚନା ନାଗ ହାତଲେଖା ସହ ଜବତ ଡାଏରୀର ହାତ ଲେଖା ହେବ ମେଳ । ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ଯିବ ଅର୍ଚ୍ଚନାର ହସ୍ତାକ୍ଷର । ଖଣ୍ଡଗିରି ଥାନାର ଥାନାଧିକାରୀଙ୍କ ସହ ସ୍ପେଶାଲ ସ୍କ୍ୱାର୍ଡର ସହ ମୋଟ 3ଜଣିଆ ଟିମ୍ ପହଞ୍ଚିଛନ୍ତି ।

ଜେଲ ଭିତରେ ପହଞ୍ଚି ଅର୍ଚ୍ଚନାର ହାତଲେଖା ଚିଠି ସଂଗ୍ରହ କରିବ ପୋଲିସ । ଯାହାର ଆଧାରରେ ଅର୍ଚ୍ଚନାଠୁ ଜବତ ହୋଇଥିବା ଡାଏରୀର ଲେଖା ଅର୍ଚ୍ଚନା ନା ଆଉ କାହାର ସେନେଇ କରାଯିବ ଟେଷ୍ଟ । ଏଥିପାଇଁ ହ୍ୟାଣ୍ଡ ରାଇଟ ବ୍ୟୁରୋକୁ ହାତ ଲେଖା ଚିଠି ଆଧାରରେ ଜବତ ଡାଏରୀର ଲେଖାକୁ ତାଳମେଳ କରାଯିବ । ଯଦି ମ୍ୟାଚ ହୁଏ ତେବେ ଜବତ ଡାଏରୀ ଅର୍ଚ୍ଚନାର ବୋଲି ସ୍ପଷ୍ଟ ହୋଇଯିବ । ଏନେଇ କୋର୍ଟର ନିୟମ ଅନୁସାରେ ସମସ୍ତ ପ୍ରକାର ଦିଗକୁ ଆଖିରେ‌ ରଖି ଯାଞ୍ଚ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।

Archana nag case
Archana nag case

କମିଶନରେଟ ପୋଲିସ ଅଧିକାରୀ ପହଞ୍ଚି ଉଭୟ ଇଂରାଜୀ, ଓଡ଼ିଆ ଓ ହିନ୍ଦୀର ଲେଖାର ସାମ୍ପଲ ଗ୍ରହଣ କରିବେ । ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଯାଞ୍ଚ ପ୍ରକ୍ରିୟା । ଅର୍ଚ୍ଚନାଙ୍କ ହାତଲେଖା ଲେଟର ସହ ଡାଏରୀର ଲେଖା ସହ ମ୍ୟାଚ କରାଯିବ । କାରଣ ଜବତ ଡାଏରୀରେ ଅନେକ ଗୁମର ଲେଖିଛି ଅର୍ଚ୍ଚନା ନାଗ । ଯାହା ସତ୍ୟ ପ୍ରମାଣିତ ହେଲେ ଅନେକଙ୍କ ପାଇଁ ଅଡୁଆ ବଢିପାରେ । ତେବେ ଅର୍ଚ୍ଚନାର ହସ୍ତାକ୍ଷର ହ୍ୟାଣ୍ଡ ରାଇଟ ବ୍ୟୁରୋରେ ଯାଞ୍ଚ ପରେ କେବେ ଆସିବ ରିପୋର୍ଟ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ସେହିପରି ଗତକାଲି ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା କମିଶନରେଟ୍ ପୋଲିସ । ୫୦୧ ପୃଷ୍ଠାର ତଥ୍ୟ ସମ୍ବଳିତ ଫାଇନାଲ ଚାର୍ଜସିଟକୁ ଜେଏମଏଫସି ୩କୋର୍ଟରେ ଦାଖଲ କରାଯାଇଥିଲା । ଯେଉଁଥିରେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଁରେ ବ୍ଲାକମେଲ, ସେକ୍ସୋର୍ଟସନ ଅଭିଯୋଗ ଆଣିଥିଲେ ପ୍ରଯୋଜକ ଅକ୍ଷୟ ପରିଜା । ଏନେଇ ସୂଚନା ଦେଇଥିଲେ ନୟାପଲ୍ଲୀ ଥାନା ଅଧିକାରୀ । ଚାର୍ଜସିଟରେ କେବଳ ଅର୍ଚ୍ଚନାଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଆଉ କାହାରବି ନାମ ଉଲ୍ଲେଖ କରାଯାଇନାହିଁ ।

ଚାର୍ଜସିଟରେ ଅନେକ ଦସ୍ତାବିଜ କାଗଜ ସମ୍ବଳିତ ତଥ୍ୟ ସମେତ ଅର୍ଚ୍ଚନା ସହ ହୋଇଥିବା ଚାର୍ଟିଂର ସ୍କ୍ରିନସଟ,ବ୍ୟାଙ୍କ ଟ୍ରାଞ୍ଜାକ୍ସନର ତଥ୍ୟ ସହ ଇମେଲର ଫଟୋକପି ମଧ୍ୟ ଉଲ୍ଲେଖ କରାଯାଇଛି । ଆଇପିସିର ଧାରା ୩୮୪, ୩୮୫, ୩୮୮, ୩୮୯, ୫୦୦, ୫୦୬, ୧୨୦B, ୬୬E , ୬୭, ୬୭c ଆଇଟି ଆକ୍ଟରେ ଚାର୍ଜସିଟରେ ଉଲ୍ଲେଖ କରାଯାଇଛି । ଏହି କେସ ଓପନ ରହିଛି ତେଣୁ ଆବଶ୍ୟକ ପଡ଼ିଲେ ସପ୍ଲିମେଣ୍ଟାରି ଚାର୍ଜସିଟ ଦାଖଲ ହେବ । ତେବେ ଗୁରୁତ୍ଵପୂର୍ଣ୍ଣ କଥା ଏହି ଚାର୍ଜସିଟରେ କେବଳ ଅର୍ଚ୍ଚନା ହିଁ ଅଭିଯୁକ୍ତ ଅଛନ୍ତି । ଏଥିରେ ନାଁ‌ କୌଣସି ଅନ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି ନା ଶ୍ରଦ୍ଧାଞ୍ଜଳି ନାଁ ଦର୍ଶାଯାଇଛି ।

ତେବେ ହନିଟ୍ରାପ କୁଇନ ଅର୍ଚ୍ଚନାଙ୍କ ନାଁରେ‌ ପ୍ରଥମ ବ୍ୟକ୍ତି ଅକ୍ଷୟ ପରିଜା ଯେ ସେପ୍ଟେମ୍ବର 29ତାରିଖରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ପରେ ଅର୍ଚ୍ଚନାଙ୍କ କେଳେଙ୍କାରୀର ଗୁମର ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଥିଲା ‌। ପରେ ଶ୍ରଦ୍ଧାଞ୍ଜଳିର ଅକ୍ଟୋବର 2 ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ସେହି ଅଭିଯୋଗ ଆଧାରରେ ଖଣ୍ଡଗିରି ପୋଲିସ ପ୍ରଥମେ ଅକ୍ଟୋବର 5ରେ ଅର୍ଚ୍ଚନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ,ଭୁବନେଶ୍ବର

Last Updated :Dec 24, 2022, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.