ETV Bharat / bharat

ଦିଲ୍ଲୀରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିବେ ରାହୁଲ

author img

By

Published : Dec 24, 2022, 8:32 AM IST

ଦିଲ୍ଲୀରେ ପ୍ରବେଶ କଲା କଂଗ୍ରେସର ଭାରତ ଯୋଡ ଯାତ୍ରା । 3000 କିଲୋମିଟର ଅତିକ୍ରମ କରି 108 ଦିନରେ ଦିଲ୍ଲୀରେ ପହଞ୍ଚିଲା ଭାରତ ଯୋଡ । ଅଧିକ ପଢ଼ନ୍ତୁ

bharat jodo yatra
ଭାରତ ଯୋଡ ଯାତ୍ରା

ନୂଆଦିଲ୍ଲୀ: ସେପ୍ଟେମ୍ବର ୭ ତାରିଖରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ ଯାତ୍ରା( Bharat Jodo Yatra) ଆଜି (ଶନିବାର) 107 ଦିନ ପୂରଣ କରିଛି । ଏହାରି ଭିତରେ ରାହୁଲ ଗାନ୍ଧୀ 3000 କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି ଏହି ପରିପ୍ରେକ୍ଷୀରେ ଆଜି ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଯୋଡ ଯାତ୍ରା ଦିଲ୍ଲୀରେ ପ୍ରବେଶ କରିଛି ।

ଆଜି 108 ଦିନରେ କଂଗ୍ରେସ ଦିଲ୍ଲୀରେ ଏକ ମେଗା ସୋ’ର ଆୟୋଜନ କରିଛି । ଭାରତ ଯୋଡ ଯାତ୍ରାରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏକ ଚିଠି ଯୋଗେ ଯାତ୍ରାରେ ଯୋଗ ଦେବାକୁ ନିବେଦନ କରିଛନ୍ତି। ତେବେ ଅଭିନେତା ତଥା ରାଜନେତା କମଲ ହାସନଙ୍କ ବ୍ୟତୀତ ଅନ୍ୟ କେଉଁମାନେ ଏଥିରେ ସାମିଲ ହେବେ ସେନେଇ ସ୍ପଷ୍ଟ ହୋଇନାହିଁ । ଏହି ପରିପ୍ରେକ୍ଷୀରେ ରାହୁଲ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି ।

ଆଜି ସକାଳ 6.30 ସମୟରେ ବଦରପୁର ସୀମାରୁ ଦିଲ୍ଲୀରେ ପ୍ରବେଶ କରିଛି ଭାରତ ଯୋଡ ଯାତ୍ରା । ଏହାପରେ ପ୍ରାୟ 10.30 ସମୟରେ ଜୟଦେବ ଆଶ୍ରମ ନିକଟରେ ପହଞ୍ଚିବେ। ଅପରାହ୍ନ ପ୍ରାୟ 4.30 ସମୟରେ ଲାଲକିଲ୍ଲାରେ ପହଞ୍ଚି ଏକ ସାଧାରଣ ସଭାକୁ ରାହୁଲ ଗାନ୍ଧୀ ସମ୍ବୋଧିତ କରିପାରନ୍ତି । ଏହି ସମୟରେ ଅନେକ ଜନତା ସାମିଲ ହେବାର ଆଶା କରାଯାଉଛି । ଭାରତ ଯୋଡ ଯାତ୍ରା ବଦରପୁର ସୀମାରେ ପ୍ରବେଶ କରି ଆପୋଲୋ ହସ୍ପିଟାଲ ଦେଇ ଆଶ୍ରମରେ ପହଞ୍ଚିବ । ମଧ୍ୟାହ୍ନରେ ଆଶ୍ରମ ନିକଟ ଧର୍ମଶାଳାରେ ମଧ୍ୟାହ୍ନ ଭୋଜନ କରି ବିଶ୍ରାମ ନେବାର ସୂଚନା ରହିଛି । ଏହାପରେ ନିଜାମୁଦ୍ଦିନ, ଇଣ୍ଡିଆ ଗେଟରେ ରାଲି କରାଯିବ । ସେଠାରୁ ITO, ଦରିଆଗଞ୍ଜ ଦେଇ ଲାଲକିଲ୍ଲାରେ ପହଞ୍ଚିବ । ରାହୁଲଗାନ୍ଧୀଙ୍କ ସହ କିଛି ନେତା ରାଜଘାଟ ଯାଇ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

