ETV Bharat / bharat

ଝିଅ ହେବ ତ ଏମିତି ! ଯକୃତ ଦେଇ ବାପାଙ୍କ ଜୀବନ ବଞ୍ଚାଇବ ନାବାଳିକା

author img

By

Published : Dec 24, 2022, 11:24 AM IST

ବାପାଙ୍କୁ ନୂଆ ଜୀବନ ଦେବାକୁ ନାବାଳିକା ଝିଅର ଲଢେଇ । ଡାକ୍ତରଙ୍କ ବାରଣ ସତ୍ତ୍ବେ ବାପାଙ୍କୁ ଯକୃତ ଦାନ କରିବ ୧୭ ବର୍ଷୀୟା ଝିଅ । ଅଧିକ ପଢନ୍ତୁ

ବାପାଙ୍କୁ ଯକୃତ ଦାନ କରିବେ ନାବାଳିକା
ବାପାଙ୍କୁ ଯକୃତ ଦାନ କରିବେ ନାବାଳିକା

ଥିରୁଅନନ୍ତପୁରମ: ବାପା-ଝିଅର ସମ୍ପର୍କ ଅତ୍ୟନ୍ତ ମଧୁର ଓ ନିବିଡ । ପ୍ରତ୍ୟେକ ଝିଅ ପାଇଁ ତା'ର ବାପା ହିଁ ପ୍ରଥମ ହିରୋ । ବାପା ଓ ଝିଅ ମଧ୍ୟରେ ଥିବା ଏହି ଅନାବିଳ ପ୍ରେମ ଓ ମଧୁର ସମ୍ପର୍କର ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେରଳରେ । ଏଠାରେ ଜଣେ ନାବାଳିକା ଖୁବ୍ କମ ବୟସରେ ଯକୃତ ଦାନ କରି ନିଜ ବାପାଙ୍କୁ ନୂଆ ଜୀବନ ଦେବାକୁ ଯାଉଛି । ଏହି ନାବାଳିକା ହେଉଛନ୍ତି କେରଳ ଥ୍ରୀସୁର ନିବାସୀ ଦେବାନନ୍ଦା । ଅନ୍ୟର ଜୀବନ ରକ୍ଷା ପାଇଁ ଅଙ୍ଗଦାନ କରିବାରେ ସେ ଦେଶର ପ୍ରଥମ ନାବାଳିକା ଅଙ୍ଗଦାତା ହେବେ ।

ଦେବାନନ୍ଦାଙ୍କ ବାପା ୪୮ ବର୍ଷୀୟ ପ୍ରଥେଶ ମୃତ୍ୟୁମୁଖରେ ପଡିଥିଲେ । ସେ ଗୁରୁତର ଯକୃତ ରୋଗରେ ପୀଡିତ ହୋଇଥିବା ବେଳେ ଅଙ୍ଗଦାତା ଖୋଜିବା ପାଇଁ ପରିବାର ଲୋକଙ୍କ ପାଖରେ ସମ୍ବଳ ନଥିଲା । ଶେଷରେ ଅନ୍ୟ କୌଣସି ଉପାୟ ନପାଇ ନିଜ ଯକୃତ ଦାନ କରି ବାପାଙ୍କର ଜୀବନ ବଞ୍ଚାଇବାକୁ ଆଗେଇ ଆସିଥିଲେ ୧୭ ବର୍ଷୀୟା ଦେବାନନ୍ଦା । ସେ ବାପାଙ୍କୁ ନିଜ ଯକୃତ ଦାନ କରିବେ ବୋଲି ଡାକ୍ତରଙ୍କୁ କହିଥିଲେ । କିନ୍ତୁ ଅଙ୍ଗ ପ୍ରତ୍ୟାରୋପଣ ନିୟମ ଏହି ନାବାଳିକାକୁ ଅଙ୍ଗଦାନ ପାଇଁ ଅନୁମତି ଦେଇନଥିଲା ।

ମେଡିକାଲ କର୍ତ୍ତୃପକ୍ଷ ଦେବାନନ୍ଦାଙ୍କୁ ଯକୃତ ଦାନ କରିବାକୁ ବାରଣ କରିଥିଲେ । ହେଲେ ନାବାଳିକା ଜଣକ ଏ କଥା ମାନିବାକୁ ପ୍ରସ୍ତୁତ ନଥିଲେ । ବାପାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ଦେବାକୁ ନିବେଦନ କରି ସେ କେରଳ ହାଇକୋର୍ଟର ଆଶ୍ରୟ ନେଇଥିଲେ । ତେବେ କୋର୍ଟ ଏବେ ନାବାଳିକା ଦେବାନନ୍ଦାଙ୍କୁ ଅଙ୍ଗଦାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାର ବିଚାର ବେଳେ ବିଚାରପତି ଭିଜି ଅରୁଣ ନାବାଳିକାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଏପରି ସନ୍ତାନ ଥିବା ପିତାମାତା ଅତ୍ୟନ୍ତ ଭାଗ୍ୟବାନ ବୋଲି କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ରାହୁଲ

ତେବେ ଦେବାନନ୍ଦଙ୍କୁ ଅଙ୍ଗଦାନରୁ ନିବୃତ୍ତ ରଖିବାକୁ ଅନେକ ଲୋକ ଚେଷ୍ଟା କରିଥିଲେ । ଏପରିକି ମେଡିକାଲ ବୋର୍ଡ ମନା କରିବା ପରେ ଆଇନର ଆଶ୍ରୟ ନନେବାକୁ ମଧ୍ୟ କହିଥିଲେ । ଏପରିକି ରୋଗଶଯ୍ୟାରେ ପଡିଥିବା ତାଙ୍କ ବାପା ମଧ୍ୟ ଏଥିପାଇଁ ବାରଣ କରିଥିଲେ । ହେଲେ କାହା କଥା ଶୁଣିନଥିଲେ ନାବାଳିକା । ଯକୃତ ଦାନ କରିବା ନେଇ ଦେବାନନ୍ଦା କହିଛନ୍ତି, ଏହା ମୋ ବାପାଙ୍କ ପାଇଁ କିଛି ବି ନୁହେଁ । ମୁଁ ମୋର କାର୍ଯ୍ୟକୁ ତ୍ୟାଗ ବୋଲି ଭାବେ ନାହିଁ ।''

କୋର୍ଟରୁ ଅନୁମତି ମିଳିବା ପରେ କିଛି ଦିନ ପରେ ପ୍ରଥେଶଙ୍କ ଶରୀରରେ ଯକୃତ ପ୍ରତ୍ୟାରୋପଣ ହେବ । ଏଥିପାଇଁ ଝିଅ ଦେବାନନ୍ଦା ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଏହି ସର୍ଜରୀ ପରେ ଉଭୟ ବାପା-ଝିଅଙ୍କୁ ୬ ମାସ ବିଶ୍ରାମ ନେବାକୁ ପଡିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.