ETV Bharat / bharat

ପୋଲିସ ବନ୍ଧୁକରୁ ଭୁଲରେ ଗୁଳି ଫୁଟି ନାଗରିକ ମୃତ

author img

By

Published : Oct 6, 2022, 1:25 PM IST

ପୁଲୱାମାରେ ପୋଲିସ କର୍ମୀଙ୍କ ରାଇଫଲରୁ ଭୁଶବଶତଃ ଗୁଳି ଫୁଟି ନାଗରିକ ମୃତ । ପୋଲିସ କର୍ମୀ ଗିରଫ । ଅଧିକ ପଢନ୍ତୁ

ପୋଲିସ କର୍ମୀଙ୍କ ବନ୍ଧୁକରୁ ଭୁଲରେ ଗୁଳି ଫୁଟି ନାଗରିକ ମୃତ
ପୋଲିସ କର୍ମୀଙ୍କ ବନ୍ଧୁକରୁ ଭୁଲରେ ଗୁଳି ଫୁଟି ନାଗରିକ ମୃତ

ଶ୍ରୀନଗର: ଭୁଲବଶତଃ ପୋଲିସ ଗୁଳିରେ ଆଖି ବୁଜିଲେ ସାଧାରଣ ନାଗରିକ । ବୁଧବାର ଜମ୍ମୁ-କାଶ୍ମୀରର ପୁଲୱାମାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ପୋଲିସ କର୍ମୀଙ୍କ ରାଇଫଲରୁ ଭୁଶବଶତଃ ଗୁଳି ଫୁଟି ଜଣଙ୍କର ମୃତ୍ୟୁ ଘଟିଛି(civilian died in Jammu and Kashmir misfire) । ମୃତକଙ୍କ ନାମ ମହମ୍ମଦ ଅସିଫ୍ ପାଦ୍ରୂ (Mohd Asif Padroo) ଏବଂ ସେ ସୋପିଆନ ନିବାସୀ ହୋଇଥିବା ଜଣାପଡିଛି । କାଶ୍ମୀର ଜୋନ ପୋଲିସ ପକ୍ଷରୁ ଟ୍ବିଟ୍ କରି ଏନେଇ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଆମେରିକାରେ ଅପହୃତ 4 ଭାରତୀୟଙ୍କୁ ହତ୍ୟା

ସୂଚନା ମୁତାବକ, ପୁଲୱାମା ହାଲ୍‌ରେ ଡ୍ୟୁଟି କରୁଥିବା ସମୟରେ ଅଜାଣତରେ ଜଣେ ପୋଲିସ କର୍ମୀଙ୍କୁ ରାଇଫଲରୁ ଗୁଳି ଫୁଟି ଯାଇଥିଲା(policeman rifle accidentally goes off) । ଏହି ଗୁଳି ସିଧା ମହମ୍ମଦ ଅସିଫ୍‌ଙ୍କ ଦେହରେ ବାଜିଥିଲା । ଏହାପରେ ଗୁରୁତର ଅବସ୍ଥାରେ ପୋଲିସ ତୁରନ୍ତ ତାଙ୍କୁ ପାଖ ହସ୍ପିଟାଲକୁ ନେଇଥିଲା । ହେଲେ ସେଠାରେ ସେ ଆଖି ବୁଜିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଭୁଲ୍‌ରେ ଗୁଳି ଚାଳନା କରିଥିବା ପୋଲିସ କର୍ମୀଙ୍କୁ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.