ଭାରତ ଯୋଡ ଯାତ୍ରାରେ ସାମିଲ ହେବେ କମଲ ହାସନ

ଆଜି ଭାରତ ଯୋଡ ଯାତ୍ରାରେ ଅଭିନେତା ତଥା ରାଜନେତା କମଲ ହାସନ ଯୋଗ ଦେବେ । ଅଭିନେତା କମଲ ହାସନଙ୍କୁ ରାହୁଲ ଏହି ଯାତ୍ରାରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଅପରାହ୍ନ 3ଟାରୁ ITOରୁ ସେ ଯାତ୍ରାରେ ସାମିଲ ହେବେ । ଅନ୍ୟପଟେ ସ୍ବାଧିନତା ସଂଗ୍ରାମୀଙ୍କ ପରିବାର ମଧ୍ୟ ଏଥିରେ ଯୋଗଦେବେ ବୋଲି କୁହାଯାଉଛି ।

ଯାତ୍ରାରେ ସାମିଲ ହେବେ 40 ହଜାରୁ 50 ହଜାର ଜନସାଧାରଣ

ରାହୁଲ ଗାନ୍ଧୀ ବିଶ୍ରାମ ନେବାକୁ ଥିବା ଧର୍ମଶାଳାରେ ଏକ ସାମ୍ବାଦିକ ସମ୍ବାଦିକ ସମ୍ମିଳନୀ କରିପାରନ୍ତି । ଦିଲ୍ଲୀ କଂଗ୍ରେସ ସଭାପତି ଅନିଲ ଚୌଧୁରୀ କହିଛନ୍ତି, "ପ୍ରାୟ 40 ହଜାରରୁ 50 ହଜାର ଯାତ୍ରୀ ଭାରତ ଯୋଡରେ ସାମିଲ ହେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। " ଆଜି ରାତିରୁ 2 ତାରିଖ ଯାଏ ଭାରତ ଯୋଡ ଯାତ୍ରା ସ୍ଥଗିତ ରହିବ । ଏହାପରେ ଜାନୁୟାରୀ 3ରୁ ଉତ୍ତର ପ୍ରଦେଶରୁ ପୁନଃ ଯାତ୍ରା ଆରମ୍ଭ ହୋଇ ତିନୋଟି ଜିଲ୍ଲାରେ ପ୍ରବେଶ କରିବ । ଦ୍ବିତୀୟ ପର୍ଯ୍ୟାୟରେ ହରିୟାଣାର ସୋନିପାଟ ଜିଲ୍ଲା ଯିବ ଏହି ଯାତ୍ରା । ସେଠାରୁ ପଞ୍ଜାବ ଓ ଜମ୍ମୁ କାଶ୍ମୀର ଯାତ୍ରା କରିବ ଭାରତ ଯୋଡ । ଏହାପରେ ଭାରତ ଯୋଡ ଯାତ୍ରା ଶେଷ ହେବ ।

ସୂଚନା ଥାଉକି, କନ୍ୟାକୁମାରୀଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ, ହରିୟାଣା କରି 9ଟି ରାଜ୍ୟରେ ପହଞ୍ଚି ସାରିଛି । ମଧ୍ୟପ୍ରଦେଶର ଉଜୈନରେ ଅଭିନେତ୍ରୀ ସ୍ବରା ଭାସ୍କର ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ବକ୍ସର ତଥା ଅଲମ୍ପିକ୍ସ ପଦକ ବିଜେତା ବିଜେନ୍ଦ୍ର ସିଂ ମଧ୍ୟ ଏହି ଯାତ୍ରାରେ ସାମିଲ ହୋଇଥିଲେ । ସେହିପରି ଆଜି ଦିଲ୍ଲୀରେ ଅଭିନେତା କମଲ ହାସନ ଯୋଗ ଦେବେ ।

ଜାନୁଆରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ ଅଭିଯାନ ଆରମ୍ଭ ହେବ । ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.