ETV Bharat / bharat

ଶ୍ରମକୁ ସମ୍ମାନ ଅଭାବରୁ ବେରୋଜଗାରୀ ବଢୁଛି: ମୋହନ ଭାଗବତ

author img

By

Published : Feb 6, 2023, 9:04 AM IST

Updated : Feb 6, 2023, 10:18 AM IST

ଚାକିରି ପଛରେ ଦୌଡିବା ବନ୍ଦ କର । ସମସ୍ତ ଶ୍ରମକୁ ସମ୍ମାନ ଦିଅ । ଆରଏସଏସ ମୁଖ୍ୟ ମୋହନ ଭାଗବତ ରବିବାର ଏକ କାର୍ଯ୍ୟକ୍ରମରେ ସମସ୍ତ ଶ୍ରମକୁ ସମ୍ମାନ ଦେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ

rss chief Mohan Bhagwat on unemployment
rss chief Mohan Bhagwat

ମୁମ୍ବାଇ: କେଉଁ କାମ ଛୋଟ କି ବଡ ନୁହେଁ । ସବୁ ପ୍ରକାର ଶ୍ରମକୁ ସମ୍ମାନ ଦେବା ଆବଶ୍ୟକ । ଶ୍ରମକୁ ସମ୍ମାନ ଅଭାବରୁ ହିଁ ବେରୋଜଗାରୀ ବଢୁଛି । ଶ୍ରମକୁ ସମ୍ମାନ ନଦେବା ଦେଶରେ ବେରୋଜଗାରୀ ବଢିବାର ଏକ ପ୍ରମୁଖ କାରଣ ହୋଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସବୁ ପ୍ରକାର ଶ୍ରମକୁ ସମ୍ମାନ ଦିଅ । ଏହା ସହିତ ଚାକିରି ପଛରେ ଦୌଡିବା ବନ୍ଦ କର । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

ଆରଏସଏସ ମୁଖ୍ୟ ଆହୁରି କହିଛନ୍ତି, କେଉଁ ବ୍ୟକ୍ତି କେଉଁ କାମ କରୁଛନ୍ତି ତାହା କିଛି ଫରକ ପଡେନାହିଁ । ଏହାକୁ ସମ୍ମାନ ଦେବା ଆବଶ୍ୟକ । ଶ୍ରମକୁ ସମ୍ମାନ ଅଭାବରୁ ଦେଶରେ ବେରୋଜଗାରୀ ବଢୁଛି । ବେରୋଜଗାରୀରେ ଏହା ଏକ ପ୍ରମୁଖ କାରଣ ହୋଇଛି । ଲୋକେ ସମସ୍ତ ପ୍ରକାର କାର୍ଯ୍ୟକୁ ସମ୍ମାନ ଦେବା ଅବଶ୍ୟକ । ଯେ କୌଣସି କାମ ହେଉ ନା କାହିଁକି ସେଥିପ୍ରତି ସମ୍ମାନ ରହିବା ଆବଶ୍ୟକ । କାମକୁ ସମ୍ମାନ ନ ମିଳିବା ହିଁ ବେରୋଜଗାରୀର ଅନ୍ୟତମ ମୁଖ୍ୟ କାରଣ ହୋଇଛି । ମାନସିକ ହେଉ କିମ୍ବା ଶାରିରୀକ କାମ ପ୍ରତ୍ୟେକ ଶ୍ରମକୁ ସମ୍ମାନ ମିଳିବା ଦରକାର ।''

ଏହା ବି ପଢନ୍ତୁ...Byju's Layoffs: ଦ୍ବିତୀୟ ପର୍ଯ୍ୟାୟରେ ୨୫୦୦ କର୍ମଚାରୀଙ୍କୁ ଛଟେଇ, ସାମିଲ ଅଛନ୍ତି IIT ଛାତ୍ର

ସମସ୍ତେ ସରକାରୀ ଚାକିରି ପଛରେ ଦୌଡୁଛନ୍ତି । ସରକାରୀ ଚାକିରି ସଂଖ୍ୟା ମାତ୍ର 10% । ଅନ୍ୟାନ୍ୟ ବୃତ୍ତି ସଂଖ୍ୟା 20% । ଚାକିରି ପଛରେ ନ ଦୌଡିବାକୁ ମୋର ଅନୁରୋଧ । ଦୁନିଆରେ କୌଣସି ଏମିତି ସମାଜ ନାହିଁ ଯିଏ 30% ନିଯୁକ୍ତି ସୃଷ୍ଟି କରିପାରିବେ । ସମାଜରେ ଅନେକ କାମ ଅଛି ଯାହା କରି ସ୍ବାବଲମ୍ବୀ ହେବାର ସୁଯୋଗ ଅଛି । ସମାଜରେ ଜଣେ ଲୋକ ପାନ ଓ ଚା' ଦୋକାନ କରି ବର୍ଷକୁ 28 ଲକ୍ଷ ରୋଜଗାର କରିପାରୁଛି । ଏହା ପରେ ବି ଆମ ଯୁବଗୋଷ୍ଠୀ ଚାକିରି ପଛରେ ଦୌଡୁଛନ୍ତି । କିଛି ବ୍ୟବସାୟ କରିବା ପରିବର୍ତ୍ତେ ଚାକିରି କରିବାକୁ ଉପଯୁକ୍ତ ମନେ କରୁଛନ୍ତି ଆମ ଯୁବ ସମାଜ କହିଛନ୍ତି ବୋଲି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ମୁଖ୍ୟ ମୋହନ ଭାଗବତ ଜାତି ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଭଗବାନଙ୍କ ଦୃଷ୍ଟିରେ ସମସ୍ତେ ସମାନ । ତାଙ୍କ ଆଗରେ ଜାତି ଧର୍ମ କିଛି ନଥାଏ । ମାତ୍ର ପଣ୍ଡିତମାନେ ଶ୍ରେଣୀ ସୃଷ୍ଟି କରିଛନ୍ତି ଯାହା ଭୁଲ । ଜାତି ଭଗବାନ ନୁହେଁ ପଣ୍ଡିତ ବନାଇଛନ୍ତି । ନିଜ ହିସାବରେ ଏହାକୁ ଭାଗ କରିଛନ୍ତି ପଣ୍ଡିତ । ହିନ୍ଦୁ ଧର୍ମ ଅନୁସାରେ ଦେଶ ବଡ ହେଉ ଓ ସମସ୍ତଙ୍କ କଲ୍ୟାଣ କରନ୍ତୁ । ହିନ୍ଦୁ ଓ ମୁସଲମାନ ସମସ୍ତେ ଏକ ବୋଲି କହିଛନ୍ତି ଆରଏସଏସ ମୁଖ୍ୟ ମୋହନ ଭାଗବତ ।

Last Updated :Feb 6, 2023, 10:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.