ETV Bharat / bharat

2024 Lok Sabha Polls: ସୋନିଆଙ୍କୁ ଭେଟିବେ ଲାଲୁ, ନୀତିଶ

author img

By

Published : Sep 25, 2022, 8:14 AM IST

2024 Lok Sabha polls: ସୋନିଆଙ୍କୁ ଭେଟିବେ ଲାଲୁ, ନୀତିଶ
2024 Lok Sabha polls: ସୋନିଆଙ୍କୁ ଭେଟିବେ ଲାଲୁ, ନୀତିଶ

2024 ସାଧାରଣ ନିର୍ବାଚନ (2024 Lok Sabha polls) ପାଇଁ ପ୍ରସ୍ତୁତ ହେଉଛି ମିଳିତ ବିରୋଧୀ ମେଣ୍ଟ (Opposition unity for 2024 Lok Sabha polls)। ନୀତିଶଙ୍କ ସହ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଲାଲୁ ଯାଦବ । ଭାରତ ଯୋଡୋ ଯାତ୍ରା ସରିଲେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବା ନେଇ ସୂଚନା ଦେଲେ ଲାଲୁ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: 2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଜାତୀୟ ରାଜନୀତିରେ ଚର୍ଚ୍ଚା ଓ ଉଷ୍ମତା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସର୍ବାଧିକ ଚର୍ଚ୍ଚାରେ ରହିଛି ବିରୋଧୀ ଏକତା ପ୍ରସଙ୍ଗ (Opposition unity for 2024 Lok Sabha polls) । ସମସ୍ତ ବିରୋଧୀ ଦଳମାନେ ଏକକ ଭାବେ ନୁହନ୍ତି ବରଂ ମିଳିତ ଭାବେ ବିଜେପି ବିରୋଧରେ ନିର୍ବାଚନ ଲଢିବେ । ଏଥିପାଇଁ ଗତ କିଛି ମାସ ଧରି ପ୍ରୟାସ ମଧ୍ୟ ଆରମ୍ଭ ହୋଇଗଲାଣି ।

ତେବେ ଏହି ବିଜେପି ବିରୋଧୀ ମଞ୍ଚକୁ ଏକାଠି କରିବାରେ ପ୍ରମୁଖ ଭୂମିକାରେ ଦୃଶ୍ୟମାନ ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ କାନ୍ଧ ମିଳାଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଖୁବଶୀଘ୍ର ଉଭୟ ଲାଲୁ ଓ ନୀତିଶ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବେ (Lalu Prasad Yadav to meet Sonia Gandhi)।

ସୋନିଆଙ୍କ ସହ ସାକ୍ଷାତ ନେଇ ଲାଲୁ କହିଛନ୍ତି, ‘‘ନୀତିଶଙ୍କ ସହ ମୁଁ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପାଇଁ ଯିବି । 2024 ସାଧାରଣ ନିର୍ବାଚନରେ ବିରୋଧୀ ଏକତା ନେଇ ଆଲୋଚନା ହେବ । ପରେ ମୁଁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବି । ରାହୁଲ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଛନ୍ତି । ସେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ପରେ ତାଙ୍କ ସହ ଆଲୋଚନା କରିବି ।’’

ବିରୋଧୀ ଏକତା ଓ 2024 ସାଧାରଣ ନିର୍ବାଚନ ଫଳାଫଳ ନେଇ ଲାଲୁ କହିଛନ୍ତି, ବିରୋଧିମାନେ ଏକାଠି ହୋଇପାରିଲେ ବିଜେପି କ୍ଷମତାରୁ ବାହାରେ ରହିବାକୁ ବାଧ୍ୟ ହେବ । ଲାଲୁ ଆହୁରି ମଧ୍ୟ କହିଛନ୍ତି ବିଜେପି ଦେଶରେ ସାମ୍ପ୍ରଦାୟିକ ସଦଭବନାକୁ ନଷ୍ଟ କରିବା ପରି ପ୍ରୟାସ ଜାରି ରଖିଛି । ଏହି ସବୁ କାରଣ ପାଇଁ ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କୁ ଦୂରେଇ ରଖୁଛି ଭାରତୀୟ ଜନତା ପାର୍ଟି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିହାର ଗସ୍ତ ଥିବା ବେଳେ ଲାଲୁ ରାଜ୍ୟବାସୀଙ୍କୁ ସଚେତନ ରହିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହିମ ବିରୋଧୀ ଏକତା ଅଭିଯାନ ଆରମ୍ଭ କରି ସାରିଛନ୍ତି । ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ ସହଯୋଗରେ ସରକାର ଗଠନ କରିବା ପରେ ବିଜେପି ବିରୋଧୀ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ଭେଟିବା ଆରମ୍ଭ କରି ସାରିଛନ୍ତି ନୀତିଶ । ସେ ରାହୁଲ ଗାନ୍ଧୀ, କେସିଆର, କେଜ୍ରିଓ୍ବାଲ, ଅଖିଳେଶଙ୍କ ସମେତ ବହୁ ବିଜେପି ବିରୋଧୀଙ୍କୁ ଭେଟି ଏହି ମଶନକୁ ସଫଳ କରିବାରେ ଲାଗିଛନ୍ତି । ଏହାରି ମଧ୍ୟ ପୂର୍ବରୁ ଜାତୀୟ ରାଜନୀତିରେ ଦୀର୍ଘକାଳୀନ ପ୍ରଭାବ ରଖି ଆସିଥିବା ଲାଲୁ ମଧ୍ୟ ନୀତିଶଙ୍କ ଯୋଡି ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.