ETV Bharat / bharat

ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ 8 ମୃତ, ଅନୁକମ୍ପା ରାଶି ଘୋଷଣା

author img

By

Published : Oct 6, 2022, 6:28 AM IST

Updated : Oct 6, 2022, 2:10 PM IST

ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୭ ମୃତ, ଏକାଧିକ ନିଖୋଜ
ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୭ ମୃତ, ଏକାଧିକ ନିଖୋଜ

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ପଶ୍ଚିମବଙ୍ଗରେ ନଦୀରେ ଭାସିଯାଇ ୮ ମୃତ । ଏବେ ବି ଅନେକ ଲୋକ ନିଖୋଜ ରହିଥିବା ସୂଚନା । ଅଧିକ ପଢନ୍ତୁ

କୋଲକାତା: ବିଜୟା ଦଶମୀରେ ପଶ୍ଚିମବଙ୍ଗ ଜଲପାଇଗୁଡିରେ ବଡ ଅଘଟଣ ଘଟିଯାଇଛି । ମାଲ ନଦୀରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ହଠାତ୍ ବନ୍ୟା ପାଣି ମାଡି ଆସିବା ଯୋଗୁଁ ପାଖାପାଖି ୪୦ ଜଣ ଭାସିଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏକାଧିକ ଲୋକେ ଏବେ ବି ନିଖୋଜ ଅଛନ୍ତି । ପୋଲିସ୍ ଓ ଏନଡିଆରଏଫ(NDRF) ଟିମ୍ ପକ୍ଷରୁ ନଦୀରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଲପାଇଗୁଡି ଜିଲ୍ଲା ପ୍ରଶାସନ ୮ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ।

  • #WATCH | WB: Flash flood hits Mal River in Jalpaiguri during Durga Visarjan; 7 people dead, several feared missing

    Many people were trapped in river & many washed away. Bodies of 7 people were recovered. NDRF& civil defence deployed; rescue underway: Jalpaiguri SP Debarshi Dutta pic.twitter.com/cRT3nnp7Gz

    — ANI (@ANI) October 5, 2022 " class="align-text-top noRightClick twitterSection" data=" ">

ସୂଚନା ମୁତାବକ, ଗତକାଲି(ବୁଧବାର) ସନ୍ଧ୍ୟା ସମୟରେ ଏହି ଅଘଟଣ ଘଟିଥିଲା । ସନ୍ଧ୍ୟାରେ ୪୦ରୁ ଅଧିକ ଲୋକେ ମାଲବଜାର ନିକଟ ମାଲ ନଦୀରେ ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ କରୁଥିଲେ । ହଠାତ୍ ଏତିକି ବେଳେ ନଦୀରେ କୃତ୍ରିମ ବନ୍ୟା ଆସିଥିଲା । ଫଳରେ ସମସ୍ତେ ଭାସି ଯାଇଥିଲେ । କିନ୍ତୁ ଠିକ୍ ସମୟରେ ଉଦ୍ଧାର କାର୍ଯ୍ୟ ଯୋଗୁଁ ଉଛୁଳା ନଦୀରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ହେଲେ ଏଥିରେ ୮ ଜଣ ପ୍ରାଣ ହରାଇ ଥିବାବେଳେ ଏବେ ବି କିଛି ଲୋକ ନଦୀରେ ନିଖୋଜ ଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ: ପୋଲିସ ବନ୍ଧୁକରୁ ଭୁଲରେ ଗୁଳି ଫୁଟି ନାଗରିକ ମୃତ

ମୂର୍ତ୍ତି ବିସର୍ଜନ ବେଳେ ଜଲପାଇଗୁଡି ଅଘଟଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(Chief Minister Mamata Banerjee) ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହୟତା ରାଶି ଘୋଷଣା କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ PMNRF ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ଘୋଷଣା କରିଛନ୍ତି ।

Last Updated :Oct 6, 2022, 2:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.